ଏହି ସହରର ଲୋକଙ୍କୁ ମିଳେ ଅଧିକ ଦରମା

ନୂଆଦିଲ୍ଲୀ: ଆମେ ଦେଶରେ ବେକାରୀଙ୍କ ସଂଖ୍ୟା ଅଧିକ। ଏ କଥା ସତ,  କିନ୍ତୁ ଆମର ଦେଶର ଏପରି ଏକ ସହର ଅଛି, ଯେଉଁଠି ଅନ୍ୟ ସହର ଅପେକ୍ଷା  ଲୋକଙ୍କୁ ଅଧିକ ଦରମା ମିଳିଥାଏ। ପ୍ରାୟତଃ ୫୦ ପ୍ରତିଶତ ଲୋକେ ଏଠାରେ ବାର୍ଷିକ ୧୦ ଲକ୍ଷ ଟଙ୍କା କମାଇଥାନ୍ତି। ଏହି କଥା ଶୁଣିବା ପରେ  ନିଶ୍ଚୟ ଏହି ସହର ବିଷୟରେ ଜାଣିବା ପାଇଁ ଇଚ୍ଛା ପ୍ରକାଶ କରୁଥିବେ। ତାହାହେଲେ ଆପଣଙ୍କୁ କହିଦେଉଛୁ ଏହି ସହରଟି ହେଉଛି  କର୍ଣ୍ଣାଟକ ରାଜ୍ୟର […]

tggg

Rakesh Mallick
  • Published: Saturday, 28 April 2018
  • , Updated: 28 April 2018, 01:28 PM IST

ନୂଆଦିଲ୍ଲୀ: ଆମେ ଦେଶରେ ବେକାରୀଙ୍କ ସଂଖ୍ୟା ଅଧିକ। ଏ କଥା ସତ,  କିନ୍ତୁ ଆମର ଦେଶର ଏପରି ଏକ ସହର ଅଛି, ଯେଉଁଠି ଅନ୍ୟ ସହର ଅପେକ୍ଷା  ଲୋକଙ୍କୁ ଅଧିକ ଦରମା ମିଳିଥାଏ। ପ୍ରାୟତଃ ୫୦ ପ୍ରତିଶତ ଲୋକେ ଏଠାରେ ବାର୍ଷିକ ୧୦ ଲକ୍ଷ ଟଙ୍କା କମାଇଥାନ୍ତି। ଏହି କଥା ଶୁଣିବା ପରେ  ନିଶ୍ଚୟ ଏହି ସହର ବିଷୟରେ ଜାଣିବା ପାଇଁ ଇଚ୍ଛା ପ୍ରକାଶ କରୁଥିବେ। ତାହାହେଲେ ଆପଣଙ୍କୁ କହିଦେଉଛୁ ଏହି ସହରଟି ହେଉଛି  କର୍ଣ୍ଣାଟକ ରାଜ୍ୟର ବାଙ୍ଗାଲୋର। ଏହି ସହରରେ ଥିବା ବିଭିନ୍ନ ଅନୁଷ୍ଠାନ ଓ କମ୍ପାନୀରେ କାମ କରୁଥିବା ଲୋକଙ୍କୁ  ଅଧିକ ଦରମାରେ ନିଯୁକ୍ତି ଦିଆଯାଇଥାଏ। ଏକ ସର୍ଭେରୁ ଏହା ଜଣାପଡ଼ିଛି।  ଏଠାରେ ୫୦ ପ୍ରତିଶତ ଲୋକଙ୍କର  ସର୍ବନିମ୍ନ  ବାର୍ଷିକ ଆୟ ହେଉଛି ୧୦.୮ ଲକ୍ଷ ଟଙ୍କା।

ଅଧିକ ଦରମା ମିଳୁଥିବା ରାଜ୍ୟ ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛି ମହାରାଷ୍ଟ୍ରର ପୁଣେ। ଏଠାରେ ଲୋକଙ୍କର ସର୍ବନିମ୍ନ ବାର୍ଷିକ ଆୟ ୧୦.୩ ଲକ୍ଷ ଟଙ୍କା ।ତୃତୀୟ ସ୍ଥାନରେ ରହିଛି ମୁମ୍ବାଇ। ଏଠାରେ ଲୋକେ ବାର୍ଷିକ ୯.୯ ଲକ୍ଷରୁ ୯.୨ ମଧ୍ୟରେ ପ୍ୟାକେଜ ପାଇଥାନ୍ତି। ଚୁତର୍ଥ ସ୍ଥାନରେ ଥିବା ଚେନ୍ନାଇରେ ଲୋକଙ୍କର ସର୍ବନିମ୍ନ ବାର୍ଷିକ ଆୟ ୮ ଲକ୍ଷ । ସେହିପରି ହାଇଦ୍ରାବାଦରେ ଲୋକଙ୍କର ସର୍ବନିମ୍ନ ବାର୍ଷିକ ଆୟ ୭.୯ ଲକ୍ଷ ହୋଇଥିଲା ବେଳେ କୋଲକାତା ୭.୨ ଲକ୍ଷ ବୋଲି ରିପୋର୍ଟରୁ ଜଣାପଡ଼ିଛି।

Related story