ବୋଲ୍ଡ ଆଣ୍ଡ ହଟ୍‌ ରାଜକୁମାରୀ: ବୁର୍ଖାର ବନ୍ଧନରୁ ବହୁ ଦୂରରେ

ସାଉଦୀ ଆରବ କଥା ଉଠିଲେ ଆପଣଙ୍କ ମନକୁ ଆସିବ ବୁର୍ଖା ପିନ୍ଧି ସମ୍ପୂର୍ଣ୍ଣ ଭାବେ ନିଜକୁ ଲୁଚାଇ ରଖିଥିବା ମହିଳା କଥା। ହେଲେ ଏହି ଦେଶର ରାଜକୁମାରୀ ଏହାକୁ ମାନନ୍ତି ନାହିଁ। ସାରା ବିଶ୍ୱରେ ବୋଲ୍ଡ ଲେଡି ଭାବେ ଜଣାଶୁଣା ଏହି ମହିଳା ଯେତେବେଳେ ଦେଶରେ ଥାନ୍ତି ପରମ୍ପରା ଅନୁସାରେ ବୁର୍ଖା ପିନ୍ଧିଥାନ୍ତି। ହେଲେ ସୀମା ଡେଇଁଲା ପରେ ତାଙ୍କ ରୂପରେଖ, ଚାଲିଚଳନ ସମ୍ପୂର୍ଣ୍ଣ ବଦଳି ଯାଇଥାଏ। ସାଉଦୀ ଆରବର ଏହି ରାଜକୁମାରୀ ଦିନା ଅଲଜୁହାନୀ ଅବଦୁଲ […]

deena-aljuhani

Rakesh Mallick
  • Published: Tuesday, 07 November 2017
  • , Updated: 07 November 2017, 09:21 AM IST

ସାଉଦୀ ଆରବ କଥା ଉଠିଲେ ଆପଣଙ୍କ ମନକୁ ଆସିବ ବୁର୍ଖା ପିନ୍ଧି ସମ୍ପୂର୍ଣ୍ଣ ଭାବେ ନିଜକୁ ଲୁଚାଇ ରଖିଥିବା ମହିଳା କଥା। ହେଲେ ଏହି ଦେଶର ରାଜକୁମାରୀ ଏହାକୁ ମାନନ୍ତି ନାହିଁ। ସାରା ବିଶ୍ୱରେ ବୋଲ୍ଡ ଲେଡି ଭାବେ ଜଣାଶୁଣା ଏହି ମହିଳା ଯେତେବେଳେ ଦେଶରେ ଥାନ୍ତି ପରମ୍ପରା ଅନୁସାରେ ବୁର୍ଖା ପିନ୍ଧିଥାନ୍ତି। ହେଲେ ସୀମା ଡେଇଁଲା ପରେ ତାଙ୍କ ରୂପରେଖ, ଚାଲିଚଳନ ସମ୍ପୂର୍ଣ୍ଣ ବଦଳି ଯାଇଥାଏ। ସାଉଦୀ ଆରବର ଏହି ରାଜକୁମାରୀ ଦିନା ଅଲଜୁହାନୀ ଅବଦୁଲ ଅଜିଜିଙ୍କୁ ନେଇ ଆଜିର ବିଶେଷ ଉପସ୍ଥାପନା।

୧. ଦିନା ଜଣେ ବୋଲ୍ଡ ମହିଳା। ସେ ଯେତେବେଳେ ଆରବରେ ଥାନ୍ତି ହିଜାବର ସମସ୍ତ ଔପଚାରିତା ଆଳନ କରିଥାନ୍ତି। ଦେଶ ବାହାରକୁ ଆସିବା ପରେ ସବଦଳି ଯାଇଥାଏ ତାଙ୍କ ରହଣି।

୨. ଦିନାଙ୍କୁ ଏବେ ୪୧ ବର୍ଷ। ସେ ଫ୍ୟାସନ ୱାର୍ଲ୍ଡରେ ଜଣେ ଆଗଧାଡିର ଷ୍ଟାର। ତାଙ୍କୁ ଫ୍ୟାସନ ଦୁନିଆରେ ଷ୍ଟାଇଲ୍‌ ଆଇକନ କୁହାଯାଇଥାଏ।

୩. D’NA ନାମରେ ସେ ତାଙ୍କ ଫ୍ୟାସନ ବ୍ୟବସାୟ ଚଲାଇଥାନ୍ତି। ଏହାସହ ସେ ଏକ ପ୍ରମୁଖ ଫ୍ୟାସନ ମ୍ୟାଗାଜିନର ଚିପ୍‌ ଏଡିଟର ଅଛନ୍ତି।

୪. ତାଙ୍କୁ ହିଜାବରେ ବହୁତ କମ ଦେଖିବାକୁ ମିଳିଥାଏ। ଦିନାଙ୍କ ବିବାହ ସାଉଦୀ ଆରବର ରାଜ ପରିବାରରେ ହୋଇଛି। ସେ ସୁଲତାନ ବିନ୍‌ ନାସିରଙ୍କ ପତ୍ନୀ।

୫. ଦିନା ବବ୍‌ କଟ୍‌ କରିଛନ୍ତି। ସାରା ଦୁନିଆରେ ବୁଲନ୍ତି। ଯେଉଁଠିକୁ ଯାଇଥାନ୍ତି ଫଟୋ ଉଠାବାକୁ ଭୁଲି ନଥାନ୍ତି।

୬. ଜାଣିଲେ ଆଶ୍ଚର୍ଯ୍ୟ ହେବ ବୋଲ୍ଡ ଓ ହଟ ଦିଶୁଥିବା ଦିନା ୩ଟି ପିଲାଙ୍କ ମାଆ।

୭. ସେ ସାଉଦୀ ଆରବ ବାହାରେ ଥିଲେ ନିଜ ଇଚ୍ଛାରେ ୱେଷ୍ଟର୍ଣ୍ଣ ଡ୍ରେସ୍‌ ପିନ୍ଧନ୍ତି।

Related story