ହେଡ୍‌ଫୋନ୍‌ ବ୍ୟବହାର କରୁଛନ୍ତି କି ସତର୍କ ରୁହନ୍ତୁ, ନହେଲେ ଭବିଷ୍ୟତରେ...

ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି ବିଜ୍ଞାନ। ନୂଆ ଟେକ୍ନୋଲଜି ଆସିବା ଦ୍ୱାରା ଆମକୁ ଯେତିକି ସୁବିଧା ମିଳୁଛି ସେହି ଅନୁସାରେ କ୍ଷତି ମଧ୍ୟ ହେଉଛି। ଆଜିକାଲି ଆପଣ ଦେଖୁଥିବେ ହେଡ୍‌ଫୋନ୍‌ର ବ୍ୟବହାର ଦିନକ ଦିନ ବଢ଼ିବାରେ ଲାଗିଛି। ଯୁଆଡେ ଦେଖିଲେ ପିଲାଠୁ ବୁଢ଼ା ସମସ୍ତେ ହେଡ୍‌ ଫୋନ୍‌ ବ୍ୟବହାର କରିଥାନ୍ତି। ହେଡ୍‌ ଫୋନ୍‌ ବ୍ୟବହାର ଏତେଟା ବଢ଼ି ଯାଇଛି ଯେ ଘରୁ ଅଫିସ୍ ବାହାରିଲେ କିମ୍ୱା ଅଫିସ୍‌ରୁ ଫେରିବା ବେଳେ ତାଙ୍କ କାନରେ ହେଡ୍‌ ଫୋନ୍‌ ଦେଖିବାକୁ […]

head phone

Rakesh Mallick
  • Published: Saturday, 16 December 2017
  • , Updated: 16 December 2017, 02:47 PM IST

ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି ବିଜ୍ଞାନ। ନୂଆ ଟେକ୍ନୋଲଜି ଆସିବା ଦ୍ୱାରା ଆମକୁ ଯେତିକି ସୁବିଧା ମିଳୁଛି ସେହି ଅନୁସାରେ କ୍ଷତି ମଧ୍ୟ ହେଉଛି। ଆଜିକାଲି ଆପଣ ଦେଖୁଥିବେ ହେଡ୍‌ଫୋନ୍‌ର ବ୍ୟବହାର ଦିନକ ଦିନ ବଢ଼ିବାରେ ଲାଗିଛି। ଯୁଆଡେ ଦେଖିଲେ ପିଲାଠୁ ବୁଢ଼ା ସମସ୍ତେ ହେଡ୍‌ ଫୋନ୍‌ ବ୍ୟବହାର କରିଥାନ୍ତି। ହେଡ୍‌ ଫୋନ୍‌ ବ୍ୟବହାର ଏତେଟା ବଢ଼ି ଯାଇଛି ଯେ ଘରୁ ଅଫିସ୍ ବାହାରିଲେ କିମ୍ୱା ଅଫିସ୍‌ରୁ ଫେରିବା ବେଳେ ତାଙ୍କ କାନରେ ହେଡ୍‌ ଫୋନ୍‌ ଦେଖିବାକୁ ମିଳିଥାଏ।

ଆଜି ଆମେ ଆପଣଙ୍କୁ ଅଧିକ ହେଡ୍‌ ଫୋନ୍ ବ୍ୟବହାର କରିବା ଦ୍ୱାରା କ’ଣ ସବୁ କ୍ଷତି ହୋଇଥାଏ ଜଣାଇବୁ। ଏହା ଜାଣିବା ପରେ ଆପଣ ମଧ୍ୟ ଏହାର ବ୍ୟବହାର କରିବା କମ୍ କରି ଦେବେ। ଆସନ୍ତୁ ଜାଣିବା ଏହା ବ୍ୟବହାର କରିବା ଦ୍ୱାରା କଣ ସବୁ ସମସ୍ୟା ଦେଖା ଦେଖାଦେଇଥାଏ।

୧-ଜଣେ ମଣିଷର ଶୁଣିବାର କ୍ଷମତା ମଧ୍ୟ ରହିଛି। ଯଦି ୯୦ରୁ ଅଧିକ ଡେସିବଲରେ ଗୀତ ଶୁଣୁଛନ୍ତି ତେବେ ଖୁବ୍‌ କମ୍ ଦିନ ମଧ୍ୟରେ ଆପଣ ଶ୍ରବଣ ଶକ୍ତି ହରାଇ ବସିବେ।

୨- ଯଦି ଆପଣ ଗୀତ ଶୁଣିବାକୁ ବେଶ୍ ପସନ୍ଦ କରୁଛନ୍ତି।  ତେବେ ଅଧିକ ସମୟ ଧରି ହେଡ୍‌ ଫୋନ୍‌ରେ ଗୀତ ଶୁଣିବା ଠାରୁ ଦୂରେଇ ରୁହନ୍ତୁ।  ହେଡ୍‌ ଫୋନ୍‌ରେ ଗୀତ ଶୁଣିବା ସମୟରେ ମଝିରେ ମଝିରେ  ବ୍ରେକ୍‌ ନିଅନ୍ତୁ। ଗୀତ ଶୁଣିବା ସମୟରେ ଅନେକ ବ୍ୟକ୍ତି ଭଲ୍ୟୁମ୍‌ ବଢାଇଥାନ୍ତି ସେତେବେଳେ ଗୋଟିଏ ନୋଟିଫିକେସନ୍ ଆସିଥାଏ। ଏଥିରେ ସୂଚନା ଦେଇଥାଏ ଯଦି ଆପଣ ଅଧି ଭଲ୍ୟୁମ୍‌ରେ ଗୀତ  ଶୁଣିବେ କାନ ପାଇଁ ଏହା ହାନିକାରକ। ତେଣୁ ଏହି ଲିମିଟ୍‌କୁ କେବେ ହେଲେ କ୍ରୋସ କରନ୍ତୁ ନାହିଁ।

୩- କୌଣସ ବି ମଣିଷ ନିଜ ଟୁଥ୍‌ ବ୍ରସ୍‌କୁ  ଆଉ କାହାକୁ ସେୟାର କରିବାକୁ ଦିଏ ନାହିଁ। ସେହିଭଳି ନିଜ ହେଡ୍‌ ଫୋନକୁ ମଧ୍ୟ କାହାକୁ ସେୟାର କରନ୍ତୁ ନାହିଁ। ଜଣାପଡ଼ିଛି ଅନ୍ୟ ବ୍ୟକ୍ତିର କାନରେ ଥିବା ରୋଗ ଏହା ଆପଣଙ୍କ କାନକୁ ସଂକ୍ରମଣ ହୋଇ ଆସିଯାଇଥାଏ। ଯାହାଦ୍ୱାରା କାନ ଖରାପ ହୋଇଥାଏ। ଯଦି କିଛି ଜରୁରୀ ପଡେ ଆପଣ ଆଉ କାହାର ହେଡ୍‌ ଫୋନ୍‌ ବ୍ୟବହାର କରିଛନ୍ତି , ତେବେ ଭଲ ଭାବରେ ସଫା କରନ୍ତୁ। ଅନ୍ୟର ହେଡ୍‌ଫୋନ୍‌ ଠାରୁ ସବୁବେଳେ ଦୂରେଇ ରୁହନ୍ତୁ।

୪- ଅଧିକ ସାଉଣ୍ଡରେ ଗୀତ ଶୁଣିବା ଦ୍ୱାରା  କାନରେ ଯନ୍ତ୍ରଣା ହୋଇଥାଏ। ହେଲେ ବି ଲୋକେ ଗୀତ ଶୁଣିବା ବନ୍ଦ କରି ନଥାଆନ୍ତି। ଯାହାଦ୍ୱାରା କାନ ନଷ୍ଟ ହେବାରେ ଲାଗିଥାଏ। ଯଦି ଆପଣ ଏହି ସମୟରେ ମଧ୍ୟ ହେଡ୍‌ ଫୋନ୍‌ର ବ୍ୟବହାର କମ୍ କରିନଥାନ୍ତି ତେବ ଏହା ଘା ହେବାର ସମ୍ଭାବନା ରହିଥାଏ। ଏହାସହିତ ସମୟ ପୂର୍ବରୁ କାଲ ମଧ୍ୟ ହୋଇଯିବେ।

Related story