ପାକିସ୍ତାନକୁ ଭାରତର ମୁହଁତୋଡ ଜବାବ: ତୋପ ମାଡ଼ରେ ବହୁ ଅନୁପ୍ରବେଶକାରୀ ଶିବିର ଧ୍ୱଂସ

ପାକିସ୍ତାନ ସେନାକୁ ଭରାତୀୟ ସେନାର କଡା ଜବାବ। ଜାମୁ କାଶ୍ମୀର ନୌଶେରା ଅଞ୍ଚଲର ନିୟନ୍ତ୍ରଣ ରେଖା ସୀମାରେ ଭାରତୀୟ ସେନା ଗୁଳି ଗୋଳା ବର୍ଷଣରେ ପକିସ୍ତାନର କିଛି ପୋଷ୍ଟ ଧ୍ୱଂସ କରିଦିଆଯାଇଛି। ଭାରତୀୟ ସେନାର ମୁଖପାତ୍ର, ମେଜର ଜେନେରାଲ ଅଶୋକ ନରୁଲା ଆଜି ଏହି ସୂଚନା ଦେଇଛନ୍ତି। ଭାରତୀୟ ସେନା ପକ୍ଷରୁ ଏ ସମ୍ପର୍କିତ ଏକ ଭିଡିଓ ମଧ୍ୟ ଜାରି କରାଯାଇଛି । ପାକ ପକ୍ଷରୁ ଲଗାତାର ଭାରତୀୟ ସୀମାକୁ ଅନୁପ୍ରବେଶ ଉଦ୍ୟମ ଜାରି ରହିଛି। ତେବେ ଏହି ଅନୁପ୍ରବେଶ ଉଦ୍ୟମ ପଣ୍ଡ କରିବାକୁ ଭାରତୀୟ ସେନା ପକ୍ଷରୁ ମଧ୍ୟ ଅପରେସନ ଜାରି ରହିଛି । ଏହି ଅପରେସନରେ ଭାରତ ପକ୍ଷରୁ ଦୃଢ ଜବାବ ଦିଆଯାଇଛି। ଗତ ୨୦ ଏବଂ ୨୧ ତାରିଖରେ ଏହି ଅପରେସନ ଚଳାଇଥିଲା ଭାରତୀୟ ସେନା। ଆତଙ୍କବାଦ ବିରୋଧରେ ଏହା ଭାରତୀୟ ସେନାର ଏକ ବଡ ପଦକ୍ଷେପ ବୋଲି ସେନା କହିଛି।