ଦେହ ବ୍ୟାପାରରେ ପୁରୁଷ, ଦିନକୁ ୨୫ ହଜାର !  

ଭୁବନେଶ୍ୱର(ଓଡିଶା ରିପୋର୍ଟର): ଯେଉଁ ନାରୀ ଦେହ ବିକେ ନାଁ ହୁଏ ଦେହଜୀବୀ। ଯିଏ ପଇସା ଦେଲା ସେ ତା ପାଖରେ ରାତି ବିତାଏ। ଦେହ ସୁଖ ଦିଏ। ଏ ସବୁ କଥା କାହିଁ କେଉଁ ଆବାହମାନ କାଳରୁ ଚଳିଆସିଛି। ପୁରୁଷ ପ୍ରଧାନ ସମାଜ ନିଜ ନିଜ ସୁଖ ପାଇଁ ‘ବେଶ୍ୟା’ ଭଳି କୁତ୍ସିତ ପରମ୍ପରାଟିଏ ସୃଷ୍ଟି କରିଛି। କେବଳ ଭାରତ ନୁହେଁ ବିଦେଶରେ ମଧ୍ୟ ଏହି ଘୃଣ୍ୟ ପରମ୍ପରା ରହିଛି। ହେଲେ ଜାଣିଛନ୍ତି ଏବେ ପୁରୁଷଟିଏ ବି […]

gigoli

Rakesh Mallick
  • Published: Sunday, 13 May 2018
  • , Updated: 13 May 2018, 05:52 PM IST

ଭୁବନେଶ୍ୱର(ଓଡିଶା ରିପୋର୍ଟର): ଯେଉଁ ନାରୀ ଦେହ ବିକେ ନାଁ ହୁଏ ଦେହଜୀବୀ। ଯିଏ ପଇସା ଦେଲା ସେ ତା ପାଖରେ ରାତି ବିତାଏ। ଦେହ ସୁଖ ଦିଏ। ଏ ସବୁ କଥା କାହିଁ କେଉଁ ଆବାହମାନ କାଳରୁ ଚଳିଆସିଛି। ପୁରୁଷ ପ୍ରଧାନ ସମାଜ ନିଜ ନିଜ ସୁଖ ପାଇଁ ‘ବେଶ୍ୟା’ ଭଳି କୁତ୍ସିତ ପରମ୍ପରାଟିଏ ସୃଷ୍ଟି କରିଛି। କେବଳ ଭାରତ ନୁହେଁ ବିଦେଶରେ ମଧ୍ୟ ଏହି ଘୃଣ୍ୟ ପରମ୍ପରା ରହିଛି। ହେଲେ ଜାଣିଛନ୍ତି ଏବେ ପୁରୁଷଟିଏ ବି ଏମିତି ପଦବାଚ୍ୟ ହେଲାଣି। ନାରୀର ସୁଖ ପାଇଁ ପୁରୁଷ ସାଜୁଛି ‘ଜିଗୋଲୋ’ ।

ବିତ୍ତଶାଳୀ  ଲୋକେ ତଥା ସମ୍ଭ୍ରାନ୍ତ ପରିବାରର ପୁରୁଷ ନିଜ ସୁଖ ପାଇଁ ଇଚ୍ଛା ମୁତାବକ ଅର୍ଥ ଦେଇ ଦେହଜୀବୀଙ୍କ ସାନିଧ୍ୟ ନେଉଥିବା ବେଳେ ସମ୍ପ୍ରତି ଆଧୁନିକତାର ଭିତ୍ତି ଦେଇ ସମ୍ଭ୍ରାନ୍ତ ପରିବାରର ମହିଳା ତଥା ଯୁବତୀମାନେ ମଧ୍ୟ ପୁରୁଷଙ୍କ ପଦାଙ୍କ ଅନୁସରଣ କଲେଣି। ସେମାନେ ମଧ୍ୟ ନିଜ ଯୌନ କ୍ଷୁଧା ମେଣ୍ଟାଇବାକୁ ଯାଇ ‘ଜିଗୋଲ’ ଖୋଜି ବୁଲନ୍ତି। mail escort service ନାମରେ ଜିଗୋଲୋ ନାମଧାରୀ ପୁରୁଷ ବେଶ୍ୟା ଏବେ ବଡବଡ଼ ମେଟ୍ରୋଠାରୁ ଆରମ୍ଭ କରି ଛୋଟ ସହରରେ ସହଜରେ ମିଳି ଯାଉଛନ୍ତି।

ଭାରତରେ ଏହି ପରମ୍ପରା ଅଳ୍ପଦିନର। ମାତ୍ର ୧୦ ବର୍ଷ ଭିତରେ ଏହି କୁତ୍ସିତ ପ୍ରଥା ଭାରତର ବମ୍ୱେ, ଦିଲ୍ଲୀ, ମାଡ୍ରାସ ଭଳି ସହରରୁ ଛୋଟ ଛୋଟ ମେଟ୍ରୋକୁ ସମ୍ପ୍ରସାରିତ ହୋଇଛି। ପରିବର୍ତ୍ତିତ ଜୀବନ ଶୈଳୀ, କର୍ମ ବ୍ୟସ୍ତତା ତଥା ପଇସା କମେଇବାର ନିଶା ଓ ପରିବାରଠାରୁ ଦୂରରେ ରହିବା ଭଳି ଅଭ୍ୟାସ ହିଁ ଏଭଳି ଏକ ବାଜେ ପରମ୍ପରାକୁ ପ୍ରୋତ୍ସାହିତ କରୁଛି କହିଲେ ଅତ୍ୟୁକ୍ତି ହେବନି। ଶୁଣଲେ ଆଶ୍ଚର୍ଯ୍ୟ ହେବେ ଏହି ବୃତ୍ତିଧାରୀ ପୁରୁଷ ଏବେ ଦିନକୁ ୬ ହଜାରରୁ ଆରମ୍ଭ କରି ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ଦୈନିକ ରୋଜଗାର କରୁଛନ୍ତି।

କ’ଣ ଏହି ଜିଗୋଲୋ:  ଫ୍ରେଞ୍ଚ୍‌ ଶବ୍ଦ ଗିଗୋଲେଟ(gigolette)ରୁ ଜିଗୋଲୋ(gigolo)ଶବ୍ଦ ଆସିଛି। ଇଂରାଜୀରେ ଏହାର ପ୍ରଥମ ବ୍ୟବହାର ହୋଇଥିଲା ୧୯୨୦ ମସିହାରେ। ଗିଗୋଲେଟର ବାସ୍ତବ ଅର୍ଥ ହେଉଛି ଭଡାରେ ଆସିଥିବା ଜଣେ ଡ୍ୟାନ୍ସ ପାର୍ଟନର। ବିଂଶ ଶତାଦ୍ଦୀର ମଧ୍ୟଭାଗରେ ପ୍ରାଶ୍ଚାତ୍ୟ ଦେଶରେ ଡ୍ର୍ୟାନ୍ସ ବାର ପ୍ରଥା ଆରମ୍ଭ ହୋଇଥାଇପାରେ। ଯେଉଁଠିକୁ ଉଭୟ ପୁରୁଷ ଓ ନାରୀ ଏକାଠି ଯିବାର ବ୍ୟବସ୍ଥା ଥିଲା। ଏଣୁ ଏଠାକୁ ଆସୁଥିବା ଏକାକି ମହିଳା ନୃତ୍ୟ କରିବା ପାଇଁ ଜଣେ ପୁରୁଷ ବନ୍ଧୁ ଖୋଜିଥାନ୍ତି। ଯାହାକୁ ଆଧାର କରି ଏଭଳି ପ୍ରଥାର ଆରମ୍ଭ ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି।

Related story