ଅର୍ଥ ଅଭାବ ଲାଗି ରହୁଛି କି ? କାରଣ ହୋଇପାରେ ଆପଣଙ୍କ ଘର

ଅଧିକ ଟଙ୍କା ପଇସା ରୋଜଗାର କରି ଧନୀ ହେବାର ଇଚ୍ଛା ପ୍ରାୟ ସମସ୍ତଙ୍କ ମନରେ ଥାଏ। ଏଥିପାଇଁ ଅନେକ ପରିଶ୍ରମ ମଧ୍ୟ କରିଥାନ୍ତି। ପରିଶ୍ରମ ସୁଦ୍ଧା ଅନେକଙ୍କୁ ଆଶାନୁରୂପ ଫଳ ମିଳିପାରି ନଥାଏ। ଯଦି ଆପଣ ମଧ୍ୟ ଏପରି ସ୍ଥିତିର ସମ୍ମୁଖୀନ ହେଉଛନ୍ତି ତେବେ ଏହାର କାରଣ ବାସ୍ତୁଦୋଷ ହୋଇପାରେ। ତେବେ ଆସନ୍ତୁ ଜାଣିବା ଘରର କେଉଁ ବାସ୍ତୁଦୋଷ କାରଣରୁ ସର୍ବଦା ଅର୍ଥ ଅଭାବର ସମ୍ମୁଖୀନ ହେବାକୁ ପଡେ। ଅଧିକାଂଶ ଲୋକେ ଘରେ ଫୁଲ ସଜାଇବାକୁ ଭଲ […]

lifestyle

lifestyle

Rakesh Mallick
  • Published: Wednesday, 21 March 2018
  • Updated: 21 March 2018, 10:37 AM IST

Sports

Latest News

ଅଧିକ ଟଙ୍କା ପଇସା ରୋଜଗାର କରି ଧନୀ ହେବାର ଇଚ୍ଛା ପ୍ରାୟ ସମସ୍ତଙ୍କ ମନରେ ଥାଏ। ଏଥିପାଇଁ ଅନେକ ପରିଶ୍ରମ ମଧ୍ୟ କରିଥାନ୍ତି। ପରିଶ୍ରମ ସୁଦ୍ଧା ଅନେକଙ୍କୁ ଆଶାନୁରୂପ ଫଳ ମିଳିପାରି ନଥାଏ। ଯଦି ଆପଣ ମଧ୍ୟ ଏପରି ସ୍ଥିତିର ସମ୍ମୁଖୀନ ହେଉଛନ୍ତି ତେବେ ଏହାର କାରଣ ବାସ୍ତୁଦୋଷ ହୋଇପାରେ। ତେବେ ଆସନ୍ତୁ ଜାଣିବା ଘରର କେଉଁ ବାସ୍ତୁଦୋଷ କାରଣରୁ ସର୍ବଦା ଅର୍ଥ ଅଭାବର ସମ୍ମୁଖୀନ ହେବାକୁ ପଡେ।

  • ଅଧିକାଂଶ ଲୋକେ ଘରେ ଫୁଲ ସଜାଇବାକୁ ଭଲ ପାଇଥାନ୍ତି। ଏଥିପାଇଁ ନକଲି ଫୁଲରେ ଘରକୁ ସଜାଇଥାନ୍ତି। ବାସ୍ତୁଶାସ୍ତ୍ର ଅନୁସାରେ ଏହା ଅଶୁଭ। ଘରକୁ ସଜାଇବାରେ ନକଲି ଫୁଲର ବ୍ୟବହାର ନକରି ଅସଲି ଫୁଲ ରଖନ୍ତୁ।
  • ଘରେ ନଳରୁ ପାଣି ଅନବରତ ଭାବେ ବୋହିବା ଅଶୁଭ। ଏହା ଆଗକୁ ଅଧିକ ଖର୍ଚ୍ଚ ହେବାର ସଙ୍କେତ ଦେଇଥାଏ।
  • ଘରର କାନ୍ଥ ଫଟା ରହିବା ମଧ୍ୟ ଅଶୁଭ ଲକ୍ଷଣ। ଘରର କାନ୍ଥ ଫଟା ଥିଲେ, ତୁରନ୍ତ ମରାମତି କରନ୍ତୁ।
  • ଯେଉଁ ଘରେ ବିଲେଇ ଅଧିକ ଯିବା ଆସିବା କରେ ସେହି ଘରେ ଧନ ଅଭାବ ଲାଗି ରହେ।
  • ଇଲେକ୍ଟ୍ରୋନିକ ଉପକରଣ ଲଗାତାର ଭାବେ ଖରାପ ହେବାକୁ ଲାଗିଲେ ଜାଣିବେ ରାହୁଙ୍କ କୋପଦୃଷ୍ଟି କାରଣରୁ ହେଉଛି। ତେଣୁ ଖରାପ ହୋଇଥିବା ଉପକରଣକୁ ଘରେ ନରଖି ଶୀଘ୍ର ସଜାଡି ଦିଅନ୍ତୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos