ବିଜୁଳି ମାରେ କାହିଁକି ?

ବଜ୍ରପାତ କାରଣରୁ ପ୍ରତିବର୍ଷ ଅନେକ ଲୋକଙ୍କ ଜୀବନ ଚାଲିଯାଏ। ଏହି ସମୟରେ ମନରେ ପ୍ରଶ୍ନ ଉଠିଥାଏ ଆକାଶରୁ ବିଜୁଳି ଖସିବା ପଛରେ କାରଣ କ’ଣ?ତେବେ ଆସନ୍ତୁ ଜାଣିବା ବଜ୍ରପାତ ସହ ଜଡିତ କିଛି ରୋଚକ ତଥ୍ୟ ବିଷୟରେ ଆକାଶରେ ବାଦଲରୁ ବାଦଲ ମାଡ ହେବା ଫଳରେ ଘର୍ଷଣ ସୃଷ୍ଟି ହୋଇ ବିଜୁଳି ମରିଥାଏ। ଯେତେବେଳେ Opposite Energy ବାଦଲ (+,-) ପରସ୍ପର ସହ ମାଡ ହୁଏ ସେଥିରୁ ଘର୍ଷଣ କାରଣରୁ  ବିଜୁଳି ମାରିବା ଶଦ୍ଦ ହୁଏ। ଦୁଇପହରରେ […]

biju

Rakesh Mallick
  • Published: Monday, 30 April 2018
  • , Updated: 30 April 2018, 11:01 AM IST

ବଜ୍ରପାତ କାରଣରୁ ପ୍ରତିବର୍ଷ ଅନେକ ଲୋକଙ୍କ ଜୀବନ ଚାଲିଯାଏ। ଏହି ସମୟରେ ମନରେ ପ୍ରଶ୍ନ ଉଠିଥାଏ ଆକାଶରୁ ବିଜୁଳି ଖସିବା ପଛରେ କାରଣ କ’ଣ?ତେବେ ଆସନ୍ତୁ ଜାଣିବା ବଜ୍ରପାତ ସହ ଜଡିତ କିଛି ରୋଚକ ତଥ୍ୟ ବିଷୟରେ

  • ଆକାଶରେ ବାଦଲରୁ ବାଦଲ ମାଡ ହେବା ଫଳରେ ଘର୍ଷଣ ସୃଷ୍ଟି ହୋଇ ବିଜୁଳି ମରିଥାଏ।
  • ଯେତେବେଳେ Opposite Energy ବାଦଲ (+,-) ପରସ୍ପର ସହ ମାଡ ହୁଏ ସେଥିରୁ ଘର୍ଷଣ କାରଣରୁ  ବିଜୁଳି ମାରିବା ଶଦ୍ଦ ହୁଏ।
  • ଦୁଇପହରରେ ବିଜୁଳି ଖସିବାର ଆଶଙ୍କା ଅଧିକ ଥାଏ।
  • ବଜ୍ରପାତ ସମ୍ୱନ୍ଧୀୟ ପାଠକୁ "Fulminology" କୁହାଯାଏ।
  • ଦୁନିଆରେ ପ୍ରତିବର୍ଷ ୨୪୦୦୦ ଲୋକଙ୍କ ମୃତ୍ୟୁ ବିଜୁଳି ମାରିବା କାରଣରୁ ହୋଇଥାଏ।
  • ପ୍ରତି ସେକେଣ୍ଡରେ ୪୦ ଥର ବଜୁଳି ଖସିଥାଏ। ଏହାର ଅର୍ଥ ଦିନକୁ ୩୦ ଲକ୍ଷ ଥର ହୋଇଥାଏ। ଏହି ସବୁ ବିଜୁଳି ମାଟିରେ ପଡି ନଥାଏ। ଅଧିକାଂଶ ବିଜୁଳି ବାଦଲରୁ ବାଦଲ ଉପରକୁ ଖସିଥାଏ।
  • ବିଜୁଳିରେ ଏତେ ପାୱାର ରହିଛି ଯାହା ୩ ମାସ ପର୍ଯ୍ୟନ୍ତ ୧୦୦ ୱାଟର ବଲ୍ବ ଜାଳିପାରିବ।
  • ଆକାଶରୁ ଖସୁଥିବା ବିଜୁଳିର ଆଲୋକ ୧ରୁ ୨ ଇଞ୍ଚ ଚଉଡା। ଏଥିରେ ୧୦ କୋଟି ଭୋଲ୍ଟ ସହ ୧୦୦୦ AMPS କରେଣ୍ଟ୍‌ ଥାଏ।
  • ବଜ୍ରପାତରେ ପୁରୁଷଙ୍କ ଅପେକ୍ଷା ମହିଳାଙ୍କ ଜୀବନ ଯିବାର ଆଶଙ୍କା ଅଧିକ ଥାଏ।
  • ସ୍ଟାଚ୍ୟୁ ଅଫ୍‌ ଲିବର୍ଟିରେ ପ୍ରତିବର୍ଷ ୩୦୦ ଥର ବିଜୁଳି ଖସିଥାଏ। ଏହି ବିଜୁଳିରୁ ଶକ୍ତି ସଂଗ୍ରହ କରାଯାଏ। ଯାହା ପ୍ରାୟ ୬୦୦ ଭୋଲ୍ଟ ହେବ।
  • ବଜ୍ରପାତରେ ମଣିଷର ମୁଣ୍ଡ କାନ୍ଧ ଓ ଗଳା ଉପରେ ଅଧିକ ପ୍ରଭାବ ପକାଇଥାଏ।
  • ବଜ୍ରପାତରେ ହୃଦ୍‌ଘାତ ହେବା ସହ ଅଙ୍ଗ ଜଳିପାରେ।

ବଜ୍ରପାତରୁ ରକ୍ଷା ପାଇବା ନିମନ୍ତେ ସତର୍କତା

  • ବଜ୍ରପାତ ବେଳେ କୋଠା ଘରେ ଆଶ୍ରୟ ନିଅନ୍ତୁ
  • ଖୋଲା ସ୍ଥାନକୁ ଯାଆନ୍ତୁ ନାହିଁ
  • ଯାନ୍ତ୍ରିକ ସାମଗ୍ରୀ ପାଖରେ ରୁହନ୍ତୁ ନାହିଁ।
  • ପାଣିରେ ପହରନ୍ତୁ ନାହିଁ
  • ଛତା ହାତରେ ଧରନ୍ତୁ ନାହିଁ।
  • ଉଚ୍ଛା ସ୍ଥାନର ତଳେ ଠିଆ ହୁଅନ୍ତୁ ନାହିଁ।
  • ତଳେ ମୁହଁ ମାଡି ପଡି ରୁହନ୍ତୁ ଓ କାନକୁ ଚାପି ରଖନ୍ତୁ।
  • ଘରର ଝରକାଠାରୁ ଦୂରେଇ ରୁହନ୍ତୁ।
  • ଟେଲିଫୋନ୍‌ ବ୍ୟବହାର କରନ୍ତୁ ନାହିଁ।
  • କାନ୍ଥକୁ ଆଉଜି ରୁହନ୍ତୁ ନାହିଁ।
  • ଇଲେଟ୍ରିକ୍‌ ପ୍ଲଗ୍‌ କାଢି ଦିଅନ୍ତୁ।

 

 

 

 

Related story