ମାଲକାନଗିରିରେ ଲଗାଣ ବର୍ଷା: ପୋଲ ଉପରେ ୪ ଫୁଟ୍ର ପାଣି
- Published: Saturday, 19 August 2017
- , Updated: 19 August 2017, 12:44 PM IST
<p>ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଗତ ୨୪ ଘଣ୍ଟାରୁ ଅଧିକ ସମୟ ହେବ ବର୍ଷା ଜାରି ରହିଛି। ଫଳରେ ଅନେକ ସ୍ଥାନରେ ପୋଲ ବୁଡ଼ି ଯାଇଥିବା ବେଳେ କେତେକ ସ୍ଥାନରେ ପୋଲ ଉପରେ ପାଣି ଚାଲୁଛି। ଗୋରକୁଣ୍ଡା ଓ ଏମ୍‌ଭି ୩୭ରେ ଥିବା ପୋଲ ଉପରେ ୪ରୁ ୫ ଫୁଟ୍‌ ଉଚ୍ଚରେ ପାଣି ଚାଲୁଥିବାରୁ ଯାତାୟତରେ ବାଧା ଉପୁଜିଛି। ୫୦ରୁ ଅଧିକ ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଏହି ଗାଁ ଲୋକେ ସଦର ମହକୁମାକୁ ଆସି ପାରୁଛନ୍ତି ନାଁ ବାଲିମେଳାକୁ ଯାଇପାରୁଛନ୍ତି। ମାଲକାନଗିରି ଓ ମୋଟୁ ରାସ୍ତାରେ ଥିବା ପଟେରୁ ନଦୀର ଜଳସ୍ତର ବୃଦ୍ଧି ପାଉଛି। ଯଦି ଆଉ ଅଧିକ ସମୟ ଯାଏଁ ଏଠାରେ ବର୍ଷା ହୁଏ ସେଠାରେ ମଧ୍ୟ ଯୋଗାଯୋଗ ବିଚ୍ଛିନ୍ନ ହେବାର ସମ୍ଭାବନା ରହିଛି।</p>
<p>ସବୁ ପଞ୍ଚାୟତ ଗୁଡିକରେ ପିଇଓମାନେ ସତର୍କ ରହିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଯଦି ଲଗାଣ ବର୍ଷା ଲାଗି ରହେ ତେବେ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯି ବୋଲି କୁହାଯାଇଛି।</p>