ରହେ ୩ ହଜାର ଫୁଟ ସମୁଦ୍ର ତଳେ, ପାଦରେ ଶୁଙ୍ଘି ଶୁଙ୍ଘି ଖୋଜେ ଆହାର

ଜଙ୍ଗଲରେ ଓ ଫାର୍ମରେ ଘୁଷୁରୀ ଦେଖିଥିବେ। ହେଲେ ଜାଣିଛନ୍ତି, ସମୁଦ୍ରରେ ମଧ୍ୟ ଘୁଷୁରୀ ରୁହନ୍ତି। ଏବେ ଏମିତି ଏକ ସମୁଦ୍ର ଘୁଷୁରୀର ଫଟୋ ଭାଇରାଲ ହେବାରେ ଲାଗିଛି। ତେବେ ଏହି ସମୁଦ୍ର ଘୁଷୁରୀର ରହଣୀ ଯେତିକି ରୋଚକ ତା’ଠାରୁ ଅଧିକ ରୋଚକ ହେଉଛି ସେ ଖାଦ୍ୟ ଅନ୍ୱେଷଣ ପାଇଁ ଆପଣାଉଥିବା ଉପାୟ। ଏହି ସମୁଦ୍ରୀ ଜୀବ ଉପରେ ରିସର୍ଚ୍ଚ କରୁଥିବା ଡାକ୍ତର ଡେଭିଡ ପାସନ୍‌ କୁହନ୍ତି, “ଏହି ସମୁଦ୍ର ଘୁଷୁରୀ ୩୨୮୧ ଫୁଟ ତଳେ ରହିଥାଏ। ସମୁଦ୍ର […]

ocean-pig

Rakesh Mallick
  • Published: Monday, 30 October 2017
  • , Updated: 30 October 2017, 09:27 PM IST

ଜଙ୍ଗଲରେ ଓ ଫାର୍ମରେ ଘୁଷୁରୀ ଦେଖିଥିବେ। ହେଲେ ଜାଣିଛନ୍ତି, ସମୁଦ୍ରରେ ମଧ୍ୟ ଘୁଷୁରୀ ରୁହନ୍ତି। ଏବେ ଏମିତି ଏକ ସମୁଦ୍ର ଘୁଷୁରୀର ଫଟୋ ଭାଇରାଲ ହେବାରେ ଲାଗିଛି। ତେବେ ଏହି ସମୁଦ୍ର ଘୁଷୁରୀର ରହଣୀ ଯେତିକି ରୋଚକ ତା’ଠାରୁ ଅଧିକ ରୋଚକ ହେଉଛି ସେ ଖାଦ୍ୟ ଅନ୍ୱେଷଣ ପାଇଁ ଆପଣାଉଥିବା ଉପାୟ।

ଏହି ସମୁଦ୍ରୀ ଜୀବ ଉପରେ ରିସର୍ଚ୍ଚ କରୁଥିବା ଡାକ୍ତର ଡେଭିଡ ପାସନ୍‌ କୁହନ୍ତି, “ଏହି ସମୁଦ୍ର ଘୁଷୁରୀ ୩୨୮୧ ଫୁଟ ତଳେ ରହିଥାଏ। ସମୁଦ୍ର ତଳୁ ସେ ନିଜ ପାଇଁ ଖାଦ୍ୟ ଅନ୍ୱେଷଣ କରିଥାଏ। ଖାଇବା ସୁଙ୍ଘିବା ପାଇଁ ସେ ତା’ର ପାଦକୁ ବ୍ୟବହାର କରିଥାଏ।

ମାଇକ୍ରୋ ଅଗ୍ରାନିଜିମ୍‌କୁ ଏହି ଜୀବ ଖାଇବା ଭାବେ ବ୍ୟବହାର କରିଥାଏ। ଯାହା ସେ ସମୁଦ୍ର ତଳେ ଥିବା ଆଦୁଆ ଅଂଶରୁ ପାଇଥାଏ।

ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି ଜୀବ ଖାଦ୍ୟ ଅନ୍ୱେଷଣ କରିବା ବେଳେ ସମୁଦ୍ର ତଳକୁ ସଫା କରିଦେଇଥାଏ। ପ୍ରକୃତ କଥା ହେଲା ଏହା ମାଟିରୁ ଖାଦ୍ୟ ଟାଣିବାକୁ ବ୍ୟାକୁମ କ୍ଲିନର ପରି ନିଜ ଗୋଡକୁ ବ୍ୟବହାର କରିଥାଏ। ଯାହା ପସନ୍ଦ ଆସିଲା ଖାଇଦେଇଥାଏ ଓ ବାକି ପଙ୍କ କାଦୁଅକୁ ଅଲଗା କରିଦିଏ। ଏହାଦ୍ୱାରା ସମୁଦ୍ର ତଳ ସଫା ହୋଇଯାଇଥାଏ।

Related story