ପିଲା ରାହାଧରି କାନ୍ଦୁଥିଲେ ଆପଣାନ୍ତୁ କିଛି ଘରୋଇ ଉପାୟ

Ordigital Desk
  • Published: Tuesday, 24 October 2017
  • , Updated: 24 October 2017, 03:11 PM IST
<p>ଭୁବନେଶ୍ଵର(ଓଡିଶା ରିପୋର୍ଟର): ଛୁଆ ଜନ୍ମ ନେବା ମାତ୍ରେ କାନ୍ଦେ। ଏ ତ ସାଧାରଣ କଥା। ହେଲେ ଜନ୍ମ ପରେ କେତେକ ଛୁଆ ଅଧିକାଂଶ ସମୟ ରାହାଧରି କାନ୍ଦୁଥିବା ଦେଖାଯାଏ। ଏହା ସାଧାରଣ କଥା ନୁହେଁ, ଏହା ରୋଗ ହୋଇପାରେ । ଯାହାକୁ ସାଧାରଣ ଭାବେ କାନ୍ଦୁରା ରୋଗ ବୋଲି କୁହାଯାଏ।</p> <p>ଏହି ରୋଗରୁ ମୁକ୍ତି ଦେବାରେ ଆପଣଙ୍କୁ ସାହାର୍ଯ୍ୟ କରିବ &lsquo;ମୟୁର ପୁଚ୍ଛ&rsquo; । ମୟୁର ପୁଚ୍ଛକୁ ପିଲା ଶୋଉଥିବା ଖଟରେ ୧୦-୧୫ଥର ଘସନ୍ତୁ ଓ ସେହି ଖଟ ଉପରେ ରଖି ଦିଅନ୍ତୁ। ଏମିତି ସପ୍ତାହେ ପର୍ଯ୍ୟନ୍ତ କରନ୍ତୁ। ଦେଖିବେ କାନ୍ଦୁରା ରୋଗ ଦୂରଇ ଯିବ।</p> <p>ଏହାର ନିରାକଣ ପାଇଁ ଆଉଏକ ଉପାୟ ମଧ୍ୟ ଅବଲମ୍ବନ କରାଯାଇପାରେ । ପିଲାକୁ କୁଶ ଆଶନରେ ଶୋଇବାକୁ ଦିଅନ୍ତୁ। ଏହି କୁଶ ଆଶନକୁ ପ୍ରଥମେ ଖଟ ଉପରେ ପକାନ୍ତୁ ଏହା ଉପରେ କପଡା ପାରି ପିଲାକୁ ଶୁଆନ୍ତୁ। ମାସେ ପର୍ଯ୍ୟନ୍ତ ଏମିତି କରିବା ଦ୍ଵାରା ପିଲାର କାନ୍ଦିବା ରୋଗ ପୁରା ଭଲ ହୋଇଯିବ। ବିଶ୍ୱାସ ହେଉ ନ ଥିଲେ ବି ଥରେ କରି ଦେଖନ୍ତୁନା ।</p>

Related story