ଯେତେ ପଢ଼ିଲେ ବି କିଛି ମନେ ରହୁନାହିଁ ? ଆପଣାନ୍ତୁ ଏହି ଟ୍ରିକ୍‌

ଯେତେ ପାଠ ପଢ଼ିଲେ ବି ଭୁଲି ଯାଉଛନ୍ତି। ଏହା ପ୍ରାୟ ସମସ୍ତ ଛାତ୍ରଛାତ୍ରିଙ୍କ ଅଭିଯୋଗ। ହେଲେ ଏପରି କାହିଁକି ହୋଇଥାଏ ? ପାଠପଢ଼ାରେ ମନ ଦେଉ ନଥିବା କିଛି ଅଭିଭାବକ ଅଭିଯୋଗ କରୁଥିବା ବେଳେ ଆଉକିଛି ସ୍ମରଣଶକ୍ତିକୁ ଦାୟୀ କରିଥାନ୍ତି। ସେ ଯାହା ହେଉ ଯାହାବି କିଛି ପଢ଼ିଲେ ଏହା ସବୁଦିନ ମନେ ରହିବା ସମ୍ଭବ ନୁହେଁ। ହେଲେ ବୈଜ୍ଞାନିକମାନେ ରିସର୍ଚ୍ଚ କରି ଏପରି କିଛି ଟ୍ରିକ୍‌ ବାହାର କରିଛନ୍ତି, ଯାହାକୁ ଆପଣାଇଲେ ପାଠ ଅଧିକ ଦିନ […]

student

Rakesh Mallick
  • Published: Tuesday, 19 December 2017
  • , Updated: 19 December 2017, 10:55 PM IST

ଯେତେ ପାଠ ପଢ଼ିଲେ ବି ଭୁଲି ଯାଉଛନ୍ତି। ଏହା ପ୍ରାୟ ସମସ୍ତ ଛାତ୍ରଛାତ୍ରିଙ୍କ ଅଭିଯୋଗ। ହେଲେ ଏପରି କାହିଁକି ହୋଇଥାଏ ? ପାଠପଢ଼ାରେ ମନ ଦେଉ ନଥିବା କିଛି ଅଭିଭାବକ ଅଭିଯୋଗ କରୁଥିବା ବେଳେ ଆଉକିଛି ସ୍ମରଣଶକ୍ତିକୁ ଦାୟୀ କରିଥାନ୍ତି। ସେ ଯାହା ହେଉ ଯାହାବି କିଛି ପଢ଼ିଲେ ଏହା ସବୁଦିନ ମନେ ରହିବା ସମ୍ଭବ ନୁହେଁ। ହେଲେ ବୈଜ୍ଞାନିକମାନେ ରିସର୍ଚ୍ଚ କରି ଏପରି କିଛି ଟ୍ରିକ୍‌ ବାହାର କରିଛନ୍ତି, ଯାହାକୁ ଆପଣାଇଲେ ପାଠ ଅଧିକ ଦିନ ମନେ ରଖିହେବ।

କୁହାଯାଏ, ବଡ଼ ପାଟିରେ ପଢୁଥିବା ପିଲା ଧୀରେ ଧୀରେ ପଢୁଥିବା ପିଲାଙ୍କ ତୁଳନାରେ ଅଧିକ ମନେ ରଖିଥାନ୍ତି। ହେଲେ ଏପରି କାର୍ହିକି ହୁଏ ଏହାର କୌଣସି ପ୍ରମାଣ ନାହିଁ। ଏହାକୁ ନେଇ ୭୭ ଜଣ ଛାତ୍ରଛାତ୍ରୀଙ୍କୁ ନେଇ ଆନ୍ତର୍ଜାତୀୟ ସ୍ତରରେ ଏକ ରିସର୍ଚ୍ଚ କରାଯାଇଥିଲା। ଏମାନଙ୍କୁ ୧୬୦ ଶବ୍ଦକୁ ଜୋରରେ ପଢ଼ିବାକୁ କୁହାଯାଇଥିଲା। ଆଉ କିଛି ଛାତ୍ରଛାତ୍ରୀଙ୍କୁ ଅନ୍ୟ କିଛି ଶଦ୍ଦ ଦିଆଯାଇ ଚୁପଚାପ୍‌ ପଢ଼ିବାକୁ କୁହାଗଲା। କିଛିଦିନ ଏହି ଛାତ୍ରଛାତ୍ରୀଙ୍କ ଏକ ଟେଷ୍ଟ କରାଯାଇଥିଲା। ଏଥିରେ ଦେଖାଗଲା ପାଟି କରି ପଢିଥିବା ପିଲା ୧୬୦ ଶବ୍ଦରୁ ୭୭ ପ୍ରତିଶତ ମନେ ରଖିଥିଲେ। ଗୁରୁତ୍ୱପୂର୍ଣ୍ଣ କଥା ହେଲା ଧୀରେ ଧୀରେ ପଢିଥିବା ପିଲାମାନଙ୍କ ରେଜଲ୍ଟ ବହୁତ ଖରାପ ହୋଇଥିଲା।

ରିସର୍ଚ୍ଚ ରିପୋର୍ଟ ଆସିବା ପରେ ଗବେଷକମାନେ ପରାମର୍ଶ ଦେଇଛନ୍ତି, ପରୀକ୍ଷା ସମୟ ହେଉ କି ଅନ୍ୟ ଦିନ ଛାତ୍ରଛାତ୍ରୀମାନେ ଜୋରରେ ଜୋରରେ ପାଟି କରି ପଢ଼ିବା ଦରକାର। ଏହାଦ୍ୱାରା ସେମାନେ ପଢ଼ିଥିବା ପାଠ ଅଧିକ ଦିନ ମନେ ରଖିପାରିବେ ଓ ଆବଶ୍ୟକ ସମୟରେ କାମରେ ଆସିପାରିବ।

Related story