ହୋଲିରେ ରଙ୍ଗ ଖେଳୁଛନ୍ତି କି? ଜାଣନ୍ତୁ କ’ଣ କରିବେ ଓ କ’ଣ କରିବେ ନାହିଁ

ଆସନ୍ତାକାଲି ରଙ୍ଗର ପର୍ବ ହୋଲି। ହୋଲି ଖେଳିବା ପାଇଁ ସମସ୍ତେ ପ୍ରସ୍ତୁତ। ତେବେ ରଙ୍ଗ ଖେଳିବା ବେଳେ ଆମେ ଅନେକ ଗୁଡ଼ିଏ ଜିନିଷ ପ୍ରତି ଧ୍ୟାନ ଦେଇ ନ ଥାଉ। ଆଉ ସେହି ଅବହେଳା ଅନେକ ସମୟରେ ଆମ ଶରୀରକୁ କ୍ଷତି ପହଞ୍ଚାଇଥାଏ। ହୋଲି ଖେଳିବା ସମୟରେ କିଛି ସାବଧନତା ଅବଲମ୍ବନ କରିବା ଜରୁରୀ।ଆସନ୍ତୁ ଜାଣିବା ସେ ସମ୍ପର୍କରେ… ୧-ହୋଲି ଖେଳିବାକୁ ଯିବା ପୂର୍ବରୁ କେଶରେ ତେଲ ନିଶ୍ଟୟ ଲଗାନ୍ତୁ, ଏହା କେଶର ସୁରକ୍ଷା କବଚ ଭାବେ […]

nn

Rakesh Mallick
  • Published: Thursday, 01 March 2018
  • , Updated: 01 March 2018, 02:20 PM IST

ଆସନ୍ତାକାଲି ରଙ୍ଗର ପର୍ବ ହୋଲି। ହୋଲି ଖେଳିବା ପାଇଁ ସମସ୍ତେ ପ୍ରସ୍ତୁତ। ତେବେ ରଙ୍ଗ ଖେଳିବା ବେଳେ ଆମେ ଅନେକ ଗୁଡ଼ିଏ ଜିନିଷ ପ୍ରତି ଧ୍ୟାନ ଦେଇ ନ ଥାଉ। ଆଉ ସେହି ଅବହେଳା ଅନେକ ସମୟରେ ଆମ ଶରୀରକୁ କ୍ଷତି ପହଞ୍ଚାଇଥାଏ। ହୋଲି ଖେଳିବା ସମୟରେ କିଛି ସାବଧନତା ଅବଲମ୍ବନ କରିବା ଜରୁରୀ।ଆସନ୍ତୁ ଜାଣିବା ସେ ସମ୍ପର୍କରେ...

୧-ହୋଲି ଖେଳିବାକୁ ଯିବା ପୂର୍ବରୁ କେଶରେ ତେଲ ନିଶ୍ଟୟ ଲଗାନ୍ତୁ, ଏହା କେଶର ସୁରକ୍ଷା କବଚ ଭାବେ କାମ କରିବ ଓ ରଙ୍ଗ ଛାଡ଼ିବା ମଧ୍ୟ ସହଜ ହେବ।

୨-ହୋଲି ଦିନ ଆବଶ୍ୟକ  ହେଲେ ଅତିବେଶୀରେ ଦୁଇଥର ଗାଧୋଇ ପାରନ୍ତି। କାରଣ ଅଧିକ ଗାଧୋଇବା ଦ୍ୱାରା ତ୍ୱଚାର ଆଦ୍ରତା ନଷ୍ଟ ହୋଇଯାଏ।

୩- ଗାଧୋଇବା ପରେ ମଏଶ୍ଚରାଇଜର ଲଗାଇବାକୁ ଭୁଲିବେ ନାହିଁ। ହୋଲି ବେଳେ ନଖରେ ରଙ୍ଗ ଲାଗିବାର ସମ୍ଭାବନା ରହିଛି। ତେଣୁ  ଖେଳିବାକୁ ଯିବା ପୂର୍ବରୁ ନିଜ ପସନ୍ଦର ନେଲପଲିସ ଲଗାନ୍ତୁ ଏହାଦ୍ୱାରା କୃତ୍ରିମ ରଙ୍ଗ  ପ୍ରଭାବରୁ ନଖ ସୁରକ୍ଷିତ ରହିବ।

 ୪-ମୁହଁରେ ରଙ୍ଗ ଲାଗିବା ପରେ ତ୍ୱଚା ରୁକ୍ଷ ହୋଇଯାଏ। ଏପରିସ୍ଥିତିରେ ରଙ୍ଗ ଛଡ଼ାଇବା ଲାଗି ତ୍ୱଚାକୁ ବେଶୀ ଘଷିବେ ନାହିଁ, ନଚେତ ମୁହଁ ପୋଡ଼ିବ ଓ ଲାଲ୍ ପୋଡ଼ିଯାଇପାରେ। ସୋଡିୟମ ଲରେଥଯୁକ୍ତ କ୍ଲିନଜର ବ୍ୟବହାର କରି ରଙ୍ଗ ଛଡ଼ାଇପାରନ୍ତି।

୫-ରଙ୍ଗ ଛଡ଼ାଇବା ପରେ ବି ତ୍ୱଚା ଏବଂ କେଶ ରୁକ୍ଷ ହୋଇ ରହିଲେ ରାତିରେ କେଶରେ ଭଲ ହେୟାର ସିରମ ଓ ତ୍ୱଚାରେ ମଶ୍ଚରାଇଜର କିମ୍ବା ନାଇଟ୍ କ୍ରିମ୍ ଲଗାନ୍ତୁ।

 

 

Related story