ବିଦାୟ ବିନୟ: ଚାକିରିରୁ ଅବସର ପରେ ଜୀବନରୁ ଅବସର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶାର ପୂର୍ବତନ ହୋମଗାର୍ଡ଼ ଡିଜି ବିନୟ ବେହେରାଙ୍କ ବିୟୋଗ ହୋଇଯାଇଛି। ଭୁବନେଶ୍ୱରରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କର ଆଜି ରାତି ସାଢ଼େ ୧୦ଟାରେ ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୧ ବର୍ଷ ହୋଇଥିଲା। ସେ ଗତ ଅକ୍ଟୋବର ୩୧ ତାରିଖରେ ଚାକିରିରୁ ଅବସର ନେଇଥିଲେ। ସେ ହେଉଛନ୍ତି କଟକ-ଭୁବନେଶ୍ୱରରେ ପ୍ରଥମ ପୋଲିସ କମିଶନର। କଳାହାଣ୍ଡି ଜିଲ୍ଲା ମୁଣ୍ଡରଗୁଡ଼ାରେ ତାଙ୍କର ଜନ୍ମଗ୍ରହଣ ହୋଇଥିଲା। ୧୯୮୨ ମସିହା ବ୍ୟାଚର ଆଇପିଏସ୍‌ […]

Binay-Behera-DG-Fire-Services-696x522

Rakesh Mallick
  • Published: Saturday, 11 November 2017
  • , Updated: 12 November 2017, 12:42 AM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶାର ପୂର୍ବତନ ହୋମଗାର୍ଡ଼ ଡିଜି ବିନୟ ବେହେରାଙ୍କ ବିୟୋଗ ହୋଇଯାଇଛି। ଭୁବନେଶ୍ୱରରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କର ଆଜି ରାତି ସାଢ଼େ ୧୦ଟାରେ ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୧ ବର୍ଷ ହୋଇଥିଲା। ସେ ଗତ ଅକ୍ଟୋବର ୩୧ ତାରିଖରେ ଚାକିରିରୁ ଅବସର ନେଇଥିଲେ। ସେ ହେଉଛନ୍ତି କଟକ-ଭୁବନେଶ୍ୱରରେ ପ୍ରଥମ ପୋଲିସ କମିଶନର। କଳାହାଣ୍ଡି ଜିଲ୍ଲା ମୁଣ୍ଡରଗୁଡ଼ାରେ ତାଙ୍କର ଜନ୍ମଗ୍ରହଣ ହୋଇଥିଲା।

୧୯୮୨ ମସିହା ବ୍ୟାଚର ଆଇପିଏସ୍‌ ଅଫିସର ବିନୟ ବେହେରା ଅବସର ନେବାର ପରଦିନ ହୃଦଘାତରେ ପଡ଼ିଥିଲେ। ତାଙ୍କୁ ପରିବାର ଲୋକେ ଏକ ଘରୋଇ ହସ୍ପିଟାଲ ଭର୍ତ୍ତି କରିଥିଲେ। ମାତ୍ର ସ୍ୱାସ୍ଥ୍ୟ ଅବସ୍ଥାରେ ଉନ୍ନତି ଘଟିନଥିଲା। ମୃତ୍ୟୁ ବେଳକୁ ସେ କୋମାକୁ ଚାଲିଯାଇଥିଲେ। ଆଜି ରାତିରେ ତାଙ୍କର ମୃତ୍ୟୁ ଘଟିଛି। ତାଙ୍କ ବିୟୋଗରେ ପରିବାର ଓ ଆତ୍ମିୟସ୍ୱଜନଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି।

Related story