ଖାସ୍‌ ବୟସ୍କଙ୍କ ପାଇଁ iBall ଆଣିଲା ନୂଆ ଫୋନ୍‌: ରହିଛି ଏସବୁ ସୁବିଧା

ନୂଆଦିଲ୍ଲୀ: ଘରୋଇ କଞ୍ଜ୍ୟୁମର୍‌ ଇଲେକ୍ଟ୍ରୋନିକ୍ସ କମ୍ପାନୀ iBall ବୟସ୍କ ବ୍ୟକ୍ତିଙ୍କ ପାଇଁ ନୂଆ ଫିଚର୍‌ ଥିବା ଫୋନ୍‌ ‘Aasaan 4’ ଲଞ୍ଚ୍‌ କରିଛି। ବରିଷ୍ଠ ନାଗରିକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ବିଶେଷ ଭାବେ ଏହାକୁ ତିଆରି କରାଯାଇଛି। ଏହାର ମୂଲ୍ୟ ମାତ୍ର ୩,୪୯୯ ଟଙ୍କା ରହିଛି। ଏଥିରେ ବଡ଼ କି-ପ୍ୟାଡ୍‌ ରହିଛି। ସାଉଣ୍ଡ୍‌ ମଧ୍ୟ ଅଧିକ ଦିଆଯାଇଛି। ୨.୩୧ ଇଞ୍ଚର ସ୍କ୍ରିନ୍‌ ଦିଆଯାଇଛି। ଏହାସହ ଏଥିରେ ଜରୁରୀକାଳୀନ ଆଲର୍ଟ ସପୋର୍ଟ ଓ ମୋବାଇଲ୍‌ ଟ୍ରାକିଙ୍ଗ୍‌ ଫିଚର୍ ରହିଛି। […]

Aasaan4

Rakesh Mallick
  • Published: Wednesday, 01 August 2018
  • , Updated: 01 August 2018, 03:24 PM IST

ନୂଆଦିଲ୍ଲୀ: ଘରୋଇ କଞ୍ଜ୍ୟୁମର୍‌ ଇଲେକ୍ଟ୍ରୋନିକ୍ସ କମ୍ପାନୀ iBall ବୟସ୍କ ବ୍ୟକ୍ତିଙ୍କ ପାଇଁ ନୂଆ ଫିଚର୍‌ ଥିବା ଫୋନ୍‌ ‘Aasaan 4’ ଲଞ୍ଚ୍‌ କରିଛି। ବରିଷ୍ଠ ନାଗରିକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ବିଶେଷ ଭାବେ ଏହାକୁ ତିଆରି କରାଯାଇଛି। ଏହାର ମୂଲ୍ୟ ମାତ୍ର ୩,୪୯୯ ଟଙ୍କା ରହିଛି।

  • ଏଥିରେ ବଡ଼ କି-ପ୍ୟାଡ୍‌ ରହିଛି। ସାଉଣ୍ଡ୍‌ ମଧ୍ୟ ଅଧିକ ଦିଆଯାଇଛି। ୨.୩୧ ଇଞ୍ଚର ସ୍କ୍ରିନ୍‌ ଦିଆଯାଇଛି। ଏହାସହ ଏଥିରେ ଜରୁରୀକାଳୀନ ଆଲର୍ଟ ସପୋର୍ଟ ଓ ମୋବାଇଲ୍‌ ଟ୍ରାକିଙ୍ଗ୍‌ ଫିଚର୍ ରହିଛି। ଏଥିରେ ଡୁଆଲ୍‌ ସିମ୍‌ ବ୍ୟବହାର କରିହେବ।
  • କମ୍ପାନୀ ପକ୍ଷରୁ କୁହାଯାଇଛି, ଏଥିରେ ଟକିଂ କି-ପ୍ୟାଡ୍‌ ଦିଆଯାଇଛି। ଅର୍ଥାତ୍‌ ଏଥିରେ ‘A’ ବଟମ୍‌ ଚିପିଲେ ‘A’ ଉଚାରଣ ହେବ।
  • ଏଥିରେ 1,800mAh ବ୍ୟାଟେରୀ ଦିଆଯାଇଛି। 32GBର microSD ଷ୍ଟୋରେଜ୍‌ ସପୋର୍ଟ ଦିଆଯାଇଛି। ସେହିଭଳି ଏଥିରେ ୨୦୦ ମେସେଜ୍‌ ଓ ୧୦୦୦ ଫୋନ୍‌ ନମ୍ବର ସେଭ୍‌ କରିପାରିବେ।
  • ଜରୁରୀକାଳୀନ କଲିଂ ଓ ‘SOS’ ବଟନ ଦିଆଯାଇଛି। ଆପାତକାଳୀନ ପରିସ୍ଥିତିରେ ଏହି ବଟନ ଦବାଇଲେ ଜୋରରେ ସାଇରନ୍‌ ବାଜିବ। ଏହାଦ୍ୱାରା ଆଖପାଖରେ ଥିବା ଲୋକେ  ସାହାଯ୍ୟ ପାଇଁ ଆସିପାରିବେ।
  • ମୋବାଇଲ୍‌ ଟ୍ରାକିଙ୍ଗ୍ ସିଷ୍ଟମ୍‌ ବି ରହିଛି। ଫୋନ୍‌ରେ ନୂଆ ସିମ୍‌ ପଡ଼ିବା ମାତ୍ରେ, ଟ୍ରାକିଙ୍ଗରେ ଆପଣ ଦେଇଥିବା ଆଲର୍ଟ ନମ୍ବରକୁ ମେସେଜ୍‌ ପଳାଇବ।
  • ଫୋନ୍‌ ଲକ୍‌, LED ଟର୍ଚ୍ଚ ଓ ୱାୟରଲେସ FM ପାଇଁ ୱାନ୍‌ ଟଚ୍‌ ବଟନ ଦିଆଯାଇଛି।

Related story