ହେଟାବାଘଙ୍କୁ ନିଜ ହାତରେ ଖୁଆନ୍ତି ଏହି ବ୍ୟକ୍ତି: ଜାଣନ୍ତୁ କେମିତି ହେଲା ବନ୍ଧୁତ୍ୱ

ଜନସଂଖ୍ୟା ବୃଦ୍ଧି ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି। ଜନସଂଖ୍ୟା ବୃଦ୍ଧି ଯୋଗୁଁ ସବୁ ଦେଶରେ ନୂଆ ନୂଆ ଜନବସତି ସୃଷ୍ଟି ହେଉଛି, ଆଉ ସମସ୍ୟା ଭୋଗୁଛନ୍ତି ଜଙ୍ଗଲୀ ଜନ୍ତୁ। ଜଙ୍ଗଲ ସଫା କରି ଲୋକେ ଜନବସତି ବନାଉଛନ୍ତି। ଫଳରେ ଜଙ୍ଗଲୀ ହଂସ୍ରଜନ୍ତୁ ଜନବସତି ମୁହାଁ ହେଉଛନ୍ତି ଓ ବାରମ୍ବାର ସଂଘର୍ଷ ଘଟୁଛି। ହେଲେ ଆମେ ଆଜି ଏମିତି କିଛି କହିବାକୁ ଯାଉଛୁ, ଯାହା ସହଜରେ ବିଶ୍ୱାସ କରିବା କଷ୍ଟକର, ହେଲେ ଏହା ସମ୍ପୃର୍ଣ୍ଣ ସତ। ଏମିତି […]

hyena

Rakesh Mallick
  • Published: Monday, 11 December 2017
  • , Updated: 11 December 2017, 11:17 AM IST

ଜନସଂଖ୍ୟା ବୃଦ୍ଧି ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି। ଜନସଂଖ୍ୟା ବୃଦ୍ଧି ଯୋଗୁଁ ସବୁ ଦେଶରେ ନୂଆ ନୂଆ ଜନବସତି ସୃଷ୍ଟି ହେଉଛି, ଆଉ ସମସ୍ୟା ଭୋଗୁଛନ୍ତି ଜଙ୍ଗଲୀ ଜନ୍ତୁ। ଜଙ୍ଗଲ ସଫା କରି ଲୋକେ ଜନବସତି ବନାଉଛନ୍ତି। ଫଳରେ ଜଙ୍ଗଲୀ ହଂସ୍ରଜନ୍ତୁ ଜନବସତି ମୁହାଁ ହେଉଛନ୍ତି ଓ ବାରମ୍ବାର ସଂଘର୍ଷ ଘଟୁଛି। ହେଲେ ଆମେ ଆଜି ଏମିତି କିଛି କହିବାକୁ ଯାଉଛୁ, ଯାହା ସହଜରେ ବିଶ୍ୱାସ କରିବା କଷ୍ଟକର, ହେଲେ ଏହା ସମ୍ପୃର୍ଣ୍ଣ ସତ।

ଏମିତି ଏକ ଦେଶ ଅଛି ଯେଉଁଠି ହେଟାବାଘଙ୍କୁ ଭୋଜି ଦିଆଯାଇଥାଏ। ଆଉ ଏହି ଦେଶରେ ଏମିତି ଜଣେ ବ୍ୟକ୍ତି ଅଛନ୍ତି, ଯିଏ ନିଜ ହାତରେ ଏହି ହଂସ୍ର ହେଟାବାଘଙ୍କୁ ଖାଇବାକୁ ଦେଇଥାନ୍ତି।

ଆଫ୍ରିକାରେ ହେଟାବାଘଙ୍କୁ ଦ୍ୱିତୀୟ ହଂସ୍ର ଜୀବ କୁହାଯାଇଥାଏ। ଆଫ୍ରିକାର ବିଭିନ୍ନ ଦେଶରେ ଏହି ଜନ୍ତୁ ଦଳବଦ୍ଧ ଭାବେ ସହର ଓ ବସ୍ତି ଉପରେ ଆକ୍ରମଣ କରିଥାନ୍ତି। ହେଲେ ଇଥିଓପିଆର ଏମିତି ଏକ ସହର ଅଛି ଯେଉଁଠି ଏହି ଜନ୍ତୁଙ୍କୁ ଖାଇବାକୁ ଡକାଯାଇଥାଏ। ଏହି ସହରଟି ହେଲା ହରାର। ସହରରେ ପ୍ରାୟ ୪୦୦ ବର୍ଷ ହେବ ହେଟାବାଘଙ୍କୁ ଖାଇବାକୁ ଦିଆଯିବା ପରମ୍ପରା ରହି ଆସିଛି।

ସ୍ଥାନୀୟ ଲୋକଙ୍କ ବିଶ୍ୱାସ ରହିଛି ହେଟାବାଘ ଭୂତପ୍ରେତଙ୍କୁ ନିଜର ଶିକାର ବନାଇଥାନ୍ତି। ଏହି କାରଣରୁ ସହରର ଯେଉଁଠି କଂସେଇଖାନା ରହିଛି ଉକ୍ତ ରାସ୍ତାରେ ହାଡ ଓ ମାଂସ ଫିଙ୍ଗି ଦିଆଯାଇଥାଏ। ହେଟାବାଘଙ୍କ ଦୁଇଟି ଦଳ ଏହାକୁ ଖାଇବାକୁ ଆସିଥାନ୍ତି। ଉଭୟ ଦଳ ମଧ୍ୟରେ ସଂଘର୍ଷ ଘଟିଥାଏ। ଯେଉଁ ଦଳ ଜିତିଥାଏ, ସେ ମାଂସ ଓ ହାଡ ଖାଇବାକୁ ପାଇଥାଏ।

ତେବେ ହରାରରେ ରହୁଥିବା ୟୂସୁଫଙ୍କ କଥା ନିଆରା। ସେ ଏମିତି ଜଣେ ବ୍ୟକ୍ତି, ଯିଏ ଏହି ହଂସ୍ର ହେଟାବାଘଙ୍କୁ ନିଜ ହାତରେ ଖୁଆଇଥାନ୍ତି। ହେଟାବାଘମାନେ ତାଙ୍କ ସହ ଭଲ ବନ୍ଧୁତ୍ୱ କରିସାରିଛନ୍ତି। କେବଳ ରାସ୍ତାଘାଟରେ ନୁହେଁ ହେଟାବାଘ ଦଳଙ୍କୁ ୟୂସୁଫ ନିଜ ଘରକୁ ମଧ୍ୟ ଡାକି ଆଣନ୍ତି ଓ ତାଙ୍କୁ ନିଜ ହାତରେ ମାଂସ ଖାଇବାକୁ ଦେଇଥାନ୍ତି।

Related story