ପୁଅର ଆକାଉଣ୍ଟରେ ଅଛି କି ବାପାମାଆଙ୍କ ଟଙ୍କା ? ହିସାବ ମାଗି ପାରନ୍ତି ସରକାର

ନୂଆଦିଲ୍ଲୀ: ଭାରତରେ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କର ଅନେକ ପ୍ରକାର କର ବ୍ୟବସ୍ଥା ରହିଛି। ସେଥିମଧ୍ୟରୁ ଆୟକର ଗୋଟିଏ। ଯଦି ଉଚିତ ସମୟରେ ଆୟକର ଦିଆ ନଯାଏ ତାହେଲେ ସରକାର କାର୍ଯ୍ୟନୁଷ୍ଟାନ ଗ୍ରହଣ କରନ୍ତି। କେତେ ଆୟ ପାଇଁ କେତେ କର ଦେବାକୁ ପଡ଼ିଥାଏ ସେଥିପାଇଁ ନିର୍ଦ୍ଦିଷ୍ଟ ନିୟମ ରହିଛି। ଯଦି ବାର୍ଷିକ ଆୟ ୨.୫ ଲକ୍ଷ ଟଙ୍କାରୁ କମ୍ ଥାଏ ତାହାଲେ ନିୟମ ଅନୁସାରେ ଆୟକର ଦେବାକୁ ପଡ଼ିବ ନାହିଁ। ଯଦି ଆପଣ ଚାହାଁନ୍ତି […]

income-tax-7592

Rakesh Mallick
  • Published: Sunday, 29 October 2017
  • , Updated: 29 October 2017, 07:35 PM IST

ନୂଆଦିଲ୍ଲୀ: ଭାରତରେ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କର ଅନେକ ପ୍ରକାର କର ବ୍ୟବସ୍ଥା ରହିଛି। ସେଥିମଧ୍ୟରୁ ଆୟକର ଗୋଟିଏ। ଯଦି ଉଚିତ ସମୟରେ ଆୟକର ଦିଆ ନଯାଏ ତାହେଲେ ସରକାର କାର୍ଯ୍ୟନୁଷ୍ଟାନ ଗ୍ରହଣ କରନ୍ତି। କେତେ ଆୟ ପାଇଁ କେତେ କର ଦେବାକୁ ପଡ଼ିଥାଏ ସେଥିପାଇଁ ନିର୍ଦ୍ଦିଷ୍ଟ ନିୟମ ରହିଛି। ଯଦି ବାର୍ଷିକ ଆୟ ୨.୫ ଲକ୍ଷ ଟଙ୍କାରୁ କମ୍ ଥାଏ ତାହାଲେ ନିୟମ ଅନୁସାରେ ଆୟକର ଦେବାକୁ ପଡ଼ିବ ନାହିଁ। ଯଦି ଆପଣ ଚାହାଁନ୍ତି ତାହେଲେ ଏକ ନିଲ ରିଟର୍ଣ୍ଣ ଫାଇଲ ଦାଖଲ କରିପାରିବେ। ଏହା ହେଉଛି ଏକ ଆୟକର ସୂଚନା। ଏପରି କରି ଆପଣ ଆୟକର ନିୟମ ଠାରୁ ବାର୍ଷିକ କମ୍ ଆୟ କରିଛନ୍ତି ବୋଲି ସରକାରଙ୍କୁ ସୂଚାଇ ପାରିବେ। ଯାହାଦ୍ୱାରା ଆପଣଙ୍କୁ ଆୟକର ଦେବାକୁ ପଡ଼ିବ ନାହିଁ।

ଆପଣ ଜାଣନ୍ତି କି, ଯଦି ପିତାମାତାଙ୍କ ଠାରୁ ଆପଣଙ୍କୁ ଏକକାଳୀନ ୨.୫ ଲକ୍ଷ ଟଙ୍କା ମିଳିଛି, ଓ ଆପଣ ଏହାକୁ ବ୍ୟାଙ୍କରେ ଜମା କରିଛନ୍ତି, ତାହେଲେ ସରକାର ଏହାର ହିସାବ ମାଗିପାରନ୍ତି। ଭାରତୀୟ କର ବ୍ୟବସ୍ଥା ଅନୁସାରେ ଯଦିଓ ପିତାମାତାଙ୍କ ଠାରୁ ମିଳିଥିବା ନଗଦ ରାଶି ଉପରେ ଟ୍ୟାକ୍ସ ଲାଗି ନଥାଏ, କିନ୍ତୁ ଏକ କାଳୀନ ୨.୫ ଟଙ୍କା ବ୍ୟାଙ୍କରେ ଜମା କଲେ ସରକାରଙ୍କ ପାଖରେ ଏହାର ହିସାବ ଦେବାକୁ ପଡ଼ିଥାଏ।

ଏଥିପାଇଁ ସରକାର ଆପଣଙ୍କୁ ଓ ଆପଣଙ୍କର ପିତାମାତାଙ୍କୁ ନୋଟିସ୍ ଜାରି ଏହାର ହିସାବ ମାଗି ପାରନ୍ତି। ଯଦି ଏହି ନଗଦ ରାଶି ପିତାମାତଙ୍କର ଘୋଷିତ ସମ୍ପତ୍ତିରୁ ହୋଇଥାଏ ଓ ନିୟମ ଅନୁସାରେ ଆୟକର ଦିଆଯାଉଥାଏ ତାହେଲେ କୌଣସି ସମସ୍ୟା ନାହିଁ। ଯଦି ଅଘୋଷିତ ସମ୍ପତ୍ତିରୁ ନଗଦ ରାଶି ଦିଆଯାଇଥାଏ ତାହେଲେ ସରକାର ପିତାମାତାଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରନ୍ତି।

Related story