ଟିନ୍‌ ଏଜ୍‌ରେ ବାଟହୁଡ଼ି ଯାଉଛି କି ଆପଣଙ୍କ ପିଲା ? ତେବେ କରନ୍ତୁ ଏସବୁ ଉପାୟ

ସାଧାରଣତଃ  ପୁଅ କି ଝିଅ ବଡ ହୋଇଗଲେ ବାପା ମା’ଙ୍କର ବହୁତ ଚିନ୍ତା ଥାଏ। କାରଣ ସେମାନେ କିଶୋର ଅବସ୍ତାକୁ ଆସିଲେ ସେମାନଙ୍କ ମଧ୍ୟରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିଥାଏ।  ସେଥିପାଇଁ  ଅଭିଭାବକଙ୍କ ମନରେ ଚିନ୍ତାର ବୋଝ ବଢିଯାଏ।  ସମସ୍ତେ ଭାବନ୍ତି ପିଲାଦିନେ ବୁଝିବା ସୁଝିବା ପିଲା ବଡ଼ ହେଲେ  କାହିଁକି ବ୍ୟବହାରରେ ପରିବର୍ତ୍ତନ କରନ୍ତି।  ଅନେକ ସମୟରେ ଏସବୁ ସୁଧାରିବାକୁ ଚାହିଁଲେ ବି ସୁଧାରି ହୁଏନା। କାରଣ ପିଲାଟିଏ ଯେତେ ବେଳେ ଟିନ୍‌ ଏଜ୍‌କୁ ଆସେ […]

ppp-5

ppp-5

Rakesh Mallick
  • Published: Monday, 21 May 2018
  • Updated: 22 May 2018, 07:16 AM IST

Sports

Latest News

ସାଧାରଣତଃ  ପୁଅ କି ଝିଅ ବଡ ହୋଇଗଲେ ବାପା ମା’ଙ୍କର ବହୁତ ଚିନ୍ତା ଥାଏ। କାରଣ ସେମାନେ କିଶୋର ଅବସ୍ତାକୁ ଆସିଲେ ସେମାନଙ୍କ ମଧ୍ୟରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିଥାଏ।  ସେଥିପାଇଁ  ଅଭିଭାବକଙ୍କ ମନରେ ଚିନ୍ତାର ବୋଝ ବଢିଯାଏ।  ସମସ୍ତେ ଭାବନ୍ତି ପିଲାଦିନେ ବୁଝିବା ସୁଝିବା ପିଲା ବଡ଼ ହେଲେ  କାହିଁକି ବ୍ୟବହାରରେ ପରିବର୍ତ୍ତନ କରନ୍ତି।  ଅନେକ ସମୟରେ ଏସବୁ ସୁଧାରିବାକୁ ଚାହିଁଲେ ବି ସୁଧାରି ହୁଏନା। କାରଣ ପିଲାଟିଏ ଯେତେ ବେଳେ ଟିନ୍‌ ଏଜ୍‌କୁ ଆସେ ବାହ୍ୟ ପରିବେଶ ସହ ଖୁବ୍‌ ଆକୃଷ୍ଟ କରିଥାଏ। ଆଉ ସବୁ ଭୁଲ ଜିନିଷ ତାକୁ ଠିକ୍‌ ଲାଗିଥାଏ।  ନିଜ ବିଷୟରେ ନିଜେ  ନିର୍ଣ୍ଣୟ ନେବାକୁ ଚାହିଁଥାଏ । ତେବେ ଚାଲନ୍ତୁ ଜାଣିବା ଏସବୁ ପରିସ୍ଥିତିରେ ଆପଣ କ’ଣ କରିବେ।

୧. ଏହି ବୟସରେ ସାଧାରଣତଃ  ପିଲାମାନେ ବଡ଼ମାନଙ୍କର କୌଣସି ରାୟ ନେବାକୁ ଚାହାନ୍ତିନି। ସେ ସମୟରେ ପିଲାମାନଙ୍କୁ ଭଲରେ ବୁଝାଇ ସୁଝାଇ ତାଙ୍କୁ ଠିକ୍‌ ବାଟ ଦେଖେଇବାକୁ ଚେଷ୍ଟା କରିବା ଉଚିତ। ଯଦି ଆପଣଙ୍କୁ ଲାଗେ କି ଆପଣଙ୍କ ପିଲା କୌଣସି ଭୁଲ୍‌ ବାଟରେ ଯାଉଛି। ତେବେ ତୁରନ୍ତ ତା’ ସହ କଥା ହୁଅନ୍ତୁ। ସମାଧାନ ବାଟ ଦେଖାନ୍ତୁ।

୨. ଏହି ବୟସର ପିଲା ନିଜ ଖାଇବା ପିଇବା, ବେଶଭୁସା, ସାଙ୍ଗ ସାଥି ସବୁର ନିଷ୍ପତ୍ତି ନିଜେ ନିଅନ୍ତି। ଏମିତି ସମୟରେ ପ୍ରତିଟି କଥାରେ ସେମାନଙ୍କୁ ନ ରୋକି କିଛି  ନିଷ୍ପତ୍ତି ସେମାନଙ୍କ ଉପରକୁ ଛାଡ଼ି ଦିଅନ୍ତୁ। କିଛି କଥାରେ ସେମାନଙ୍କୁ ଭଲରେ ବୁଝାଇ ରଖିବା ମଧ୍ୟ ନିହାତି ଆବଶ୍ୟକ ଥାଏ।

୩. ଆଜିର ସମୟରେ  ଆପଣଙ୍କ ପିଲା ଯଦି କିଛି ଖରାପ ଅଭ୍ୟାସ ତଥା ମଦ ଓ ସିଗାରେଟ୍‌ ଭଳି ନିଶାରେ ମାତୁଛି ତେବେ ସେମାନଙ୍କୁ ଥଣ୍ଡାମନରେ ବୁଝାନ୍ତୁ। ତଥାପି ସେମାନଙ୍କୁ  ଆବଶ୍ୟକ ଅନୁଯାୟୀ ସ୍ୱାଧିନତା ଦିଅନ୍ତୁ ।

୪. ଏହି ବୟସରେ  ଆପଣ ଓ ଆପଣଙ୍କ ପିଲାର  ଚିନ୍ତା ଏକା ଭଳି ହୋଇ ନ ଥାଏ। ଏମିତିରେ  ଆପଣ ଧ୍ୟାନ ଦେବେ କୌଣସି କ୍ଷେତ୍ରରେ  ଭୁଲ ଉପାୟରେ  ଜବରଦସ୍ତି ନକରିବେ। ସେମାନଙ୍କୁ ଠିକ୍‌ ଭୁଲ୍‌ ବୁଝାଇବାକୁ ଚେଷ୍ଟା କରିବେ। କିନ୍ତୁ ସେମାନଙ୍କ ଉପରେ ଜୋର ଜବରଦସ୍ତି ଅଧିକାର ସାବ୍ୟସ୍ତ କରିବାକୁ ଚେଷ୍ଟା କରିବା ଅନୁଚିତ।

୫. ମାଆ ବାପା ପିଲାମାନଙ୍କ ସବୁଠୁ ପ୍ରଥମ ଗୁରୁ। ଯଦି ଆପଣଙ୍କ ପିଲା ଭୁଲ୍‌ କରୁ ଥାଆନ୍ତି। ତେବେ ଆପଣ ନ ରାଗି ତାକୁ ସହଜରେ ନେବାକୁ ଚେଷ୍ଟା କରନ୍ତୁ। ସେମାନଙ୍କ ଉପରେ ସବୁବେଳେ ନଜର ରଖନ୍ତୁ । ଏମିତି କରିବା ଦ୍ୱାରା ଆପଣ ଆପଣଙ୍କ ପିଲା ସହ ସମ୍ପର୍କ ବି ଭଲ ରହିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos