ବ୍ରୋଙ୍କାଇଟିସ୍‌ ରୋଗ କ’ଣ? ଏହାର ଘରୋଇ ଉପଚାର

ବ୍ରୋଙ୍କାଇଟିସ୍‌ ଏକ ଶ୍ୱାସ ସଂକ୍ରମଣ ସମ୍ବନ୍ଧୀୟ ରୋଗ। ଏହି ରୋଗ ହେଲେ ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ହୋଇଥାଏ। ଏହାସହ କାଶରେ କଫ ପଡିଥାଏ। ଶରୀରରେ ବ୍ରୋନାକିୟଲ୍‌ ନଳୀ ରହିଛି ଯାହା ଶ୍ୱାସ ନଳୀକୁ ଫୁସ୍‌ଫୁସ୍‌ ସହ ଯୋଡିବା କାର୍ଯ୍ୟ କରିଥାଏ। ଏହି ନଳୀ ସଂକ୍ରମିତ ହେଲେ ବ୍ରୋଙ୍କାଇଟିସ୍‌ ପରି ଶ୍ୱାସ ରୋଗ ହୋଇଥାଏ। ଏହି ରୋଗ ହେଲେ ଗଳା ଦରଜ ହେବା ସହ ଜଳିବାକୁ ଲାଗେ ଓ ଦେହରେ ଜ୍ୱର ରହେ। ଆସନ୍ତୁ ଜାଣିବା ଏହି […]

Bronchitis

Rakesh Mallick
  • Published: Wednesday, 14 March 2018
  • , Updated: 14 March 2018, 02:24 PM IST

ବ୍ରୋଙ୍କାଇଟିସ୍‌ ଏକ ଶ୍ୱାସ ସଂକ୍ରମଣ ସମ୍ବନ୍ଧୀୟ ରୋଗ। ଏହି ରୋଗ ହେଲେ ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ହୋଇଥାଏ। ଏହାସହ କାଶରେ କଫ ପଡିଥାଏ। ଶରୀରରେ ବ୍ରୋନାକିୟଲ୍‌ ନଳୀ ରହିଛି ଯାହା ଶ୍ୱାସ ନଳୀକୁ ଫୁସ୍‌ଫୁସ୍‌ ସହ ଯୋଡିବା କାର୍ଯ୍ୟ କରିଥାଏ। ଏହି ନଳୀ ସଂକ୍ରମିତ ହେଲେ ବ୍ରୋଙ୍କାଇଟିସ୍‌ ପରି ଶ୍ୱାସ ରୋଗ ହୋଇଥାଏ। ଏହି ରୋଗ ହେଲେ ଗଳା ଦରଜ ହେବା ସହ ଜଳିବାକୁ ଲାଗେ ଓ ଦେହରେ ଜ୍ୱର ରହେ। ଆସନ୍ତୁ ଜାଣିବା ଏହି ରୋଗର ଲକ୍ଷଣ ଓ ନିରାକରଣ ସଂପର୍କରେ।

ବ୍ରୋଙ୍କାଇଟିସ୍‌ର ଲକ୍ଷଣ

  • ଜ୍ୱର ହେବା
  • ଶରୀର ଦରଜ ହେବା
  • ଥଣ୍ଡା ଲାଗିବା
  • ନିଶ୍ୱାସ ନେବାରେ ଅସୁବିଧା ହେବା
  • ନିମୋନିଆ ହେବାର ସମ୍ଭାବନା
  • ପ୍ରଥମେ ଶୁଖା କାଶ ଏବଂ ପରେ କଫ କାଶ ହେବା

କେମିତି କରିବେ ଉପଚାର

  • ବ୍ରୋଙ୍କାଇଟିସ୍‌ ରୋଗ ଲାଗି ବିଶ୍ରାମର ଆବଶ୍ୟକତା ଅଧିକ ପଡିଥାଏ। ଏହି ସମୟରେ ରୋଗୀଙ୍କୁ ତରଳ ଆହାର ଖାଇବାକୁ ଦିଅନ୍ତୁ। ବ୍ରୋଙ୍କାଇଟିସ୍‌ ରୋଗୀଙ୍କୁ ବାମ୍ପ ଦେଲେ କଫ ବାହାରି ଯାଇଥାଏ। ଧୂମପାନ କରୁଥିବା ବ୍ୟକ୍ତିଙ୍କୁ ଏହି ରୋଗ ହେବାର ସମ୍ଭାବନା ଅଧିକ ରହିଛି। ଏହା ସହ ଧୂଳି ଧୂଁଆ ସଂପର୍କରେ ଆସନ୍ତୁ ନାହିଁ।

ଘରୋଇ ଉପଚାର

  • ରସୁଣରେ ଆଣ୍ଟି ଭାଇରାଲ ଗୁଣ ରହିଛି। ରସୁଣ କୋଲାକୁ କ୍ଷୀରରେ ପକାଇ ଫୁଟାଇ ଦିଅନ୍ତୁ। ଏହା ପରେ ରୋଗୀକୁ ପିଇବାକୁ ଦିଅନ୍ତୁ। ଉପଶମ ମିଳିବ।
  • ଅଦା ରସରେ ମହୁ ମିଶାଇ ଖାଇବା ଦ୍ୱାରା ଗଳା ଦରଜରୁ ମୁକ୍ତି ମିଳେ।
  • ଉଷୁମ କ୍ଷୀରରେ ହଳଦୀ ମିଶାଇ ପିଇ ପାରିବେ।

ରୋଗୀ କେଉଁ ସବୁ ଖାଦ୍ୟ ଖାଇବେ

  • ହର୍ବଲ ଟି, ତରଳ ପଦାର୍ଥ ଓ ସୁପ୍‌ ଅଧିକ ମାତ୍ରାରେ ପିଇ ପାରିବେ।
  • ଏହି ରୋଗୀ ଷ୍ଟ୍ରବେରୀ ଖାଇବା ଭଲ।
  • ପାଣି ଅଧିକ ମାତ୍ରାରେ ପିଅନ୍ତୁ।
  • ରସାଳ ଫଳ ଯେପରି କମଳା, ଅଙ୍ଗୁରୁ, ସେଓ ଖାଇବା ଏହି ରୋଗୀଙ୍କ ପାଇଁ ଭଲ।

Related story