ଘରେ ଏପରି ବାସ୍ତୁ ଦୋଷ ରହିଲେ ଆସିପାରେ ଅକାଳ ମୃତ୍ୟୁ

ବାସ୍ତୁ ଶାସ୍ତ୍ରରେ ଦିଗଗୁଡ଼ିକର ବିଶେଷ ମହତ୍ତ୍ୱ ରହିଛି। ଘରେ ସଠିକ୍ ଦିଗରେ ସଠିକ୍ ଜିନିଷ ରହିଲେ ଶୁଭ ଫଳ ମିଳେ। ସେଥିପାଇଁ ଘର ନିର୍ମାଣ ବେଳେ ଅନେକ ଲୋକ ବାସ୍ତୁ ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତି। ସେମାନଙ୍କ ପରାମର୍ଶ ଅନୁଯାୟୀ ଘରର ବିଭିନ୍ନ ପ୍ରବେଶ ପଥର ଦିଗ ଧାର୍ଯ୍ୟ କରନ୍ତି। ଦିଗ ଅନୁଯାୟୀ  ଶୋଇବା ଘର, ରୋଷେଇ ଘର, ଠାକୁର ଘର ଓ ବୈଠକ ଗୃହ ନିର୍ମାଣ କରନ୍ତି। ସେହିପରି କୂଅ ଓ ନଳକୂପ ଆଦି ମଧ୍ୟ ସେମାନଙ୍କ […]

5-lucruri-care-se-intampla-cand-mori

5-lucruri-care-se-intampla-cand-mori

Rakesh Mallick
  • Published: Friday, 29 June 2018
  • Updated: 10 July 2018, 05:54 PM IST

Sports

Latest News

ବାସ୍ତୁ ଶାସ୍ତ୍ରରେ ଦିଗଗୁଡ଼ିକର ବିଶେଷ ମହତ୍ତ୍ୱ ରହିଛି। ଘରେ ସଠିକ୍ ଦିଗରେ ସଠିକ୍ ଜିନିଷ ରହିଲେ ଶୁଭ ଫଳ ମିଳେ। ସେଥିପାଇଁ ଘର ନିର୍ମାଣ ବେଳେ ଅନେକ ଲୋକ ବାସ୍ତୁ ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତି। ସେମାନଙ୍କ ପରାମର୍ଶ ଅନୁଯାୟୀ ଘରର ବିଭିନ୍ନ ପ୍ରବେଶ ପଥର ଦିଗ ଧାର୍ଯ୍ୟ କରନ୍ତି। ଦିଗ ଅନୁଯାୟୀ  ଶୋଇବା ଘର, ରୋଷେଇ ଘର, ଠାକୁର ଘର ଓ ବୈଠକ ଗୃହ ନିର୍ମାଣ କରନ୍ତି। ସେହିପରି କୂଅ ଓ ନଳକୂପ ଆଦି ମଧ୍ୟ ସେମାନଙ୍କ ପରାମର୍ଶ ଅନୁସାରେ ଖୋଲନ୍ତି। ଘରେ କେଉଁ ଦିଗରେ କେଉଁ ଜିନିଷ ରଖିବେ ସେ ବିଷୟରେ ବି ପଚାରି ନିଅନ୍ତି। ଘରେ କେଉଁ ଦିଗରେ କ’ଣ ନ ରଖିବେ ତାହା ବି ବୁଝି ନିଅନ୍ତି। କୁହାଯାଏ ଯଦି ଘରେ ଦିଗଗୁଡ଼ିକରେ ଦୋଷ ଥାଏ, ତେବେ ଏହାର ପ୍ରଭାବ ଘରର ପ୍ରତ୍ୟେକ ବ୍ୟକ୍ତି ଉପରେ ପଡିଥାଏ।

  • ବାସ୍ତୁଶାସ୍ତ୍ର ନିୟମ ଅନୁଯାୟୀ ଯଦି ଦକ୍ଷିଣ-ପଶ୍ଚିମ କୋଣରେ ଦୋଷ ଥାଏ, ତେବେ ଏହାର ପରିଣାମ ଅତ୍ୟନ୍ତ ଭୟଙ୍କର ହୋଇପାରେ। ଏହି କୋଣରେ ଦୋଷ ରହିଲେ, ଘରେ ରହୁଥିବା ବ୍ୟକ୍ତିଙ୍କର ଅକାଳ ମୃତ୍ୟୁ ହେବାର ସମ୍ଭାବନା ଥାଏ। ତେଣୁ ଏହି ଦୋଷକୁ ପ୍ରଥମେ ସୁଧାରି ନେବା ଉଚିତ।
  • ଯଦି ଘରର ଉତ୍ତର-ପଶ୍ଚିମ ଦିଗରେ କୂଅ ଥାଏ, ତା'ହେଲେ ଘରର ମୁଖିଆଙ୍କ ଆତ୍ମହତ୍ୟା କରିବାର ସମ୍ଭାବନା ଅଧିକ ରହିଥାଏ।

  • ଯେଉଁ ଘରେ ପୂର୍ବ ଦିଗରେ ମୁଖ୍ୟ ଦ୍ୱାର ଓ ପୂର୍ବ-ଦକ୍ଷିଣ ଦିଗରେ ପୁଣି ଏକ ଦ୍ୱାର ଥାଏ ଏବଂ ସେହି ଘରର ଈଶାନ କୋଣ କ୍ଷତିଗ୍ରସ୍ତ ଅବସ୍ଥାରେ ଥାଏ, ତେବେ ସେଠାରେ ରହୁଥିବା ସଦସ୍ୟମାନଙ୍କର ହୃଦଘାତ କିମ୍ବା ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହେବାର ସମ୍ଭାବନା ଅଧିକ ବଢ଼ିଯାଏ। ଏହା ସହିତ ଘରର ସଦସ୍ୟ ଆତ୍ମହତ୍ୟା କରିବାର ବି ଅଧିକ ଆଶଙ୍କା ରହିଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos