ବାସ୍ତବରେ 'ଏଲିଅନ୍' ଦେଖିବାକୁ କେମିତି ?

ନୂଆଦିଲ୍ଲୀ: ଅନେକ ସମୟରେ ଏଲିଅନ୍‌କୁ ନେଇ ଆମେ ଦ୍ୱନ୍ଦ୍ୱରେ ଥାଉ। ମନରେ ପ୍ରଶ୍ନ ଆସେ ଏଲିଅନ୍ ଦେଖିବାକୁ କେମିତି? ଯେମିତି ହଲିଉଡ ଫିଲ୍ମରେ ଦେଖାଯାଏ ସେମିତି ନା ଯେମିତି ବଲିଉଡ ଫିଲ୍ମରେ ଦେଖାଯାଏ ସେମିତି? ସେ ବଲିଉଡ ଫିଲ୍ମ ‘କୋଇ ମିଲ ଗୟାର’ ‘ଯାଦୁ’ ପରି ନୁହେଁତ? ଏମିତି ଅନେକ ପ୍ରଶ୍ନ ଆସେ ମନକୁ କିନ୍ତୁ ତାର ସଠିକ୍ ଉତ୍ତର ଆଜି ପର୍ଯ୍ୟନ୍ତ ମିଳିନି।  ଅନେକ ସମୟରେ ଫିଲ୍ମ ମାଧ୍ୟମରେ ଆମକୁ ଜଣାଯାଏ ଯେ ଏଲିଅନ୍ ଆମଠୁ […]

aliens_650x400_51509678806

Rakesh Mallick
  • Published: Friday, 03 November 2017
  • , Updated: 03 November 2017, 04:27 PM IST

ନୂଆଦିଲ୍ଲୀ: ଅନେକ ସମୟରେ ଏଲିଅନ୍‌କୁ ନେଇ ଆମେ ଦ୍ୱନ୍ଦ୍ୱରେ ଥାଉ। ମନରେ ପ୍ରଶ୍ନ ଆସେ ଏଲିଅନ୍ ଦେଖିବାକୁ କେମିତି? ଯେମିତି ହଲିଉଡ ଫିଲ୍ମରେ ଦେଖାଯାଏ ସେମିତି ନା ଯେମିତି ବଲିଉଡ ଫିଲ୍ମରେ ଦେଖାଯାଏ ସେମିତି? ସେ ବଲିଉଡ ଫିଲ୍ମ 'କୋଇ ମିଲ ଗୟାର' ‘ଯାଦୁ’ ପରି ନୁହେଁତ? ଏମିତି ଅନେକ ପ୍ରଶ୍ନ ଆସେ ମନକୁ କିନ୍ତୁ ତାର ସଠିକ୍ ଉତ୍ତର ଆଜି ପର୍ଯ୍ୟନ୍ତ ମିଳିନି।  ଅନେକ ସମୟରେ ଫିଲ୍ମ ମାଧ୍ୟମରେ ଆମକୁ ଜଣାଯାଏ ଯେ ଏଲିଅନ୍ ଆମଠୁ ଶକ୍ତିଶାଳୀ। ଏବଂ ତାଙ୍କ ପାଖରେ ସ୍ୱତନ୍ତ୍ର ଶକ୍ତି ଥାଏ। କଣ ଏହା ସତ? ଏକ ଗବେଷଣାରୁ ଏହାର ସତ୍ୟତା ଜଣାପଡିଛି। ଏଲିଅନ୍ ମାନେ ମଣିଷ ପରି ବୋଲି ଏହି ଗବେଷଣାରୁ ଜଣା ପଡିଛି।

ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ବୈଜ୍ଞାନିକ ମାନେ ଇବୋଲ୍ୟୁସିନରୀ ଥିଓରୀ ମାଧ୍ୟମରେ ଏଲିଅନ୍ ମାନଙ୍କ ସମ୍ପର୍କରେ ଜାଣିବାକୁ ଚେଷ୍ଟା କରିଥିଲେ। ଏହି ଥିଓରିର ପ୍ରୟୋଗ ପରେ ଏହା ଜଣା ପଡିଥିଲା ଯେ ସେମାନଙ୍କର ଜୀବନ ସେମିତି ଚାଲେ ଯେମିତି ମଣିଷ ମାନଙ୍କର। ସେମାନଙ୍କ ଜୀବନ ମଧ୍ୟ ମେକାନିଜମ୍ ଦ୍ୱାରା ହୋଇଥାଏ। ଯାହା ମାଧ୍ୟମରେ  ପୃଥିବୀରେ ମଧ୍ୟ ଜୀବନ ସୃଷ୍ଟି ହୋଇଥିଲା।

ଆହୁରି ମଧ୍ୟ ପଢନ୍ତୁ: ପାଣ୍ଡବଙ୍କ ହତ୍ୟା ଷଡ଼ଯନ୍ତ୍ର ଉପରୁ ଉଠିବ ପରଦା: ‘ଯଉଘର’ ଖୋଳିବ ASI

ଏହି କାରଣରୁ ଏଲିଅନ୍ ଆମ ପରି ହିଁ ଦେଖାଯାଉଥିବେ। ସେମିତି ତ ପୃଥିବୀରୁ ଜୀବନର ଉତ୍ପତ୍ତିକୁ ନେଇ ଅନେକ ଥିଓରି ରହିଛି। କିନ୍ତୁ ଦାବି ରହିଛି ପୃଥିବୀରେ ଜନ୍ମ ନେଇଥିବା ସର୍ବପ୍ରଥମ ମଣିଷ ସିଙ୍ଗଲ ସେଲ୍‌ର।

କିନ୍ତୁ ଗବେଷଣାରୁ ଏଲିଅନ୍‌ର ବୟସ ସୀମା କେତେ ଓ ସେମାନଙ୍କର କେତୋଟି ହାତ ଗୋଡ ଥାଏ ତାହା ଜଣାପଡିନାହିଁ।

ଓଡିଶା ରିପୋଟର ସ୍ପେସିଆଲ: ଗୋଟିଏ ଭୁଲ ପାଇଁ ସାରା ଜୀବନ ବଙ୍କା ହୋଇଗଲା ବେକ

 

 

Related story