ଜାଣିଛନ୍ତି କି? ୧ କିଲୋମିଟର ଯିବାକୁ କେତେ ଲିଟର ଡିଜେଲ୍ ଖର୍ଚ୍ଚ କରେ ଟ୍ରେନ୍ ?

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଶସ୍ତା ଓ ଆରାମଦାୟକ ଯାତ୍ରା କଥା ଚିନ୍ତା କଲେ ଆମେ ସବୁବେଳେ ଟ୍ରେନ୍‌କୁ ବାଛନ୍ତି। ଟ୍ରେନ୍‌କୁ ସବୁଠାରୁ ଲୋକପ୍ରିୟ ପବ୍ଲିକ୍ ଟ୍ରାନ୍ସପୋର୍ଟ ବା ଗରିବ ଲୋକଙ୍କ ଗାଡ଼ି ବୋଲି ଭାରତରେ ବିଚାର କରାଯାଏ। ଅନେକ ଗରିବ ଗୁରୁବା ଟ୍ରେନ୍‌ରେ ମାଗଣାରେ ବି ଯାତ୍ରା କରୁଥିବାର ଦେଖାଯାଏ। ତେବେ ଏହା ପରିତାପର ବିଷୟ ଯେ, ବେଳେବେଳେ ସ୍ୱଚ୍ଛଳ ବର୍ଗର ଯାତ୍ରୀ ମଧ୍ୟ ମାଗଣାରେ ଟ୍ରେନ୍ ଯାତ୍ରା କରିଥାନ୍ତି। ଏହି ପରିପ୍ରେକ୍ଷୀରେ ଗୋଟିଏ କଥା ସେମାନେ […]

train milage

Rakesh Mallick
  • Published: Monday, 04 December 2017
  • , Updated: 04 December 2017, 04:24 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଶସ୍ତା ଓ ଆରାମଦାୟକ ଯାତ୍ରା କଥା ଚିନ୍ତା କଲେ ଆମେ ସବୁବେଳେ ଟ୍ରେନ୍‌କୁ ବାଛନ୍ତି। ଟ୍ରେନ୍‌କୁ ସବୁଠାରୁ ଲୋକପ୍ରିୟ ପବ୍ଲିକ୍ ଟ୍ରାନ୍ସପୋର୍ଟ ବା ଗରିବ ଲୋକଙ୍କ ଗାଡ଼ି ବୋଲି ଭାରତରେ ବିଚାର କରାଯାଏ। ଅନେକ ଗରିବ ଗୁରୁବା ଟ୍ରେନ୍‌ରେ ମାଗଣାରେ ବି ଯାତ୍ରା କରୁଥିବାର ଦେଖାଯାଏ। ତେବେ ଏହା ପରିତାପର ବିଷୟ ଯେ, ବେଳେବେଳେ ସ୍ୱଚ୍ଛଳ ବର୍ଗର ଯାତ୍ରୀ ମଧ୍ୟ ମାଗଣାରେ ଟ୍ରେନ୍ ଯାତ୍ରା କରିଥାନ୍ତି। ଏହି ପରିପ୍ରେକ୍ଷୀରେ ଗୋଟିଏ କଥା ସେମାନେ ଜାଣିଛନ୍ତି କି ନାହିଁ ଆମେ ଜାଣିନୁ, ଟ୍ରେନ୍ ଚାଲିବାକୁ କେତେ ଟଙ୍କା ଖର୍ଚ୍ଚା ହେଉଛି ସେମାନେ ଜାଣିଛନ୍ତି କି? ଜାଣନ୍ତି କି ଗୋଟେ ଟ୍ରେନ୍ ୧ କିଲୋମିଟର ଗଡ଼ିବାକୁ କେତେ ଡିଜେଲ୍ ଖର୍ଚ୍ଚ ହୁଏ? ଆସନ୍ତୁ ଜାଣିବା ଏ ବିଷୟରେ।

ରେଳବାଇର ଅନେକ ଛୋଟ ଛୋଟ ନିୟମ କାନୁନ ବିଷୟରେ ଆମେ ଜାଣିନୁ। ଟ୍ରେନ୍ କେମିତି ଚାଲେ? ଲିଟର ପିଛା କେତେ ଡିଜେଲ୍ ନିଏ? ଟ୍ରେନ୍ ପଛରେ ଥିବା କ୍ରସ୍ ଚିହ୍ନ କଣ ସଂକେତ କରେ? ଏମିତି କିଛି ପ୍ରଶ୍ନର ଉତ୍ତର ଏବେବି ଲୋକେ ଖୋଜୁଛନ୍ତି।

ଷ୍ଟାର୍ଟ ହେବାକୁ ଖର୍ଚ୍ଚ: ଟ୍ରେନ୍‌ଥରେ ଷ୍ଟାର୍ଟ ହେବାକୁ ଖର୍ଚ୍ଚ ହୋଇଥାଏ ୨୫ ଲିଟର ଡିଜେଲ୍। ଅର୍ଥାତ, ଯଦି ଡିଜେଲ୍‌ର ଦାମ୍ ଲିଟର ପିଛା ୬୨ ଟଙ୍କା ହୁଏ, ତେବେ ଗୋଟେ ଟ୍ରେନ୍ ଥରଟିଏ ଷ୍ଟାର୍ଟ ହେବାକୁ ଖର୍ଚ୍ଚ ହୋଇଥାଏ ୧୫୫୦ ଟଙ୍କା।

ଟ୍ରେନ୍‌ର ମାଇଲେଜ୍: ସେହିପରି ଟ୍ରେନ୍‌ର ମାଇଲେଜ୍ ବିଷୟରେ ଜାଣିଲେ ବି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। କୌଣସି ଏକ ଟ୍ରେନ୍ ଗୋଟିଏ କିଲୋମିଟର ଯିବା ପାଇଁ ଖର୍ଚ୍ଚ ହୋଇଥାଏ ଅନ୍ୟୁନ ୧୫ ଲିଟର ଡିଜେଲ୍‌। ଅର୍ଥାତ ବର୍ତ୍ତମାନର ରେଟ୍ ଅନୁଯାୟୀ, ଯଦି ଡିଜେଲ୍ ଲିଟର ପିଛା ୬୨ ଟଙ୍କା ଥାଏ ତେବେ ଗୋଟେ କିଲୋମିଟର ପାଇଁ ଖର୍ଚ୍ଚ ହୁଏ ୯୩୦ ଟଙ୍କା।

ରେଳବାଇର ଆମଦାନି: ଭାରତରେ ପ୍ରତିବର୍ଷ ଆମଦାନିରୁ ଯେତେ ଟଙ୍କା ଆୟ ହେଉଛି, ସେଥିରୁ ୨୦ରୁ ୩୦ ଭାଗ କେବଳ ରେଳବାଇରୁ ଆସିଥାଏ।

କର୍ମଚାରୀଙ୍କୁ ସୁବିଧା: ସେହିପରି ରେଲୱେରେ କାମ କରୁଥିବୀ ସମସ୍ତ କର୍ମଚାରୀଙ୍କୁ ସରକାର ମାଗଣାରେ ସ୍ୱାସ୍ଥ୍ୟ ପରୀକ୍ଷା କରିବାକୁ ବ୍ୟବସ୍ଥା କରାଯାଇଛି।

 

Related story