ୱାଟର କ୍ରାଫ୍ଟ ନିର୍ମାଣ ଦିଗରେ ଭାରତୀୟ ବୈଜ୍ଞାନିକ: ସମୁଦ୍ରର ଗଭୀର ମାପିବ, ଧାତୁର ସନ୍ଧାନ କରିବ

ନୂଆଦିଲ୍ଲୀ: ମହାକାଶ ପରେ ଭାରତୀୟ ବୈଜ୍ଞାନିକଙ୍କ ମହା ସମୁଦ୍ର ଉପରେ ନଜର। ମହାକାଶକୁ ସବୁଠୁ ଓଜନିଆ ଉପଗ୍ରହ ଜିଏସଏଲ୍‌ଭିଏମକେ-୩ ପଠାଇ ସମଗ୍ର ବିଶ୍ୱର ଦୃଷ୍ଟି ଆକର୍ଷଣ କରିଥିବା ଭାରତ ଏବେ ସମୁଦ୍ରର ଗଭୀରତା ମାପିବା ଲକ୍ଷରେ ଅଗ୍ରସର ହେଉଛି। ବୈଜ୍ଞାନିକମାନେ ଏମିତି ଏକ ଯାନ ତିଆରି କରୁଛନ୍ତି। ଯେଉଁଥିରେ ମଣିଷ ଗଭୀର ସମୁଦ୍ରରେ ବିଚରଣ କରିପାରିବ।  ଯାହାକୁ ୱାଟର କ୍ରାପ୍ଟ ବୋଲି କୁହାଯାଉଛି। ଏନେଇ ଇଏସଏସଓ-ନ୍ୟାଶନାଲ ଇନଷ୍ଟିଚ୍ୟୁଟ୍‌ ଅଫ ଟେକ୍ନୋଲୋଜି (niot) ତଥା ନିଅଟର ବୈଜ୍ଞାନିକମାନେ ଏ […]

craft-4

Rakesh Mallick
  • Published: Saturday, 05 August 2017
  • , Updated: 06 August 2017, 03:47 PM IST

ନୂଆଦିଲ୍ଲୀ: ମହାକାଶ ପରେ ଭାରତୀୟ ବୈଜ୍ଞାନିକଙ୍କ ମହା ସମୁଦ୍ର ଉପରେ ନଜର। ମହାକାଶକୁ ସବୁଠୁ ଓଜନିଆ ଉପଗ୍ରହ ଜିଏସଏଲ୍‌ଭିଏମକେ-୩ ପଠାଇ ସମଗ୍ର ବିଶ୍ୱର ଦୃଷ୍ଟି ଆକର୍ଷଣ କରିଥିବା ଭାରତ ଏବେ ସମୁଦ୍ରର ଗଭୀରତା ମାପିବା ଲକ୍ଷରେ ଅଗ୍ରସର ହେଉଛି। ବୈଜ୍ଞାନିକମାନେ ଏମିତି ଏକ ଯାନ ତିଆରି କରୁଛନ୍ତି। ଯେଉଁଥିରେ ମଣିଷ ଗଭୀର ସମୁଦ୍ରରେ ବିଚରଣ କରିପାରିବ।  ଯାହାକୁ ୱାଟର କ୍ରାପ୍ଟ ବୋଲି କୁହାଯାଉଛି। ଏନେଇ ଇଏସଏସଓ-ନ୍ୟାଶନାଲ ଇନଷ୍ଟିଚ୍ୟୁଟ୍‌ ଅଫ ଟେକ୍ନୋଲୋଜି (niot) ତଥା ନିଅଟର ବୈଜ୍ଞାନିକମାନେ ଏ ଦିଗରେ ଗବେଷଣା ଆରମ୍ଭ କରିଦେଇଛନ୍ତି । ଏନେଇ ପ୍ରାଥମିକସ୍ତରରେ ଏକ ଡିଜାଇନର ପରିକଳ୍ପନା କରାଯାଇଛି।  ପ୍ରସ୍ତୁତ ହୋଥିବା ବ୍ଲୁ ପ୍ରିଣ୍ଟ ଅନୁଯାୟୀ ଏହି ଯାନରେ ୩ ଜଣ ମଣିଷ ଯାତ୍ରା କରିପାରିବେ। ପ୍ରଥମ ଥର ପାଇଁ ଭାରତରେ ଏଭଳି ଏକ ଯାନର ପ୍ରସ୍ତୁତ ପାଇଁ ପଦେକ୍ଷପେ ନିଆଯାଇଥିବା ବେଳେ ଏହାକୁ ତିଆରି ପାଇଁ ୫ ବର୍ଷ ସମୟ ଲାଗିବ। ଏଥିପାଇଁ ୫୦୦ କୋଟି ଟଙ୍କା ଖର୍ଚ୍ଚ ହେବ।

ଏହି ଯାନରେ ବୈଜ୍ଞାନିକମାନେ ସମୁଦ୍ର ଭିତରେ ୬କିମି ଗଭୀରକୁ ଯାଇପାରିବେ। ଫଳରେ ବୈଜ୍ଞାନିକମାନଙ୍କୁ ସମୁଦ୍ର ଭିତରେ ବିଭିନ୍ନ ଖଣିଜ ପଦାର୍ଥ ଏବଂ ଧାତୁର ସନ୍ଧାନ ଏବଂ ବିରଳ ଜୀବଜନ୍ତୁଙ୍କ ବିଷୟରେ ଜ୍ଞାନ ଆହଣ କରିପାରିବେ। ଏହି ଯାନ ସଫଳ ହେଲେ ଭାରତ ବିଶ୍ୱର ଏଲିଟ୍‌ ଗ୍ରୁପ୍‌ରେ ସାମିଲ ହୋଇଯିବ। କାରଣ ପୂର୍ବରୁ ଏମିତି ଜଳଯାନ ଛାଡ଼ି ଚୀନ୍, ଆମେରିକା , ଋସିଆ ଫ୍ରାନ୍ସ ଏବଂ ଜାପାନ ସଫଳ ହୋଇସାରିଛନ୍ତି। ଏନେଇ ନିଅଟ ପକ୍ଷରୁ ସରକାରଙ୍କୁ ଉକ୍ତ ପ୍ରସ୍ତାବ ଦିଆଯାଛି।

ଏହି ପ୍ରସ୍ତାବ ଏବେ ଗୃହୀତ ଅପେକ୍ଷାରେ ରହିଛି। ଏହି ପ୍ରସ୍ତାବ ମଞ୍ଜୁର ହେଲେ ଇଶ୍ରୋ, ଡିଆରଡିଓ ଏବଂ ଆଇଆଇଟି ପକ୍ଷରୁ ସହାୟତା ନିଆଯିବ ବୋଲି ନିଅଟ ପକ୍ଷରୁ କୁହାଯାଇଛି। ନିଅଟର ନିର୍ଦ୍ଦେଶକ ସତିଶ ସେନୋଇଙ୍କ କହିବା ଅନୁଯାୟୀ  ଏହି ଜଳ ଯାନ (କ୍ରାଫ୍ଟ)କୁ  ଏକ ବଡ଼ଜାହାଜରେ ସମୁଦ୍ର ମଧ୍ୟକୁ ନିଆଯାଇ ବୈଜ୍ଞାନିକମାନେ ଯେଉଁଠି ଚାହିଁବେ ଏହାକୁ ବ୍ୟବହାର କରିପାରିବେ। ଅର୍ଥାତ ଏହି କ୍ରାଫ୍ଟଟିକୁ ଜାହାଜରୁ ବାହାର କରି ଜଳଭିତରେ ଛଡ଼ାଯାଇପାରିବେ। ଏହି ଯାନଟି ଜଳ ଭିତରେ ୮ରୁ ୧୦ ଘଣ୍ଟା ରହିପାରିବ। ଯେଉଁଥିରେ ୩ ଜଣ ଯାଇପାରିବେ।  ଆଉ ଏହି କ୍ରାଫ୍ଟରେ ଯାଇ ବୈଜ୍ଞାନିକମାନେ ସମୁଦ୍ର ଭିତରେ ବିଭିନ୍ନ ଗବେଷଣା କରିପାରିବେ।

୧-ପ୍ରକଳ୍ପର ଡିଜାଇନ୍

୨-ୱାଟର କ୍ରାଫ୍ଟର ଡିଜାଇନ

ସୌଜନ୍ୟ ଟାଇମସ୍‌ ଅଫ ଇଣ୍ଡିଆ

Related story