ଜିଏସ୍‌ଟି ମାଡ଼: ମହଙ୍ଗା ହେବ ହୋଟେଲ ଖାନା

ନୂଆଦିଲ୍ଲୀ: ଜିଏସ୍‌ଟି ପରିଷଦ ପକ୍ଷରୁ ହୋଟେଲ ବିଲ ଉପରେ କର ଧାର୍ଯ୍ୟ କରାଯାଇଛି। ୨୦୦୦ ଟଙ୍କାରୁ ୭,୫୦୦ ଟଙ୍କାର ହୋଟେଲ ବିଲ୍‌ ଉପରେ ୧୮ ପ୍ରତିଶତ ଟିକସ ଆଦାୟ କରାଯିବ। ସେହିପରି ୭୫୦୦ରୁ  ଅଧିକ ଟଙ୍କାର ବିଲ୍‌ ଉପରେ ୨୮ପ୍ରତିଶତ ଟାକ୍ସ ଆଦାୟ କରାଯିବ। ସରକାରୀ ଲଟେରୀ ଉପରେ ୧୨ ପ୍ରତିଶତ ଓ ଘରୋଇ ଲଟେରି ଉପରେ ୨୮ ପ୍ରତିଶତ ଟିକସ ଆଦାୟ କରାଯିବ। ବୈଠକରେ ଜୁଲାଇ ଓ ଅଗଷ୍ଟ ମାସର ଆୟକର ଦାଖଲ ପାଇଁ ରିହାତି […]

swasti premeam

Rakesh Mallick
  • Published: Sunday, 18 June 2017
  • , Updated: 18 June 2017, 06:56 PM IST

ନୂଆଦିଲ୍ଲୀ: ଜିଏସ୍‌ଟି ପରିଷଦ ପକ୍ଷରୁ ହୋଟେଲ ବିଲ ଉପରେ କର ଧାର୍ଯ୍ୟ କରାଯାଇଛି। ୨୦୦୦ ଟଙ୍କାରୁ ୭,୫୦୦ ଟଙ୍କାର ହୋଟେଲ ବିଲ୍‌ ଉପରେ ୧୮ ପ୍ରତିଶତ ଟିକସ ଆଦାୟ କରାଯିବ। ସେହିପରି ୭୫୦୦ରୁ  ଅଧିକ ଟଙ୍କାର ବିଲ୍‌ ଉପରେ ୨୮ପ୍ରତିଶତ ଟାକ୍ସ ଆଦାୟ କରାଯିବ। ସରକାରୀ ଲଟେରୀ ଉପରେ ୧୨ ପ୍ରତିଶତ ଓ ଘରୋଇ ଲଟେରି ଉପରେ ୨୮ ପ୍ରତିଶତ ଟିକସ ଆଦାୟ କରାଯିବ। ବୈଠକରେ ଜୁଲାଇ ଓ ଅଗଷ୍ଟ ମାସର ଆୟକର ଦାଖଲ ପାଇଁ ରିହାତି ସମୟ ଘୋଷଣା କରାଯାଇଛି।  ବୈଠକରେ ଜିଏସ୍‌ଟି ବିଲ୍‌ ପୂର୍ବନିର୍ଦ୍ଧାରିତ ଜୁଲାଇ ପହିଲାରୁ କାର୍ଯ୍ୟକାରୀ କରିବା ପାଇଁ ମତ ପ୍ରକାଶ ପାଇଥିଲା। ଏ ସମ୍ପର୍କରେ ଚୂଡାନ୍ତ ନିଷ୍ପତ୍ତି ନେବାପାଇଁ ଜୁନ ୩୦ରେ ଆଉ ଏକ ବୈଠକ ହେବ ବୋଲି ଅର୍ଥମନ୍ତ୍ରୀ ଅରୁଣ ଜେଟଲି କହିଛନ୍ତି।

Related story