୫୪ ବର୍ଷ ଧରି ମୃତ୍ୟୁକୁ ମାତ୍‌ ଦେଇ ଆସୁଥିଲେ ବୈଜ୍ଞାନିକ ଷ୍ଟିପେନ୍‌ ହକିଂ: ଆଉ ଶେଷରେ...

ନୂଆଦିଲ୍ଲୀ: ବ୍ରିଟେନ୍‌ର ପ୍ରଖ୍ୟାତ ଭୌତିକ ବୈଜ୍ଞାନିକ ପ୍ରଫେସର ଷ୍ଟିଫେନ ହକିଂଙ୍କର ୭୬ ବର୍ଷରେ ପରଲୋକ ହୋଇଛି। ଏହି ମହାନ ବୈଜ୍ଞାନିଙ୍କର ଜନ୍ମ ୧୯୪୨ ମସିହା ଜାନୁଆରୀ ୮ ତାରିଖରେ ଇଂଲଣ୍ଡର ଅକ୍ସଫୋର୍ଡଠାରେ ହୋଇଥିଲା। ସେ ଗତ ୫୫ ବର୍ଷଧରି ମୋଟର ନ୍ୟୁରନ୍‌ ରୋଗରେ ପୀଡ଼ିତ ହୋଇ ହ୍ୱିଲ୍‌ଚେୟାର ବସି ରହିଥିଲେ। ତାଙ୍କୁ ଯେତେବଳେ ୨୨ ବର୍ଷ ହୋଇଥିଲା ସେ ଏହି ଭୟଙ୍କର ରୋଗରେ ଆକ୍ରାନ୍ତ ହୋଇଥିଲେ। ଏହାପରେ ଡାକ୍ତର କହିଥିଲେ ଷ୍ଟିଫେନ୍‌ ଆଉ ମାତ୍ର ଦୁଇ ବର୍ଷ […]

Hawking

Hawking

Rakesh Mallick
  • Published: Wednesday, 14 March 2018
  • Updated: 14 March 2018, 07:16 PM IST

Sports

Latest News

ନୂଆଦିଲ୍ଲୀ: ବ୍ରିଟେନ୍‌ର ପ୍ରଖ୍ୟାତ ଭୌତିକ ବୈଜ୍ଞାନିକ ପ୍ରଫେସର ଷ୍ଟିଫେନ ହକିଂଙ୍କର ୭୬ ବର୍ଷରେ ପରଲୋକ ହୋଇଛି। ଏହି ମହାନ ବୈଜ୍ଞାନିଙ୍କର ଜନ୍ମ ୧୯୪୨ ମସିହା ଜାନୁଆରୀ ୮ ତାରିଖରେ ଇଂଲଣ୍ଡର ଅକ୍ସଫୋର୍ଡଠାରେ ହୋଇଥିଲା। ସେ ଗତ ୫୫ ବର୍ଷଧରି ମୋଟର ନ୍ୟୁରନ୍‌ ରୋଗରେ ପୀଡ଼ିତ ହୋଇ ହ୍ୱିଲ୍‌ଚେୟାର ବସି ରହିଥିଲେ। ତାଙ୍କୁ ଯେତେବଳେ ୨୨ ବର୍ଷ ହୋଇଥିଲା ସେ ଏହି ଭୟଙ୍କର ରୋଗରେ ଆକ୍ରାନ୍ତ ହୋଇଥିଲେ। ଏହାପରେ ଡାକ୍ତର କହିଥିଲେ ଷ୍ଟିଫେନ୍‌ ଆଉ ମାତ୍ର ଦୁଇ ବର୍ଷ ବଞ୍ଚିବେ। କିନ୍ତୁ ନିୟତିର ବିଚାର କିଛି ଅଲଗା ଥିଲା। ସେ ଦୀର୍ଘ ୫୫ ବର୍ଷ ଧରି ସଂଗ୍ରାମ କରି ମୃତ୍ୟୁକୁ ପରାଜିତ କରିଆସୁଥିଲେ। ଆସନ୍ତୁ ଜାଣିବା ଏହି ମହାନ ବୈଜ୍ଞାନିଙ୍କ ବିଷୟରେ କିଛି ରୋଚକ କଥା।

ଷ୍ଟିଫେନ୍‌ଙ୍କର ରୋଗ ଏତେ ଭୟଙ୍କର ଥିଲା ଯେ ସେ କଥା କହି ପାରୁନଥିଲେ। ପରେ ସେ ଭଏସ୍‌ ସିନ୍ଥେସାଇଜର ସାହାଯ୍ୟରେ ଧୀରେ ଧୀରେ କଥା କହିବା ଆରମ୍ଭ କଲେ। ନୌକା ଚଳାଇବା ଓ ଘୋଡ଼ା ଚଢ଼ିବାରେ ସୌକ ରଖିଥିଲେ ଷ୍ଟିଫେନ୍‌ ହକିଂ। କିନ୍ତୁ ରୋଗ ଯୋଗୁଁ ଇଚ୍ଛାଥିଲେ ବି ସେ ଏସବୁ କରିପାରୁ ନଥିଲେ। କାରଣ ତାଙ୍କ ଶରୀର ଅଧିକାଂଶ ଅଂଶ ପାରାଲାଇଜ୍‌ ହୋଇଯାଇଥିଲା।

ମୋଟର ନ୍ୟୁରୋନ୍‌ ରୋଗ କ ? ଏହି ରୋଗ ହେଲେ ମସ୍ତିଷ୍କ ଓ ସ୍ନାୟୁ କୋଷ ଉପରେ ଏହାର ପ୍ରଭାବ ପଡ଼ିଥାଏ। ଶରୀର ଧୀରେ ଧୀରେ ଦୁର୍ବଳ ହୋଇଯାଏ। ଏହି ରୋଗ ହେଲେ ରୋଗୀ ମାତ୍ର କିଛି ବର୍ଷ ପର୍ଯ୍ୟନ୍ତ ବଞ୍ଚି ରହିପାରେ। ଏପର୍ଯ୍ୟନ୍ତ ଏହି ରୋଗର କୌଣସି ଚିକିତ୍ସା ଉପାୟ ବାହାରି ପାରିନାହିଁ। ଏହି ରୋଗ ହେଲେ ମୃତ୍ୟୁ ସୁନିଶ୍ଚିତ ବୋଲି କୁହାଯାଇଥାଏ। ସଫଳତା କୁ ନେଇ କଣ କହିଥିଲେ ଷ୍ଟିଫେନ୍‌ ହକିଂ: ବଞ୍ଚିଥିଲା ବେଳେ  ଷ୍ଟିଫେନ୍‌ ହକିଂ କହିଥିଲେ ତାଙ୍କ ରୋଗ ହିଁ ତାଙ୍କୁ ଆଜି ଜଣେ ବୈଜ୍ଞାନିକ ହେବାରେ ସାହାଯ୍ୟ କରିଛି। ତାଙ୍କ କହିବା ଅନୁସାରେ ପୂର୍ବରୁ ସେ ପଢ଼ାପଢିରେ ବେଶୀ ଧ୍ୟାନ ଦେଉ ନଥିଲେ। କିନ୍ତୁ ରୋଗରେ ପଡ଼ିବା ପରେ ସେ ଆଉ ବେଶୀଦିନ ବଞ୍ଚିବେ ନାହିଁ ବୋଲି ଜାଣି ତାଙ୍କର ସବୁ ଧ୍ୟାନ ଗବେଷଣା କରିବାରେ ଲଗାଇଦେଲେ। ରୋଗରେ ପୀଡ଼ିତ ହେବାର ୧୧ ବର୍ଷ ପରେ ସେ ‘ବ୍ଲାକ୍‌ ହୋଲ୍‌’ର ରହସ୍ୟକୁ ନେଇ ଏକ ଥିଓରୀ ପ୍ରସ୍ତୁତ କରିଥିଲେ, ଯାହା ସାରା ବିଶ୍ୱକୁ ଚମକାଇ ଦେଇଥିଲା। ସେ କହିଥିଲେ ଏହି ବିଶାଳ ବ୍ରହ୍ମାଣ୍ଡକୁ ଇଶ୍ୱର ସୃଷ୍ଟି କରିନାହାଁନ୍ତି। ଏହା ଆପେ ଆପେ ସୃଷ୍ଟି ହୋଇଛି। ଏହା ଏକ ସ୍ୱତଃସ୍ଫୁର୍ତ୍ତ ଘଟଣା ବୋଲି ସେ ମାନୁଥିଲେ।( କିନ୍ତୁ ଏ କ୍ଷେତ୍ରରେ ପ୍ରସିଦ୍ଧ ବୈଜ୍ଞାନିକ ଆଇଜାକ୍‌ ନ୍ୟୁଟନଙ୍କ ମତ କିନ୍ତୁ ଭିନ୍ନ ଥିଲା। ସେ କହୁଥିଲେ ଏତେବଡ଼ ସୃଷ୍ଟିର କେହି ଜଣେ ସୃଷ୍ଟି କର୍ତ୍ତା ନିଶ୍ଚୟ ଥିବେ।) ହକିଂ ରିସର୍ଚ୍ଚ କରି  କହିଥିଲେ ଯେ ଆମର କେବଵ ଗୋଟିଏ ମାତ୍ର ସୌରମଣ୍ଡଳ ନାହିଁ। ଏପରି ଆହୁରି ଅନେକ ସୂର୍ଯ୍ୟ ରହିଛନ୍ତି, ଯାହା ଚାରିପାଖରେ ପୃଥିବୀ ଭଳି ଅନେକ ଗ୍ରହ ପରିକ୍ରମା କରୁଛନ୍ତି।ଷ୍ଟିଫେନ୍‌ଙ୍କ ଲିଖିତ ପୁସ୍ତକ: ଷ୍ଟିଫେନ୍‌ ହକିଂ ଅନେକ ପୁସ୍ତକର ରଚୟତା ମଧ୍ୟ। ତାଙ୍କ ଲିଖିତ ପୁସ୍ତକ ଗୁଡ଼ିକ ହେଲା ‘ଏ ବ୍ରିଫ୍‌ ହିଷ୍ଟୋରୀ ଅଫ୍‌ ଟାଇମ୍‌, ଦ ଗ୍ରାଣ୍ଡ ଡିଜାଇନ୍, ୟୁନିଭର୍ସ ଇନ୍‌ ନଟ୍‌ ଶୋଲ୍‌, ଦ ଥିୟୋରୀ ଅଫ୍‌ ଏଭ୍ରିଥିଙ୍ଗ୍। ସେ ରୋଗରେ ପୀଡ଼ିତ ଥିବା ବେଳେ ଥରେ କହିଥିଲେ ମୁଁ ଗତ ୪୯ ବର୍ଷ ଧରି ମୃତ୍ୟୁର ଅନୁମାନ କରୁଛି। ମୁଁ ମୃତ୍ୟୁକୁ ଭୟ କରେ ନାହିଁ। ମୃତ୍ୟୁ ପାଇଁ ମୁଁ ବ୍ୟସ୍ତ ମଧ୍ୟ ନୁହେଁ। କାରଣ ମୃତ୍ୟୁ ପୂର୍ବରୁ ମୋତେ ବହୁତ କାମ କରିବାର ଅଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos