ଟାଇଟାନିକ୍‌ରେ ଥିଲେ ୧୩ ଜଣ ନବ ବିବାହିତ ଦମ୍ପତି; ଜାଣନ୍ତୁ ଆଉ କିଛି ଅଜଣା କଥା

୧: ଟାଇଟାନିକ୍‌ ନିଜ ସମୟର ସବୁଠୁ ବଡ଼ ଜାହାଜ ଥିଲା। ସେତେବେଳେ ଏହା ମଣିଷ ଦ୍ୱାରା ତିଆରି ସବୁଠାରୁ ବଡ଼ ଜିନିଷ ଥିଲା। ୨: ୧୯୦୯ ମସିହା ମାର୍ଚ୍ଚ ୩୧ ତାରିଖରେ ୩ ହଜାର ଲୋକଙ୍କର ଏକ ଟିମ୍‌ ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ। ୨୬ ମାସରେ ଏହାର କାମ ସମ୍ପୂର୍ଣ୍ଣ ହୋଇଥିଲା। ଜାହାଜଟିର ଆକାର ୩ଟି ଫୁଟବଲ୍‌ ଗ୍ରାଉଣ୍ଡ ଭଳି ବଡ଼ ଥିଲା। ୧୯୧୧ ମସିହା ମେ ୩୧ ତାରିଖ ଟାଇଟାନିକ୍‌କୁ ଦେଖିବାକୁ ଲକ୍ଷେରୁ […]

titanic

Rakesh Mallick
  • Published: Wednesday, 06 June 2018
  • , Updated: 06 June 2018, 08:05 PM IST

୧: ଟାଇଟାନିକ୍‌ ନିଜ ସମୟର ସବୁଠୁ ବଡ଼ ଜାହାଜ ଥିଲା। ସେତେବେଳେ ଏହା ମଣିଷ ଦ୍ୱାରା ତିଆରି ସବୁଠାରୁ ବଡ଼ ଜିନିଷ ଥିଲା।

୨: ୧୯୦୯ ମସିହା ମାର୍ଚ୍ଚ ୩୧ ତାରିଖରେ ୩ ହଜାର ଲୋକଙ୍କର ଏକ ଟିମ୍‌ ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ। ୨୬ ମାସରେ ଏହାର କାମ ସମ୍ପୂର୍ଣ୍ଣ ହୋଇଥିଲା। ଜାହାଜଟିର ଆକାର ୩ଟି ଫୁଟବଲ୍‌ ଗ୍ରାଉଣ୍ଡ ଭଳି ବଡ଼ ଥିଲା। ୧୯୧୧ ମସିହା ମେ ୩୧ ତାରିଖ ଟାଇଟାନିକ୍‌କୁ ଦେଖିବାକୁ ଲକ୍ଷେରୁ ଅଧିକ ଲୋକ ରୁଣ୍ଡ ହୋଇଥିଲେ।

୩: ଟାଇଟାନିକ୍‌କୁ ଡେକୋରେସନ୍‌ ଓ ଚିମିନି ଲଗାଇବା କାମ ୧୯୧୨ ମସିହା ଏପ୍ରିଲ ମାସ ପର୍ଯ୍ୟନ୍ତ ଚାଲିଥିଲା। ସେହି ମାସରେ ହିଁ ଏହା ପ୍ରଥମ ଯାତ୍ରା କରିବାର ଥିଲା।

୪: ୧୯୧୨ ମସିହା ଏପ୍ରିଲ ୧୦ ତାରିଖରେ ଟାଇଟାନିକ୍‌ ଇଂଲଣ୍ଡର ସାଉଥମ୍ପ୍ଟନରୁ ନ୍ୟୁୟର୍କ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା। ପ୍ରଥମ ୪ ଦିନ ସବୁକିଛି ଠିକ୍‌ ଥିଲା। ହେଲେ ଏପ୍ରିଲ ୧୪ ତାରିଖ ରାତି ୧୧ଟା ୪୦ ମିନିଟ୍‌ରେ ଏହା ଏକ ବଡ଼ ହିମପର୍ବତରେ ପିଟି ହୋଇଯାଇଥିଲା।

୫: ହିମପର୍ବତରେ ପିଟିହେବା ମାତ୍ରେ ହିଁ ଜାହାଜର ନିମ୍ନ ଅଂଶରେ ପାଣି ପଶିବାକୁ ଲାଗିଲା। ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଗଲା। କିନ୍ତୁ ସେଠାରେ ଥିବା କିଛି ବୁଦ୍ଧିମାନ ବ୍ୟକ୍ତି ସମସ୍ତଙ୍କ ଧୈର୍ଯ୍ୟ ଓ ସାହସ ବଢ଼ାଇଥିଲେ। ଲାଇଫ୍‌ବୋଟ୍‌ରେ ମହିଳା ଓ ଛୋଟ ପିଲାମାନଙ୍କୁ ସୁରକ୍ଷିତ ଭାବେ ଜାହାଜରୁ ତଳକୁ ଓହ୍ଲାଇ ଦିଆଗଲା।

୬: ହିମପର୍ବତରେ ପିଟି ହେବାର ୨ ଘଣ୍ଟା ୪୦ମିନିଟ ଭିତରେ ସମ୍ପୂର୍ଣ୍ଣ ଜାହାଜ, ସମୁଦ୍ରରେ ବୁଡ଼ି ଯାଇଥିଲା। ରାତି ୧୧ଟା ୪୦ରେ ଦୁର୍ଘଟଣା ଘଟିଲା ଏବଂ ୨ଟା ୨୦ ମିନିଟ୍‌ରେ ଜାହାଜଟି ପୂରା ବୁଡ଼ି ଯାଇଥିଲା।

୭: ଅନୁମାନ କରାଯାଏ ଜାହାଜରେ ୩ ହଜାର ୫୪୭ ଜଣ ଲୋକ ଥିଲେ। ସେମାନଙ୍କ ମଧ୍ୟରୁ ୨୬୮୭ ଜଣ ଯାତ୍ରୀ ଓ ୮୬୦ ଜଣ ଜାହାଜର କର୍ମଚାରୀ ଥିଲେ। ଏମାନଙ୍କ ମଧ୍ୟରୁ ୧୫୩୭ ଜଣ ଜୀବନ ହାରିଥିଲେ। ସେଥିମଧ୍ୟରୁ କେବଳ ୩୦୬ ଜଣଙ୍କ ମୃତଦେହ ମିଳିପାରିଥିଲା।

୮: ଟାଇଟାନିକ୍‌ ଯେଉଁ ପାଣିରେ ବୁଡ଼ିଥିଲା ତା’ର ତାପମାତ୍ରା ମାତ୍ର ୨ ଡିଗ୍ରି ସେଲସିୟସ୍‌ ଥିଲା। ଏଥିରେ ମଣିଷ ୧୫ ମିନିଟ୍‌ରୁ ଅଧିକ ସମୟ ବଞ୍ଚିପାରିବ ନାହିଁ।

୯: ଜାହାଜରେ ପିଟି ହୋଇଥିବା ହିମପର୍ବତର ଉଚ୍ଚତା ପ୍ରାୟ ୧୦୦ ଫୁଟ୍‌ ଥିଲା। ଏହା ୧୦,୦୦୦ ବର୍ଷ ପୂର୍ବ ଗ୍ରୀନ୍‌ଲାଣ୍ଡରୁ ଅଲଗା ହୋଇଯାଇଥିଲା। ତେବେ ଏହି ଦୁର୍ଘଟଣାର ଦୁଇ ସପ୍ତାହ ମଧ୍ୟରେ ହିମପର୍ବତଟି ନଷ୍ଟ ହୋଇଯାଇଥିଲା।

୧୦: ଟାଇଟାନିକ୍‌କୁ ପ୍ରତିଦିନ ୬୦୦ଟନ୍‌ କୋଇଲା ଦରକାର ହେଇଥିଲା। ଜାହାଜରେ ଥିବା ୮୬୦ ଜଣ କର୍ମଚାରୀଙ୍କ ମଧ୍ୟରୁ ୧୭୬ ଜଣ କେବଳ ଭାଟିରେ କୋଇଲା ପକାଇବା କାମ କରୁଥିଲେ। ଏହାର ଚିମିନିରୁ ପ୍ରତିଦିନ ୧୦୦ ଟନ୍ ଧୂଆଁ ବାହାରୁଥିଲା।

୧୧: ଏହି ଦୁର୍ଘଟଣାଟି ଉତ୍ତର ଆଣ୍ଟାଲାଟିକ୍ ସାଗରରେ ହୋଇଥିଲା। ଭଙ୍ଗା ଯାହାଜକୁ ଖୋଜିବା ପାଇଁ ୭୩ ବର୍ଷ ଲାଗି ଯାଇଥିଲା। ଅନେକ ଚେଷ୍ଟା ପରେ ୧୯୮୫ ମସିହା ସେପ୍ଟେମ୍ବର ୧ ତାରିଖରେ ସମୁଦ୍ର ଭିତରୁ ଟାଇଟାନିକ୍‌ର ସନ୍ଧାନ ମିଳିଥିଲା। ସମୁଦ୍ର ଭିତରେ ଏହା ମଝିରୁ ଦୁଇଫାଳ ହୋଇ ପଡ଼ିଛି। ଏହି ଦୁଇଫାଳ ମଧ୍ୟରେ ପ୍ରାୟ ୬୦୦ ମିଟର ଦୂରତା ରହିଛି।

୧୨: ଟାଇଟାନିକ୍‌ ଉପରେ ଅନେକ ଡକ୍ୟୁମେଣ୍ଟ୍ରି ଫିଲ୍ମ ତିଆରି ହୋଇସାରିଲାଣି। ହେଲେ ୧୯୯୭ ମସିହାରେ ଏହା ଉପରେ ତିଆରି ହୋଇଥିବା ଫିଲ୍ମ ‘ଟାଇଟାନିକ୍‌’ ସବୁଠୁ ଅଧିକ ଚର୍ଚ୍ଚାରେ ଥିଲା। ଏହି ଫିଲ୍ମକୁ ତିଆରି କରିବାରେ ଯେତିକି ଖର୍ଚ୍ଚ ହୋଇଥିଲା ତାହା ସତ ଟାଇଟାନିକ୍‌ ଜାହାଜ ତିଆରିରେ ହୋଇଥିବା ଖର୍ଚ୍ଚରୁ ୪୦ ପ୍ରତିଶତ ଅଧିକ ଥିଲା।

୧୩: ଟାଇଟାନିକ୍‌ରେ ଫାଷ୍ଟକ୍ଲାସରେ ଯାତ୍ରା କରିବା ପାଇଁ ଆଜିକୁ ପ୍ରାୟ ୧୦୦ବର୍ଷ ତଳେ ପ୍ରାୟ ୨ଲକ୍ଷ ୭୦ ହଜାର ଟଙ୍କା ଦେବାକୁ ପଡ଼ୁଥିଲା। ସେହିଭଳି ସେକେଣ୍ଡ କ୍ଲାସ ପାଇଁ ଏକ ଲକ୍ଷ ଟଙ୍କା ଓ ଥାର୍ଡ କ୍ଲାସ୍‌ ପାଇଁ ଦୁଇ ହଜାର ଟଙ୍କା ଦେବାକୁ ପଡ଼ୁଥିଲା। ଏତଏବ ଏବେ ଡଲାର ମୂଲ୍ୟ ଯାହା ଅଛି ସେହି ଅନୁସାରେ ଆଜିକାର ସମୟରେ ଏଥିରେ ଯାତ୍ରା କଲେ ଜଣଙ୍କୁ ଭାରତୀୟ ମୁଦ୍ରାରେ ୫୦ ଲକ୍ଷ ଟଙ୍କା ଦେବାକୁ ପଡ଼ିଥାନ୍ତା।

୧୪: ଟାଇଟାନିକ୍‌ ଜାହାଜରେ ଯାତ୍ରୀ ଓ କ୍ରୁ ମେମ୍ବରଙ୍କ ଖାଇବା ପାଇଁ ଭଲ ବ୍ୟବସ୍ଥା ଥିଲା। ଜାହାଜରେ ୮୬,୦୦୦ ପାଉଣ୍ଡ ମାଂସ, ୪୦,୦୦୦ ଅଣ୍ଡା, ୪୦ ଟନ୍‌ ଆଳୁ, ୩,୫୦୦ ପାଉଣ୍ଡ ପିଆଜ ଓ ୩୬ ହଜାର ସେଓ ସହ ଅନେକ ଖାଦ୍ୟ ସାମଗ୍ରୀ ଥିଲା।

୧୫: ଟାଇଟାନିକ୍‌ର ସର୍ବାଧିକ ବେଗ ଘଣ୍ଟାପ୍ରତି ୪୩ କିଲୋମିଟର ଥିଲା।

୧୬: ଟାଇଟାନିକ୍‌ର ନିର୍ମାଣ ବେଳେ ୨୫୦ରୁ ଅଧିକ ଲୋକ ଆହତ ହୋଇଥିବା ବେଳେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିଲା।

୧୭: ଜାହାଜର ୮୬୦ ଜଣ କ୍ରୁ ମେମ୍ବରଙ୍କ ମଧ୍ୟରେ ୨୩ ଜଣ ମହିଳା ଥିଲେ।

୧୮: ଜାହାଜରେ ୧୩ ଜଣ ନବବିବାହିତ ଦମ୍ପତି ହନିମୁନ୍‌ ପାଇଁ ଆସିଥିଲେ।

୧୯: ଟାଇଟାନିକ୍‌ରେ ଲାଗିଥିବା ହ୍ୱିସିଲ୍‌ ୧୬ କିଲୋମିଟର ଦୂର ପର୍ଯ୍ୟନ୍ତ ଶୁଣାଯାଉଥିଲା।

୨୦: ଏହି ଜାହାଜରେ ୯ଟି କୁକୁର ମଧ୍ୟ ଥିଲେ। କିନ୍ତୁ ଏମାନଙ୍କ ମଧ୍ୟରୁ ମାତ୍ର ୨ଟି ହିଁ ବଞ୍ଚି ପାରିଥିଲେ।

Related story