ଜାଣନ୍ତୁ କ’ଣ କଲେ ମନସ୍କାମନା ପୂର୍ଣ୍ଣ ହେବ

ଭୁବନେଶ୍ୱର(ଓଡିଶା ରିପୋର୍ଟର): ପ୍ରତ୍ୟେକ ମଣିଷର କିଛି ଇଚ୍ଛା ଥାଏ। ସବୁ ଇଚ୍ଛାକୁ ପୂରଣ କରିବା ପାଇଁ ସେ ପରିଶ୍ରମ କରିଥାଏ। କିଛି ଲୋକ ମନସ୍କାମନା ପୂରଣ କରିବା ପାଇଁ ଠାକୁରଙ୍କ ପାଖରେ ଗୁହାରୀ ପଡନ୍ତି ଏବଂ ପୂଜାପାଠ କରିଥାନ୍ତି। ଶାସ୍ତ୍ରବିତ୍‌ଙ୍କ କହିବା ଅନୁଯାୟୀ ମନସ୍କାମନା ପୂରଣ କରିବାର ଏକ ଉପାୟ ରହିଛି। ରବିବାର ଦିନ ବେଲ ଗଛ ମୂଳରେ ନାଲିରଙ୍ଗର ଫୁଲ ଓ ଧୂପ ଦେଇ ପୂଜା କରନ୍ତୁ। ଏଥିସହ ରବିବାର ଦିନ ବେଲ ଗଛକୁ ପ୍ରଦକ୍ଷଣ କରନ୍ତୁ। ଏମିତି ୭ଟି ରବିବାର କରନ୍ତୁ । ଦେଖିବେ ମନସ୍କାମନା ପୂର୍ଣ୍ଣ ହେବ। କାରଣ ବେଲଗଛ ହେଉଛି ରବି ମହାଗ୍ରହଙ୍କର ପ୍ରତୀକ। ତେଣୁ ରବିବାର ଦିନ ବେଲଗଛ ମୂଳରେ ପୂଜା କଲେ ମନସ୍କାମନା ପୂର୍ଣ୍ଣ ହୋଇଥାଏ। (ଦେଖନ୍ତୁ ଭିଡିଓ)