ସେକ୍ସ ଭିଡ଼ିଓ ଭାଇରାଲ କରୁଛନ୍ତି କି? ହୁସିଆର, ଫସିଯିବେ
- Published: Wednesday, 22 November 2017
- , Updated: 22 November 2017, 09:37 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଯୁବତୀଙ୍କ ଆପତ୍ତିଜନକ ଓ ଦୁର୍ବଳ ମୁହୂର୍ତ୍ତର ଭିଡିଓ ରେକର୍ଡିଂ କରି ସୋସିଆଲ ମିଡିଆରେ ଛାଡିବା ଏକ ରୁଗ୍ନ ମାନସିକତା। ଏହାର ମୁକାବିଲା ଲାଗି ଅଣ୍ଟା ଭିଡିଛି ପୋଲିସ। ଆପତ୍ତିଜନକ ଭିଡିଓ ସୁଟିଂ, ସୋସିଆଲ ମିଡିଆରେ ପୋଷ୍ଟିଂ ଓ ଏହାର ପ୍ରଚାର କରୁଥିବା ଲୋକଙ୍କ ବିରୁଦ୍ଧରେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ। ଏଥିପାଇଁ ଏସ୍‌ପି ଓ ଡିସିପିଙ୍କ ଲାଗି ପୋଲିସ ଡିଜି ଜାରି କରିଛନ୍ତି ଷ୍ଟାଣ୍ଡାର୍ଡ ଅପେରେଟିଂ ପ୍ରୋସେଜିଅର(ଏସ୍ଓପି)। ଏଭଳି ଅଭିଯୋଗ ଆସିଲେ ତାର କେମିତି ତଦନ୍ତ ହେବ ଓ ଅଭିଯୁକ୍ତଙ୍କ ବିରୁଦ୍ଧରେ କି ପ୍ରକାର କାର୍ଯ୍ୟାନୁଷ୍ଠାନ କରାଯାଇପାରିବ, ସେନେଇ ଏଥିରେ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଏଭଳି ଘଟଣାକୁ ନେଇ ସମ୍ବେଦନଶୀଳ ହେବା ଲାଗି ଜନସାଧାରଣଙ୍କ ପାଇଁ ପୋଲିସ ଆଡଭାଇଜରି ମଧ୍ୟ ଜାରି କରିଛି।

କ’ଣ ରହିଛି ପୋଲିସ ଡିଜିଙ୍କ ଆଡଭାଇଜରି

୧: ଆପତ୍ତିଜନକ ଓ ଅନ୍ତରଙ୍ଗ ଭିଡିଓ ସୁଟିଂ କଲେ ଲାଗିବ ଆଇପିସିର ଧାରା ୩୫୪। ଏଥିରେ ବର୍ଷେରୁ ୩ ବର୍ଷ ଯାଏଁ ଜେଲଦଣ୍ଡ ବ୍ୟବସ୍ଥା ରହିଛି।

୨: ଆଇଟି ଆକ୍ଟର ସେକ୍ସନ ୬୬ ଅନୁସାରେ ଆପତ୍ତି ଭିଡିଓ ସୁଟିଂ କଲେ ଅଭିଯୁକ୍ତଙ୍କୁ ୩ ବର୍ଷର ସଜା ହେବ।

୩: ଆପତ୍ତିଜନକ ଭିଡିଓକୁ ସୋସିଲ ମିଡିରେ ଭାଇରାଲ କଲେ ଆଇଟି ଆକ୍ଟର ସେକସନ ୬୭ ଓ ୬୭ଏ ଅନୁଯାୟୀ ୫ ବର୍ଷରୁ ୭ ବର୍ଷ ଯାଏଁ ସଜା ହେବ।

୪: କୋଣସି ଆପତ୍ତିଜନକ ଭିଡିଓ ନଜରକୁ ଆସିଲେ ତୁରନ୍ତ ସ୍ଥାନୀୟ ପୋଲିସ କିମ୍ବା ସାଇବର କ୍ରାଇମ୍ ପୋଲିସ ଜଣାଇବାକୁ କୁହାଯାଇଛି।

୫: ଏଭଳି ଘଟଣାର ପୀଡିତା ସମାଜିକ କଟକଣାକୁ ନଡରି ନିର୍ଭୟରେ ପୋଲିସରେ ଅଭିଯୋଗ କରିବାକୁ ପରାମର୍ଶ ଦିଆଯାଇଛି।

୬: ଭାଇରାଲ ଭିଡିଓରୁ ନିବୃତ୍ତ ରହିବା ଲାଗି ଶିକ୍ଷାନୁଷ୍ଠାନ, ସରକାରୀ ଅଧିକାରୀ, ଜନ ପ୍ରତିନିଧି ସାମିଜିକ ସଚେତନତା ସୃଷ୍ଟି କରିବାକୁ କୁହାଯାଇଛି।

୮: ପୀଡିତା ଓ ତାଙ୍କ ପରିବାରର ପରିଚୟ ପ୍ରକାଶ ନକରିବାକୁ ଗଣମାଧ୍ୟମକୁ କହିଛି ପୋଲିସ।

ଗତ କିଛି ଦିନ ଭିତରେ ନିକଟରେ ବାରିପଦା ଓ କେନ୍ଦୁଝରରୁ ଆପତ୍ତିଜନକ ଭିଡିଓ ଭାଇରାଲ କରାଯିବା ନେଇ ତିନି ତିନିଟି ଅଭିଯୋଗ ଆସିବା ପରେ ସତର୍କ ହୋଇଛି ପୋଲିସ। ତେବେ ପୋଲିସର ଆଡଭାଇଜୋରି ଓ ଏସଓପି ଏଭଳି ଘଟଣା ରୋକିବାରେ କେତେ ସଫଳ ହେଇଛି ତାଉପରେ ସମସ୍ତଙ୍କ ନଜର ରହିଛି।