ଜାଣନ୍ତୁ କ’ଣ ଖାଇଲେ ବୃଦ୍ଧି ହେବ ଶୁକ୍ରାଣୁ

ବ୍ୟସ୍ତ ବହୁଳ ଜୀବନ ଭିତରେ ଆମେ ନିଜ ସ୍ୱାସ୍ଥ୍ୟର ଯତ୍ନ ନେବା ଭୁଲିଯାଉଛେ। ଯହା ଫଳରେ ଆମକୁ ବିଭିନ୍ନ ପ୍ରକାରର ରୋଗର ସାମ୍ନା କରିବାକୁ ପଡ଼ୁଛି। ଯେତେ ବ୍ୟସ୍ତରେ ରହିଲେ ମଧ୍ୟ ନିଜ ଶରୀର ପ୍ରତି ଟିକେ ନିଘା ରଖିବା ଆବଶ୍ୟକ। ଏଥିପାଇଁ ଆଜି ଆମେ ଆପଣଙ୍କୁ ସ୍ୱାସ୍ଥ୍ୟ ସମ୍ପର୍କିତ କିଛି ଗୁରୁତ୍ୱପୂର୍ଣ୍ଣ କଥା କହିବୁ ଯାହା ଜାଣିବା ଏକାନ୍ତ ଜରୁରୀ । ଖାସ୍‌ କରି ପୁରୁଷମାନେ ଏ ବିଷୟରେ ଅଧିକ ସତର୍କ ହେବା ଆବଶ୍ୟକ। ପୁରୁଷଙ୍କ […]

Sukranu

Rakesh Mallick
  • Published: Tuesday, 13 February 2018
  • , Updated: 13 February 2018, 09:02 PM IST

ବ୍ୟସ୍ତ ବହୁଳ ଜୀବନ ଭିତରେ ଆମେ ନିଜ ସ୍ୱାସ୍ଥ୍ୟର ଯତ୍ନ ନେବା ଭୁଲିଯାଉଛେ। ଯହା ଫଳରେ ଆମକୁ ବିଭିନ୍ନ ପ୍ରକାରର ରୋଗର ସାମ୍ନା କରିବାକୁ ପଡ଼ୁଛି। ଯେତେ ବ୍ୟସ୍ତରେ ରହିଲେ ମଧ୍ୟ ନିଜ ଶରୀର ପ୍ରତି ଟିକେ ନିଘା ରଖିବା ଆବଶ୍ୟକ। ଏଥିପାଇଁ ଆଜି ଆମେ ଆପଣଙ୍କୁ ସ୍ୱାସ୍ଥ୍ୟ ସମ୍ପର୍କିତ କିଛି ଗୁରୁତ୍ୱପୂର୍ଣ୍ଣ କଥା କହିବୁ ଯାହା ଜାଣିବା ଏକାନ୍ତ ଜରୁରୀ । ଖାସ୍‌ କରି ପୁରୁଷମାନେ ଏ ବିଷୟରେ ଅଧିକ ସତର୍କ ହେବା ଆବଶ୍ୟକ। ପୁରୁଷଙ୍କ ଶରୀରେ ଶୁକ୍ରାଣୁ ଗଠନ ହେବା ଏକ ସ୍ୱଭାବିକ ପ୍ରକ୍ରିୟା। କିନ୍ତୁ ଦୈନନ୍ଦିନ ଜୀବନରେ କେତେକ ଭୁଲ ପାଇଁ ପୁରୁଷ ଶରୀରରେ ଶୁକ୍ରାଣୁର ଅଭାବ ଦେଖାଦେଇଥାଏ। ଏଥିପାଇଁ ବୈବାହିକ ଜୀବନ ମଧ୍ୟ ପ୍ରଭାବିତ ହୋଇଥାଏ। ଯଦି ଆପଣଙ୍କଠାରେ ସେ ଭଳି ସମସ୍ୟା ଦେଖାଦେଉଥାଏ ତା’ହେଲେ ଏହାର ଉପଚାର ବିଷୟରେ ଧ୍ୟାନ ଦିଅନ୍ତୁ । ଯେଉଁ ଔଷଧ ସେବନ କଲେ ଏହି ସମସ୍ୟା ଆପଣଙ୍କୁ ପାଖ ମାଡ଼ିବ ନାହିଁ।  ଏଥିପାଇଁ ଚୁନ ହେଉଛି ସବୁଠୁ ଉପକାରୀ ସାମଗ୍ରୀ। ସର୍ଭେରେ ଜଣା ପଡ଼ିଛି ଯେ ଚୁନରେ ୭୦ ପ୍ରକାର ରୋଗ ଭଲ କରିବାର ଗୁଣ ରହିଛି। ଏଥିରେ ଥିବା ଆଣ୍ଟିବାୟୋଟିକ୍‌ ଆଣ୍ଟିଫଙ୍ଗଲ ଏବଂ ଆଣ୍ଟି ଇନ୍‌ଫ୍ଲାମାଟୋରି ଅନେକ ପ୍ରକାରର ରୋଗକୁ ଭଲ କରିଥାଏ।

ଏଥିସହିତ ଚୁନରେ ଥିବା କ୍ୟାଲ୍‌ସିୟମ କାର୍ବୋନେଟ୍‌ ଓ ମ୍ୟାଗ୍ନେସିୟମ କାର୍ବୋନେଟ୍‌ ତତ୍ତ୍ୱ ପର୍ଯ୍ୟାପ୍ତ ପରିମାଣରେ ରହିଥାଏ। ଏହା ଶରୀରକୁ ସୁସ୍ଥ ରଖିବାରେ ସହାୟ ହୋଇଥାଏ। ପିଲମାନଙ୍କ ହାଇଟ୍ ବଢ଼ାଇବାରେ ମଧ୍ୟ ଚୁନ ଖୁବ୍ ଲାଭକାରୀ। ପାଣି, ଡାଲି, ଦହି ଓ ଜୁସ୍‌ ମାଧ୍ୟମରେ ଆପଣ ଚୁନର ବ୍ୟବହାର କରିପାରିବେ। ଆସନ୍ତୁ ଜାଣିବା ଚୁନ ସେବନ କରିବାର ୫ଟି ଉପାୟ।

୧- ପ୍ରତିଦିନ ଖାଦ୍ୟ ସାମଗ୍ରୀରେ ଅଳ୍ପ ଚୁନ ପାଣିରେ ମିଶାଇ ପିଅନ୍ତୁ। ଏପରି କରିବା ଦ୍ୱାରା ଆଖିର ଦୃଷ୍ଟି ଶକ୍ତି ପ୍ରଖର ହୋଇଥାଏ।

୨-ପ୍ରତ୍ୟେକ ଦିନ୍ ସାମାନ୍ୟ ଚୁନ (ଗହମ ଦାନାର)ଖାଇବା ଦ୍ୱାରା ସ୍ମରଣ ଶକ୍ତି ବଢ଼ିଥାଏ।

୩- ଜଣ୍ଡିସ ଯୋଗୁଁ ଆଖି ହଳଦିଆ ପଡ଼ିଯାଏ। ପାଣି କିମ୍ବା ଜୁସ୍‌ରେ ସାମାନ୍ୟ ଖାଇବା ଚୁନ ମିଶାଇ ପିଅନ୍ତୁ ଜଣ୍ଡିସ ଭଲ ହୋଇଯିବ।

୪- ପିଲାମାନଙ୍କୁ ପ୍ରତ୍ୟେକ ଦିନ ପାଣିରେ ସାମାନ୍ୟ ଖାଇବା ଚୁନ ମିଶାଇ ପିଇବାକୁ ଦେଲେ ଏହା ହାଇଟ୍‌ ବଢ଼ାଇବାରେ ସାହାଯ୍ୟ ହୋଇଥାଏ।

୫- ପ୍ରତ୍ୟେକ ଦିନ ଜୁସ୍‌ରେ ଖାଇବା ଚୁନ ମିଶାଇ ପିଇଲେ ପୁରଷଙ୍କଠାରେ ଶୁକ୍ରାଣୁ ସଂଖ୍ୟା ବଢ଼ିବା ସହିତ ଉର୍ବର ଶକ୍ତି ବଢ଼ାଇଥାଏ।

Related story