ଜାଣିଛନ୍ତି ଟ୍ରେନ ନମ୍ବରର ଆରମ୍ଭ ସଂଖ୍ୟା ପଛର କାରଣ?

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆମ ଦେଶର ଜୀବନ ରେଖା ହେଉଛି ରେଳ ଗାଡି। ଯଦିଓ କିଛି ଲୋକ କାର, ବସ୍ ଓ ବିମାନରେ ଯାତ୍ରା କରୁଛନ୍ତି ତଥାପି ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ସଂଖ୍ୟା ଅଧିକ।  ଯାତାୟତ ଖର୍ଚ୍ଚ ସୁହାଇଲା ପରି ଥିବାରୁ ସମସ୍ତ ବର୍ଗର ଲୋକ ଟ୍ରେନ୍‌ରେ ଯାତ୍ର କରନ୍ତି। ଆପଣ ମଧ୍ୟ କେବେ ନା କେବେ ଟ୍ରେନ୍‌ରେ ଯାତ୍ରା କରିଥିବେ। ଆଉ ଟ୍ରେନ୍‌ରେ ଯାତ୍ରା କରିବା ସମୟରେ ଟ୍ରେନ୍ ବଗି ବାହାରେ ଲେଖାଯାଇଥିବା ୫ଅଙ୍କର […]

train final img

Rakesh Mallick
  • Published: Sunday, 28 January 2018
  • , Updated: 28 January 2018, 07:24 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆମ ଦେଶର ଜୀବନ ରେଖା ହେଉଛି ରେଳ ଗାଡି। ଯଦିଓ କିଛି ଲୋକ କାର, ବସ୍ ଓ ବିମାନରେ ଯାତ୍ରା କରୁଛନ୍ତି ତଥାପି ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ସଂଖ୍ୟା ଅଧିକ।  ଯାତାୟତ ଖର୍ଚ୍ଚ ସୁହାଇଲା ପରି ଥିବାରୁ ସମସ୍ତ ବର୍ଗର ଲୋକ ଟ୍ରେନ୍‌ରେ ଯାତ୍ର କରନ୍ତି। ଆପଣ ମଧ୍ୟ କେବେ ନା କେବେ ଟ୍ରେନ୍‌ରେ ଯାତ୍ରା କରିଥିବେ। ଆଉ ଟ୍ରେନ୍‌ରେ ଯାତ୍ରା କରିବା ସମୟରେ ଟ୍ରେନ୍ ବଗି ବାହାରେ ଲେଖାଯାଇଥିବା ୫ଅଙ୍କର ଏକ ସଂଖ୍ୟାକୁ ଦେଖିଥିବେ। ଏ ସଂଖ୍ୟା ସେଠାରେ ଲେଖାଯିବା ପଛର କରଣ କଣ ତା ବିଷୟରେ ବୋଧହୁଏ ଜାଣି ନଥିବେ। ଆଜି ଆସନ୍ତୁ ସେ ସଂଖ୍ୟା ପଛରେ ଥିବା କାରଣ ବିଷୟରେ ଜାଣିବା।

୦ ରୁ ଆରମ୍ଭ ହୋଇଥିବା ସଂଖ୍ୟା

'୦'ରୁ ଆରମ୍ଭ ହୋଇଥିବା ସଂଖ୍ୟା ହୋଲି, ଦୀପାବଳି ପରି ସ୍ୱତନ୍ତ୍ର ଉତ୍ସବ ମାନଙ୍କରେ ଚାଲିଥାଏ।

୧ ରୁ ଆରମ୍ଭ ହୋଇଥିବା ସଂଖ୍ୟା

ଦୂରସ୍ଥାନକୁ ଯିବାକୁ ଥିବା ଟ୍ରେନ୍‌ ବଗି ଗୁଡିକରେ ୧ରୁ ଆରମ୍ଭ ହୋଇଥିବା ସଂଖ୍ୟା ଲେଖାଯାଇଥାଏ।

୨ରୁ ଆରମ୍ଭ ହୋଇଥିବା ସଂଖ୍ୟା

୨ରୁ ଆରମ୍ଭ ହୋଇଥିବା ସଂଖ୍ୟା ଦୂରସ୍ଥାନକୁ ଯିବା ପାଇଁ ରହିଥାଏ।

୩ରୁ ଆରମ୍ଭ ହୋଇଥିବା ସଂଖ୍ୟା

ଏହି ଟ୍ରେନ୍‌ 'କୋଲକତା ଜକ୍ସନ୍‌'ରୁ ଆରମ୍ଭ ହୋଇଥାଏ। ଏହାକୁ 'ଅର୍ବାନ୍‌ ଟ୍ରେନ୍‌' ମଧ୍ୟ କୁହାଯାଏ।

୪ରୁ ଆରମ୍ଭ ହୋଇଥିବା ସଂଖ୍ୟା

ଦିଲ୍ଲୀ, ଚେନ୍ନାଇ ଏବଂ ଅନ୍ୟ ମେଟ୍ରୋ ରାଜ୍ୟରେ ଚାଲୁଥିବା ଟ୍ରେନ୍‌ରେ ୪ରୁ ସଂଖ୍ୟା ଆରମ୍ଭ ହୋଇଥାଏ।

୫ରୁ ଆରମ୍ଭ ହୋଇଥିବା ସଂଖ୍ୟା

ସାଧାରଣ ପାସେଞ୍ଜର ଟ୍ରେନ୍‌ରେ ୫ଅଙ୍କରୁ ସଂଖ୍ୟା ଆରମ୍ଭ ହୋଇଥାଏ।

୬ରୁ ଆରମ୍ଭ ହୋଇଥିବା ସଂଖ୍ୟା

ମେମୁ(ମେନ୍‌ଲାଇନ୍ ଇଲେକ୍ଟ୍ରିକ୍ ମଲ୍ଟିପୁଲ୍ ୟୁନିଟ୍‌) ଟ୍ରେନ୍‌ରେ ୬ଅଙ୍କରୁ ସଂଖ୍ୟା ଆରମ୍ଭ ହୋଇଥାଏ।

୭ରୁ ଆରମ୍ଭ ହୋଇଥିବା ସଂଖ୍ୟା

ଡେମୁ(ଡିଜେଲ୍ ଇଲେକ୍ଟ୍ରିକ୍ ମଲ୍ଟିପୁଲ୍ ୟୁନିଟ୍‌)ଟ୍ରେନ୍‌ରେ ‍୭ଅଙ୍କରୁ ସଂଖ୍ୟା ଆରମ୍ଭ ହୋଇଥାଏ।

୮ରୁ ଆରମ୍ଭ ହୋଇଥିବା ସଂଖ୍ୟା

ରିଜର୍ଭ ଟ୍ରେନ୍‌ରେ ‍୮ଅଙ୍କରୁ ସଂଖ୍ୟା ଆରମ୍ଭ ହୋଇଥାଏ ।

୯ରୁ ଆରମ୍ଭ ହୋଇଥିବା ସଂଖ୍ୟା

ମୁମ୍ବାଇ ଓ ତା ଆଖପାଖରେ ବୁଲୁଥିବା ଟ୍ରେନ୍‌ ୯ ଅଙ୍କ ସଂଖ୍ୟା ଆରମ୍ଭ ହୋଇଥାଏ।

Related story