ପୁରୁଣା ଲେହେଙ୍ଗାରେ ଦିଅନ୍ତୁ ନୂଆ ଚମକ,ଆପଣାନ୍ତୁ ଏଇ ୫ଟି ଉପାୟ

ବାହାଘର କିମ୍ବା କୌଣସି ବଡ଼ ଫଙ୍କସନ୍‌ରେ ଝିଅ ବୋହୂମାନେ ଲେହେଙ୍ଗା ପିନ୍ଧିବାକୁ ପସନ୍ଦ କରିଥାନ୍ତି। ଏହା ଟିକିଏ କ୍ଲାସିକ୍ କିମ୍ବା ଏଥେନିକ୍ ଲୁକ୍‌ ଦେଇଥାଏ। କିନ୍ତୁ ଫଙ୍କସନ୍‌ ପାଇଁ ଗୋଟେ ଗୋଟେ ନୂଆ ଲେହେଙ୍ଗା କିଣିବା କ’ଣ ସମ୍ଭବ? ଏହା ଟିକିଏ ଖର୍ଚ୍ଚ ବହୁଳ ହୋଇଯିବ ନିଶ୍ଚିୟ। ଏଭଳି ସମୟରେ ଗୋଟେ  ଭଲ ଉପାୟ ହେଲା, ମାଆ କିମ୍ବା ବଡ଼ ଭଉଣୀଙ୍କ ପୁରୁଣା ଲେହେଙ୍ଗାକୁ ପିନ୍ଧି ଦିଆଯାଇପାରେ। କିନ୍ତୁ ପୁରୁଣା ଡ୍ରେସ୍‌ ପିନ୍ଧି ଉତ୍ସବର ମଜ୍ଜା ନଷ୍ଟ […]

embroided-

Rakesh Mallick
  • Published: Tuesday, 17 October 2017
  • , Updated: 17 October 2017, 02:53 PM IST

ବାହାଘର କିମ୍ବା କୌଣସି ବଡ଼ ଫଙ୍କସନ୍‌ରେ ଝିଅ ବୋହୂମାନେ ଲେହେଙ୍ଗା ପିନ୍ଧିବାକୁ ପସନ୍ଦ କରିଥାନ୍ତି। ଏହା ଟିକିଏ କ୍ଲାସିକ୍ କିମ୍ବା ଏଥେନିକ୍ ଲୁକ୍‌ ଦେଇଥାଏ। କିନ୍ତୁ ଫଙ୍କସନ୍‌ ପାଇଁ ଗୋଟେ ଗୋଟେ ନୂଆ ଲେହେଙ୍ଗା କିଣିବା କ’ଣ ସମ୍ଭବ? ଏହା ଟିକିଏ ଖର୍ଚ୍ଚ ବହୁଳ ହୋଇଯିବ ନିଶ୍ଚିୟ। ଏଭଳି ସମୟରେ ଗୋଟେ  ଭଲ ଉପାୟ ହେଲା, ମାଆ କିମ୍ବା ବଡ଼ ଭଉଣୀଙ୍କ ପୁରୁଣା ଲେହେଙ୍ଗାକୁ ପିନ୍ଧି ଦିଆଯାଇପାରେ। କିନ୍ତୁ ପୁରୁଣା ଡ୍ରେସ୍‌ ପିନ୍ଧି ଉତ୍ସବର ମଜ୍ଜା ନଷ୍ଟ କରିବାକୁ କିଏ ବା ଚାହେଁ? କିନ୍ତୁ ବ୍ୟସ୍ତ ହୁଅନ୍ତୁ ନି। ଏହାର ଗୋଟେ ଉପାୟ ଅଛି। ଆପଣଙ୍କ ମାଆ ଓ ଭଉଣୀଙ୍କ ପୁରୁଣା ଦାମି ଲେହେଙ୍ଗାକୁ ଆପଣ ନୂଆ ଲୁକ୍‌ ଦେଇପାରିବେ। ଏଥିପାଇଁ ଟିକିଏ ପ୍ରୟାସ ହେଲେ ଚଳିବ। କ’ଣ କରିବେ ପଢ଼ନ୍ତୁ କିଛି ଟିପ୍ସ।

୧-ମାଆ କିମ୍ବା ବଡ଼ ଭଉଣୀଙ୍କ ପୂରଣା ଲେହେଙ୍ଗାକୁ ନୂଆ ଡିଜାଇନ କରିବାକୁ ଚାହୁଁଥିଲେ ସେଥିରେ ବିଭିନ୍ନ ରଙ୍ଗର ପୁନ୍ତି, ମାଳି ଓ ଝୁମୁକା ଲଗାନ୍ତୁ। ଦେଖିବେ ଏହାର ଷ୍ଟାଇଲ୍‌ ପୂରା ବଦଳି ଯିବ। ସଂପୂର୍ଣ୍ଣ ନୂଆ ଲେହେଙ୍ଗା ପରି ଲାଗିବ।

 

୨- ପୁରୁଣା ଲେହେଙ୍ଗାରେ ବିଭିନ୍ନ ଷ୍ଟାଇଲର ବୋର୍ଡର ଲଗାନ୍ତୁ। ଫଳରେ ଏହାର ଲୁକ୍ ବଦଳି ନୂଆ ଲେହେଙ୍ଗା ପରି ଲାଗିବ। ଯାହାଫଳରେ ପୁରୁଣା ଲେହେଙ୍ଗା ବୋଲି ବାହାଘର କିମ୍ବା ଅନ୍ୟ ଉତ୍ସବରେ ପିନ୍ଧିବାକୁ ଆଉ ମନ ଉଣା ହେବ ନାହିଁ।

୩- ପରୁଣା ଲେହେଙ୍ଗାଟି ମାଆ କିମ୍ବା ବଡ଼ ଭଉଣୀଙ୍କ ଫିଗର ଅନୁସାରେ ସିଲେଇ ହୋଇଥାଏ। ସେଥିରେ ଆପଣ ସିଲିକ୍‌ ଭେଲବେଟ୍ ଓ ଲେସ୍‌ ଲଗାଇ ନିଜ ମାପ ଅନୁଯାୟୀ ସିଲେଇ କରିପାରିବେ। ଲେହେଙ୍ଗାର ଷ୍ଟାଇଲ ବଦଳିଯିବ। ପିନ୍ଧିବାକୁ ବି ଭଲ ଲାଗିବ।

୪- ଲେହେଙ୍ଗାସହ ତା’ର ଓଢ଼ଣି ନୂଆ ଷ୍ଟାଇଲରେ କରିବାକୁ ଚାହୁଁଥିଲେ, ସେଥିରେ ଓଢ଼ଣିର ନୂଆ ବୋର୍ଡର ଓ ଲଟକାଣୀ ଲଗାନ୍ତୁ। ଓଢ଼ଣିଟି ପୂରା ନୂଆ ଷ୍ଟାଇଲର ଲାଗିବ।

୫- ପୁରୁଣା ଲେହେଙ୍ଗାଟି ସାଧାରଣତଃ ପୁରୁଣା ଷ୍ଟାଇଲରେ ହିଁ ତିଆରି ହୋଇଥାଏ। ଏହା ହେବି ନଥାଏ କିମ୍ବା ଏଥିରେ କିଛି ଘାଘରା ଲାଗି ନ ଥାଏ। ଆପଣ ଏହାକୁ  ହେବି କାମ କରିବାକୁ ଚାହୁଁଥିଲେ ସେଥିରେ ମିରର ଓ ବିଭିନ୍ନ ରଙ୍ଗର ଜରି ଲଗାନ୍ତୁ। ଏହା ଟ୍ରେଣ୍ଡି ଦେଖାଯିବ।

 

Related story