ବଜ୍ରପାତ ସମୟରେ ନିଜକୁ କେମିତି କରିବେ ରକ୍ଷା, ଜାଣନ୍ତୁ କିଛି ଉପାୟ

ଭୁବନେଶ୍ୱର:(ଓଡ଼ିଶା ରିପୋର୍ଟର): ଗତ କିଛି ବର୍ଷ ଧରି ଅସ୍ବାଭାବିକଭାବେ ପରିବର୍ତ୍ତନ ହେଉଛି। ପରିବେଶ ପ୍ରଦୂଶଣ, ଦ୍ରୁତ ଜଙ୍ଗଲ ହ୍ରାସ ଓ ବିଶ୍ୱତାପନ ତଥା ସବୁଜ କୋଠରୀର ପ୍ରଭାବ ଯୋଗୁ ପ୍ରାକୃତିକ ପରିବେଶ ଅସନ୍ତୁଳନ ହେବାରେ ଲାଗିଛି। ଯହାର ପ୍ରଭାବରେ ପ୍ରାକୃତିକ ବପର୍ଯ୍ୟୟ ବଢୁଛି। ବାୟୁ ମଣ୍ଡଳରେ ଉତ୍ତାପ ବଢୁଥିବାରୁ ବଜ୍ରପାତର ମାତ୍ରା ମଧ୍ୟ ବଢିଛି।  ଏହି ବଜ୍ରପାତରେ  ପ୍ରତିଦିନ ଜଜୀବନ ଯାଉଛି। ବଜ୍ରପାତକୁ ନେଇ ବୈଜ୍ଞାନିକମାନେ ମଧ୍ୟ ଚିନ୍ତା ପ୍ରକଟ କରିଛନ୍ତ। ବଜ୍ରପାତକୁ ପ୍ରତିରୋଧ କରିହେବ ନାହିଁ […]

marana

Rakesh Mallick
  • Published: Monday, 14 May 2018
  • , Updated: 14 May 2018, 05:24 PM IST

ଭୁବନେଶ୍ୱର:(ଓଡ଼ିଶା ରିପୋର୍ଟର): ଗତ କିଛି ବର୍ଷ ଧରି ଅସ୍ବାଭାବିକଭାବେ ପରିବର୍ତ୍ତନ ହେଉଛି। ପରିବେଶ ପ୍ରଦୂଶଣ, ଦ୍ରୁତ ଜଙ୍ଗଲ ହ୍ରାସ ଓ ବିଶ୍ୱତାପନ ତଥା ସବୁଜ କୋଠରୀର ପ୍ରଭାବ ଯୋଗୁ ପ୍ରାକୃତିକ ପରିବେଶ ଅସନ୍ତୁଳନ ହେବାରେ ଲାଗିଛି। ଯହାର ପ୍ରଭାବରେ ପ୍ରାକୃତିକ ବପର୍ଯ୍ୟୟ ବଢୁଛି। ବାୟୁ ମଣ୍ଡଳରେ ଉତ୍ତାପ ବଢୁଥିବାରୁ ବଜ୍ରପାତର ମାତ୍ରା ମଧ୍ୟ ବଢିଛି।  ଏହି ବଜ୍ରପାତରେ  ପ୍ରତିଦିନ ଜଜୀବନ ଯାଉଛି। ବଜ୍ରପାତକୁ ନେଇ ବୈଜ୍ଞାନିକମାନେ ମଧ୍ୟ ଚିନ୍ତା ପ୍ରକଟ କରିଛନ୍ତ। ବଜ୍ରପାତକୁ ପ୍ରତିରୋଧ କରିହେବ ନାହିଁ ସତ  ଏହି ବିପଦରୁ କିପରି ବର୍ତ୍ତି ହେବ ସେନେଇ କିଛି ଉପାୟ ବାହାର କରିଛନ୍ତି ବୈଜ୍ଞାନିକ। ଯଦି ଆପଣ ବଜ୍ରପାତି ସମୟରେ କୌଣସି ଖୋଲା ସ୍ଥାନରେ ଅଛନ୍ତି ତେବେ ନିମ୍ନଲିଖିତ କିଛି ନିୟମକୁ ମାନିଲେ ଆପଣ ମୃତ୍ୟୁମୁଖରୁ ବର୍ତ୍ତି ଯାଇପାରନ୍ତି। ତେବେ କଣ ସେହି ଟିପ୍ସ ଆସନ୍ତୁ ଜାଣିବା।

୧-ବଜ୍ରପାତ ସମୟରେ ଘରେ ଥିଲେ କୌଣସି ଲୌହ ଧାତୁ କିମ୍ବା ବୈଦ୍ୟୁତିକ ଉପକରଣକୁ ଛୁଅନ୍ତୁ ନାହିଁ।  ମୋବାଇଲ ଏବଂ ଟିଭି ଅଫ୍‌ ରଖନ୍ତୁ ।

୨-ଯଦି ବାହାରେ ଅଛନ୍ତି ତା’ହେଲେ ବୈଦ୍ୟୁତିକ ଉପକରଣଠାରୁ ୨୦ ମିଟର ଦୂରରେ ରୁହନ୍ତୁ।

୩-ବଜ୍ରପାତ ସମୟରେ କାର ଭିତରେ ରହିବା ପାଇଁ ଚେଷ୍ଟା  କରନ୍ତୁ କାରଣ  ଏହି ସମୟରେ କରେଣ୍ଟ କାରକୁ ଟଚ୍‌ କଲେ ମଧ୍ୟ ଟାୟାର ଯୋଗୁ ମାଟି ସହିତ ସଂଯୋଗ ହୋଇପାରେନା। ଫଳରେ ଆପଣ ରକ୍ଷା ପାଇଯିବେ।

୪-ବଜ୍ରପାତ ସମୟରେ ଗଛପାଖ, ଛତା, ମୋଟରସାଇକେଲ, ମାଛ ଧରା ବନିଶ କଣ୍ଟାକୁ ଛୁଅଁନ୍ତୁ ନାହିଁ
୫-ବଜ୍ରପାତ ହେଲେ ଦୁଇ କାନକୁ ହାତ ଦେଇ ବନ୍ଦ କରନ୍ତୁ। ନଚେତ ପ୍ରଚଣ୍ଡ ଶବ୍ଦରେ ଆପଣ ଶ୍ରବଣ ଶକ୍ତି ହରାଇପାରନ୍ତି।

୬-ଖୋଲାଘର କିମ୍ବା ତମ୍ଭୁ ତଳେ ଆଶ୍ରୟ ନିଅନ୍ତୁ ନାହିଁ।  ମୁଣ୍ଡବାଳ ଠିଆ ହେଲେ କିମ୍ବା ପାଖ ପଥର ଆଦିରୁ ପ୍ରତିଫଳିତ ଶବ୍ଦ କାନକୁ ଶୁଭିଲେ ସେ ସ୍ଥାନ ଛାଡ଼ିଦିଅନ୍ତୁ।

୭-ଏହି ସମୟରେ କୌଣସି ଖାଲଢିପ ସ୍ଥାନରେ ଥିଲେ  ଆଣ୍ଠେଇ କରି ହାତ ଓ ମୁଣ୍ଡ ଆଣ୍ଠୁ ପାଖରେ ରଖି ନଇଁ କରି ରୁହନ୍ତୁ । ଯେମିତି  ଆପଣଙ୍କ ଶରୀରର ଖୁବ୍ କମ୍ ଅଂଶ ଭୂମି ସଂସ୍ପର୍ଶରେ ଆସିବ ।

୮-ଯଦି ବହୁତ ଲୋକ ଅଛନ୍ତି  ଅତିକମ୍ ରେ ୧୫ଫୁଟ୍ ବ୍ୟବଧାନରେ ରୁହନ୍ତୁ । କାରଣ ଓଦା ମାଟିରେ ୧୫ ଫୁଟ ପର୍ଯ୍ୟନ୍ତ ବିଦ୍ୟୁତ୍ ଶକ୍ତିର କୁପ୍ରଭାବ ରହିପାରେ ।

୯-ବଜ୍ରପାତର ପ୍ରାଦୁର୍ଭାବ କମିବାର ଅଧଘଣ୍ଟା ପରେ କାମ ଆରମ୍ଭ କରନ୍ତୁ ।

ଗୁରୁତ୍ୱପୂର୍ଣ୍ଣ ତଥ୍ୟ

ଥରେ ବଜ୍ରପାତ ହେଲେ ଏହାର  ତାପମାତ୍ରା ୩୦ ହଜାର ସେଲସିୟସ ଡିଗ୍ରୀ ଥାଏ। ଯାହା ଭୂପୃଷ୍ଟରେ ଅନୁଭୁତ ହେଉଥିବା ସୂର୍ଯ୍ୟଙ୍କ ଉତ୍ତାପଠାରୁ ଢେର ଗୁଣରେ ଅଧିକ। ବାୟୁମଣ୍ଡଳରେ ବଜ୍ରପାତର  ସମୟରେ  ବିଜୁଳିର ବେଗ ଖୁବ୍‌ ଅଧିକ। ବୟୁମଣ୍ଡଳରେ ଘଡ଼ଘଡ଼ିର ବେଗ ୨୭,୦୦୦ ଏମପିଏଚ୍‌(ମାଇଲ ପର୍‌ ଆୱାର) ରହିଥାଏ।  ଅର୍ଥାତ ପ୍ରତିସେକେଣ୍ଡ ପିଛା ୭୫ ମାଇଲ ପର୍ଯ୍ୟନ୍ତ ଏହାର ବେଗ ଥାଏ।

 

 

Related story