ସାଇବର କ୍ରାଇମ୍‌ରୁ କେମିତି ରକ୍ଷା ପାଇବେ ମହିଳା? ପଢ଼ନ୍ତୁ ସାଇବର ଏକ୍ସପର୍ଟଙ୍କ କିଛି ଟିପ୍‌ସ

ସୋସିଆଲ୍ ମିଡିଆରେ ମହିଳାଙ୍କର ଫଟୋକୁ ଏଡିଟ୍ କରି କିମ୍ବା ତାଙ୍କ ନା’ରେ ଫ୍ୟାକ୍ ଆକାଉଣ୍ଟ ଖୋଲି ସେମାନଙ୍କୁ ବ୍ଲାକମେଲ୍ କରାଯାଉଥିବାର ଖବର ପ୍ରତିଦିନ ଶୁଣିବାକୁ ମିଳୁଛି। କେତେକ ଦୁର୍ବୃତ୍ତ ଏହି ସବୁ କାଣ୍ଡ ଘଟାଇ ମହିଳାଙ୍କୁ  ଅସମ୍ମାନ କରୁଛନ୍ତି। ଏପରି ଘଟଣା ମହିଳାଙ୍କ ସୁରକ୍ଷା ଦିଗରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏପିର ସ୍ଥଳେ ମହିଳାମାନେ ସୋସିଆଲ୍ ମିଡିଆରେ ଆକ୍ଟିଭ ରହିଲା ବେଳେ କେଉଁ ସବୁ ସତର୍କତା ଅବଲମ୍ବନ କରିବେ ଜାଣନ୍ତୁ। ଆମେ ଏଠାରେ ସାଇବର ଏକ୍ସପର୍ଟଙ୍କ କିଛି […]

woman

Rakesh Mallick
  • Published: Wednesday, 29 November 2017
  • , Updated: 29 November 2017, 11:50 AM IST

ସୋସିଆଲ୍ ମିଡିଆରେ ମହିଳାଙ୍କର ଫଟୋକୁ ଏଡିଟ୍ କରି କିମ୍ବା ତାଙ୍କ ନା’ରେ ଫ୍ୟାକ୍ ଆକାଉଣ୍ଟ ଖୋଲି ସେମାନଙ୍କୁ ବ୍ଲାକମେଲ୍ କରାଯାଉଥିବାର ଖବର ପ୍ରତିଦିନ ଶୁଣିବାକୁ ମିଳୁଛି। କେତେକ ଦୁର୍ବୃତ୍ତ ଏହି ସବୁ କାଣ୍ଡ ଘଟାଇ ମହିଳାଙ୍କୁ  ଅସମ୍ମାନ କରୁଛନ୍ତି। ଏପରି ଘଟଣା ମହିଳାଙ୍କ ସୁରକ୍ଷା ଦିଗରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏପିର ସ୍ଥଳେ ମହିଳାମାନେ ସୋସିଆଲ୍ ମିଡିଆରେ ଆକ୍ଟିଭ ରହିଲା ବେଳେ କେଉଁ ସବୁ ସତର୍କତା ଅବଲମ୍ବନ କରିବେ ଜାଣନ୍ତୁ। ଆମେ ଏଠାରେ ସାଇବର ଏକ୍ସପର୍ଟଙ୍କ କିଛି ଟିପ୍ସ ଏଠାରେ ଉଲ୍ଲେଖ କରିଛୁ।

କ’ଣ କରିବେ ଓ କ’ଣ କରିବେ ନାହିଁ?

କୌଣସି ସୋସିଆଲ୍ ମିଡିଆରେ ନିଜ ଫଟୋକୁ ଅପଲୋଡ୍ କରନ୍ତୁ ନାହିଁ। କାରଣ ଏପରି କଲେ ଅପଣଙ୍କ ଫଟୋ ଅନ୍ୟ କେହି ଡାଉନ୍‌ଲୋଡ୍ କରି ଏହାର ଅପବ୍ୟବହାର କରିପାରେ। ଯଦି ଫଟୋ ଅପଲୋଡ୍‌ କରୁଛନ୍ତି, ତାହେଲେ ସୋସିଆଲ୍ ମିଡିଆରେ ପ୍ରାଇଭେସି ସେଟିଂକୁ ପବ୍ଲିକ୍‌ କରନ୍ତୁ ନାହିଁ। ଆପଣଙ୍କ ନାଁ’ଟି କେଉଁ ୱେବ୍ ସାଇଟ୍‌ରେ ଆସୁଛି, ତାହା ଚେକ୍ କରିବା ପାଇଁ ନିଜ ନାଁକୁ ମଝିରେ ମଝିରେ ଗୁଗଲରେ ସର୍ଚ କରି ଚେକ୍‌ କରନ୍ତୁ। ଯଦି କୌଣସି ଭୁଲ ସ୍ଥାନରେ ଆପଣଙ୍କ ନାଁ ଆସୁଥାଏ, ତାହେଲେ ଏହାକୁ ହଟାଇବାକୁ ଉକ୍ତ ସାଇଟ୍‌କୁ କୁହନ୍ତୁ। ଅଜଣା ଲୋକଙ୍କୁ ଫେସ୍‌ବୁକ୍‌ରେ ଆଡ୍‌ କରନ୍ତୁ ନାହିଁ। ଯଦି କୌଣସି ପ୍ରଫେସନ୍‌ରେ ଅଛନ୍ତି ତାହେଲେ ପ୍ରଫେସନାଲ ଲୋକଙ୍କ ସହିତ ଫେସବୁକ୍‌ରେ ନ ଯୋଡ଼ି ହୋଇ ଲିଙ୍କଡିନ୍‌ ମାଧ୍ୟମରେ ଯୋଡ଼ି ହୋଇ ପାରିବେ।

ଟ୍ୱିଟର୍‌ରେ ନିଜ ଫଟୋ ଅପଲୋଡ କରିବାରୁ ନିବୃତ ରହିବା ସହିତ ବିନା ଅନୁମତିରେ କୌଣସି ବ୍ୟକ୍ତି ଫଲୋ ନ କରିବାର ସେଟିଂ କରି ଆକାଉଣ୍ଟକୁ ସୁରକ୍ଷିତ ରଖିପାରିବେ। କୌଣସି ବ୍ୟକ୍ତିଙ୍କ ଗତିବିଧି ସନ୍ଦେହ ଲାଗିଲେ ତାଙ୍କୁ ବ୍ଲକ୍ କରିପାରିବେ। ଫଳରେ ସେଇ ବ୍ୟକ୍ତି ଜଣକ ସେହି ଆକାଉଣ୍ଟରେ ଆପଣଙ୍କ ପାଖରେ ପହଞ୍ଚି ପାରିବନାହିଁ। କିନ୍ତୁ ଅନ୍ୟ ଏକ ଆକାଉଣ୍ଟରେ ସେ ଆପଣଙ୍କ ନିକଟରେ ପହଞ୍ଚିଯାଇପାରେ। ସେଥିପାଇଁ ଅଜଣା ଲୋକଙ୍କ ଫ୍ରେଣ୍ଡ ରିକ୍ୟୁଏଷ୍ଟ ଏକ୍ସେପ୍ଟ କରିବା ପୂର୍ବରୁ ଥରେ ଭାବନ୍ତୁ। କୌଣସି ସମସ୍ୟା ହେଲେ ପୋଲିସକୁ ତୁରନ୍ତ ପୋଲିସକୁ ଖବର ଦିଅନ୍ତୁ।

ଫେକ୍‌ ଆକାଉଣ୍ଟ ବୋଲି କିଭଳି ଜାଣିବେ?

ରିକ୍ୟୁଏଷ୍ଟ ଗ୍ରହଣ କରିବା ପୂର୍ବରୁ ସେହି ଆକାଉଣ୍ଟ ବିଷୟରେ ଭଲ ଭାବରେ ଯାଞ୍ଚ କରିନିଅନ୍ତୁ। ଆକାଉଣ୍ଟର ଫ୍ରେଣ୍ଡ ଲିଷ୍ଟକୁ ଚେକ୍ କରିନିଅନ୍ତୁ। ଦେଖନ୍ତୁ ସେହି ଆକାଉଣ୍ଟଟି କେଉଁ ସବୁ ଗ୍ରୁପରେ ସାମିଲ ଅଛି ନା ନାହିଁ। କିମ୍ବା ସେ ଅପୋଲଡ କରିଥିବା ସମସ୍ତ ଫଟୋରେ କ’ଣ କମେଣ୍ଟ ରହିଛି, ଏହା ଉପରେ ଥରେ ନଜର ପକାଇ ନିଅନ୍ତୁ। ଯଦି ସେ କିଛି ଆପତ୍ତି ଜନକ ଫଟୋ ଅପଲୋଡ୍‌ ହୋଇଛି, ତାହେଲେ ତାଙ୍କୁ ଫ୍ରେଣ୍ଡ୍‌ ଲିଷ୍ଟରେ ଆଡ୍‌ କରନ୍ତୁ ନାହିଁ। ଏହି ସବୁ କ୍ଷେତ୍ରରେ ଟିକେ ସତର୍କ ରୁହନ୍ତୁ। ସୋସିଆଲ୍ ମିଡିଆର ଅବାସ୍ତବ ଦୁନିଆ ଭିତରେ ବେଶି ସମୟ ମଜ୍ଜି ନଯାଇ ବାସ୍ତବ ଦୁନିଆକୁ ଗୁରୁତ୍ୱ ଦିଅନ୍ତୁ।

Related story