ସମ୍ପ୍ରତି ସମାଜ ଡିଜିଟାଲ ମୁହଁ ହେଲଣି । ସବୁକ୍ଷେତ୍ରରେ ଡିଜିଟାଲ ପଦ୍ଧତିକୁ ଆଦରର ସହ ଗ୍ରହଣ କରାଯାଉଛି। ହ୍ୱାଟସ୍ ଆପ୍, ଫସ୍ବୁକ, ଟୁଇଟର ଭଳି ସୋସିଆଲ ନେଟୱାର୍କିଂ ବ୍ୟବସ୍ଥା ଏବେ ଜନାଦ୍ରୁତ ହେବାରେ ଲାଗିଛି। କାର୍ଯ୍ୟ କ୍ଷେତ୍ରରେ ହେଉ କି ସାଙ୍ଗସାଥୀଙ୍କ ଭିତରେ ହେଉ, ଅବସର ବିନୋଦନ ଓ ଖବର ପଠାଇବା ପାଇଁ ଏହା ପ୍ରମୁଖ ମାଧ୍ୟମ ପାଲଟିଛି। ହେଲେ ବେଳେବେଳେ ଏମିତି ହୁଏ ଯେ, ଆମେ ଅସୁବିଧାରେ ପଡିଯାଉ । ହ୍ୱାଟସ୍ ଆପ୍ରେ ମେସେଜ୍ ପଠାଉ ପଠାଉ ଭୁଲ ଭଟକା ହୁଏ। ଜଣଙ୍କ ପାଖକୁ ପଠାଉ ପଠାଉ ମେସେଜ୍ ଆଉ ଜଣଙ୍କ ପଟକୁ ଚାଲିଯାଏ । ଏମିତି ଅବସ୍ଥାରେ ଆପଣ ପଡିଥାଇପାରନ୍ତି। ଆଗକୁ ମଧ୍ୟ ପଡିପାରନ୍ତି। ହେଲେ ଚିନ୍ତା କରନ୍ତୁନି ଏହି ଅସୁବିଧାର ନିଦାନ ବି ବାହାରିଗଲାଣି। ଶୁଣିଲେ ଖୁସି ହେବେ ଯେ, ଏଭଳି ତ୍ରୁଟିପୂର୍ଣ୍ଣ ମେସେଜ୍ ଡିଲିଟ୍ କରିବାର ଅପସନ୍ ଏବେ ଆସିଯାଇଛି । ହ୍ଵାଟସଆପ୍ ଆଣିଛି ଏକ ନୂଆ ଫିଚର । ଯାହାର ନାଁ ହେଉଛି 'ଡିଲିଟ ଫର ଏଭ୍ରିୱାନ୍'।
ଏହି ଫିଚର ମାଧ୍ୟମରେ ପଠାଯାଇଥିବା ମେସେଜ୍ ଡିଲିଟ୍ ହୋଇପାରିବ। ଆଣ୍ଡ୍ରଏଡ୍, ଆଇଓଏସ୍ ଏବଂ ଓ୍ଵିଣ୍ଡୋଜ୍ ପ୍ଲାଟଫର୍ମରେ ଏହି ନୂଆ ଫିଚର ରହିବ। ପ୍ରେରକ ପଠାଇଥିବା ମସେଜ୍ ଯଦି ସମ୍ପୃକ୍ତ ବ୍ୟକ୍ତି(ଯାହାକୁ ପଠାଯାଇଛି) ପଢି ନ ଥିବେ ବା ଦେଖି ନ ଥିବେ ପଠାଇବାର ୭ମାନିଟ୍ ମଧ୍ୟରେ ଏହାକୁ ଡିଲିଟ୍ କରିହେବ। ଫଟୋ , ଭିଡିଓ, ଜିଆରଏଫ୍ ସବୁକୁ ଆପଣ ପୁଣିଥରେ ଡିଲିଟ କରିବାର ସୁଯୋଗ ପାଇବେ। ଉଭୟ ଗ୍ରୁପ୍ ଓ ବ୍ୟକ୍ତିଗତ ଚାଟିଂ ପାଇଁ ଏହି ଫିଚର ଉପଯୋଗ ହେବ ବୋଲି ଜଣାପଡିଛି ।
ଆହୁରି ମଧ୍ୟ ପଢନ୍ତୁ: ମୁନ୍ନାଭାଇ ମାର୍କା ପରୀକ୍ଷା ଦେଉ ଦେଉ ଧରାପଡିଲେ ଆଇପିଏସ୍ ଅଧିକାରୀ