ପିଏମ୍‌, ସିଏମ୍‌ କାହାର ବି ଜଳିବନି ନାଲିବତି

ନୂଆଦିଲ୍ଲୀ/ଭୁବନେଶ୍ୱର: ଦେଶରୁ ଭିଭିଆଇପି କଲଚରର ସମାପ୍ତି ହେବ। ମେ’ ପହିଲାରୁ ସାରା ଦେଶରେ ବ୍ୟାନ ହେବ ନାଲିବତି ଗାଡି ବ୍ୟବହାର। କେନ୍ଦ୍ର କ୍ୟାବିନେଟ୍‌ ଆଜି ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଅନ୍ୟପକ୍ଷରେ ଓଡ଼ିଶାରେ ମଧ୍ୟ ନାଲିବତି କଲଚର ହଟାଇବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏପରିକି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ସରକାରୀ ଗାଡ଼ିରୁ ଆଜି ନାଲିବତି ଓହ୍ଲାଇ ଦେଇଛନ୍ତି। ନାଲିବତିକୁ ନା। ପ୍ରଧାନମନ୍ତ୍ରୀଙ୍କଠାରୁ ଅନ୍ୟ ମନ୍ତ୍ରୀମାନେ ନାଲିବତି ଗାଡ଼ି ଚଢ଼ିପାରିବେ ନାହିଁ। ସେଣ୍ଟ୍ରାଲ ମୋଟର ଭେହିକିଲ୍‌ […]

Naveen-Without-Red-Beacon

Rakesh Mallick
  • Published: Wednesday, 19 April 2017
  • , Updated: 19 April 2017, 09:07 PM IST

ନୂଆଦିଲ୍ଲୀ/ଭୁବନେଶ୍ୱର: ଦେଶରୁ ଭିଭିଆଇପି କଲଚରର ସମାପ୍ତି ହେବ। ମେ’ ପହିଲାରୁ ସାରା ଦେଶରେ ବ୍ୟାନ ହେବ ନାଲିବତି ଗାଡି ବ୍ୟବହାର। କେନ୍ଦ୍ର କ୍ୟାବିନେଟ୍‌ ଆଜି ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଅନ୍ୟପକ୍ଷରେ ଓଡ଼ିଶାରେ ମଧ୍ୟ ନାଲିବତି କଲଚର ହଟାଇବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏପରିକି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ସରକାରୀ ଗାଡ଼ିରୁ ଆଜି ନାଲିବତି ଓହ୍ଲାଇ ଦେଇଛନ୍ତି।

ନାଲିବତିକୁ ନା। ପ୍ରଧାନମନ୍ତ୍ରୀଙ୍କଠାରୁ ଅନ୍ୟ ମନ୍ତ୍ରୀମାନେ ନାଲିବତି ଗାଡ଼ି ଚଢ଼ିପାରିବେ ନାହିଁ। ସେଣ୍ଟ୍ରାଲ ମୋଟର ଭେହିକିଲ୍‌ ରୁଲ୍ସରୁ ନାଲିବତି ବ୍ୟବସ୍ଥା ଥିବା ଧାରାକୁ କେନ୍ଦ୍ର ସରକାର ହଟାଇ ଦେଇଛନ୍ତି। ତେବେ ରାଷ୍ଟ୍ରପତି, ଉପ-ରାଷ୍ଟ୍ରପତି, ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଓ ଲୋକସଭା ବାଚସ୍ପତି ନାଲିବତି ବ୍ୟବହାର କରିପାରିବେ। ଏହାଛଡ଼ା ପୋଲିସ, ଆମ୍ୱୁଲାନ୍ସ ଓ ଅଗ୍ନିଶମ ଭଳି ଜରୁରୀକାଳୀନ ସେବା କ୍ଷେତ୍ରରେ ନାଲିବତି ବ୍ୟବହାର କରାଯାଇପାରିବ। ଦେଶରୁ ଭିଭିଆଇପି କଲଚରକୁ ସମାପ୍ତ କରିବା ଲାଗି ଏଭଳି ନିଷ୍ପତ୍ତି ନିଆଯାଇଛି।

ଅନେକ ସମୟରେ ନାଲିବତି ଗାଡ଼ିର ଦୁରୁପଯୋଗ ହେଉଥିଲା। ଭିଭିଆଇପିମାନେ ଯିବା ଆସିବା ସମୟରେ ସାଧାରଣ ଲୋକଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଥିଲା। ଏପରିକି ବେଳେବେଳେ ଯାନବାହନ ଚଳାଚଳକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଉଥିଲା। ଲୋକଙ୍କ ଅସୁବିଧାରୁ ମୁକ୍ତି ଦେବା ଲକ୍ଷ୍ୟରେ ଭିଭିଆଇପିଙ୍କୁ ମିଳୁଥିବା ଏହି ସୁବିଧା ହଟାଇ ଦେବାକୁ କେନ୍ଦ୍ର ସରକାର ନିଷ୍ପିତି ନେଇଛନ୍ତି। କେନ୍ଦ୍ର ସରକାରଙ୍କ ଏପରି ନିଷ୍ପତ୍ତିକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି।

ଦିଲ୍ଲୀରେ ଆମ୍‌ ଆଦ୍‌ମୀ ପାର୍ଟି ସରକାର ପ୍ରଥମେ ନାଲିବତି ଗାଡ଼ି ବ୍ୟବହାର ଉପରେ କଟକଣା ଲଗାଇଥିଲା। ନିକଟରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରେନ୍ଦ୍ର ସିଂହ ସରକାର ଓ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନାଲିବତି ଗାଡ଼ି ବ୍ୟବହାରକୁ ନିଷିଦ୍ଧ କରିଥିଲେ। ତେବେ ନାଲିବତି ଗାଡ଼ି ବନ୍ଦ ହେବା ଦ୍ୱାରା ଦେଶର ଭିଭିଆଇପି କଲଚର ବନ୍ଦ ହେଉଛି ନା ନାହିଁ ତାକୁ ଅପେକ୍ଷା ରହିଛି।

Related story