ଏହି ଭାରତୀୟ ବନାଇଥିଲେ ଫେସ୍‌ବୁକ, ଚୋରେଇ ନେଇଥିଲେ ଜୁକରବର୍ଗ

ନୂଆଦିଲ୍ଲୀ: ଫେସ୍‌ବୁକ୍‌ର ସଂସ୍ଥାପକ କିଏ ବୋଲି ଯଦି ପଚରା ଯାଏ, ତେବେ ଚଟାପଟ ଉତ୍ତର ଆସିବ ମାର୍କ ଜୁକରବର୍ଗ। ହେଲେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଫେସ୍‌ବୁକ୍‌ର ପ୍ରକୃତ ସଂସ୍ଥାପକ ଜଣେ ଭାରତୀୟ। ଦିବ୍ୟ ନରେନ୍ଦ୍ର ନାମକ ଭାରତୀୟ ଫେସ୍‌ବୁକ ବନାଇ ଥିଲେ। ହେଲେ ତାଙ୍କୁ ଏହାର ଶ୍ରେୟ କେବେ ମିଳିନାହିଁ। ସେ ନିଜର ଦୁଇ ଜଣ ସାଙ୍ଗଙ୍କ ସହ ମିଶି ଏକ ଟେକ୍‌ନିକ୍‌ ବିକସିତ କରିଥିଲେ। ଯାହା ଆଜି ଫେସ୍‌ବୁକ୍‌ ଭାବେ ପରିଚିତ। ହେଲେ ଜୁକରବର୍ଗ ଏହାର […]

fb1

Rakesh Mallick
  • Published: Saturday, 24 March 2018
  • , Updated: 24 March 2018, 08:16 PM IST

ନୂଆଦିଲ୍ଲୀ: ଫେସ୍‌ବୁକ୍‌ର ସଂସ୍ଥାପକ କିଏ ବୋଲି ଯଦି ପଚରା ଯାଏ, ତେବେ ଚଟାପଟ ଉତ୍ତର ଆସିବ ମାର୍କ ଜୁକରବର୍ଗ। ହେଲେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଫେସ୍‌ବୁକ୍‌ର ପ୍ରକୃତ ସଂସ୍ଥାପକ ଜଣେ ଭାରତୀୟ। ଦିବ୍ୟ ନରେନ୍ଦ୍ର ନାମକ ଭାରତୀୟ ଫେସ୍‌ବୁକ ବନାଇ ଥିଲେ। ହେଲେ ତାଙ୍କୁ ଏହାର ଶ୍ରେୟ କେବେ ମିଳିନାହିଁ। ସେ ନିଜର ଦୁଇ ଜଣ ସାଙ୍ଗଙ୍କ ସହ ମିଶି ଏକ ଟେକ୍‌ନିକ୍‌ ବିକସିତ କରିଥିଲେ। ଯାହା ଆଜି ଫେସ୍‌ବୁକ୍‌ ଭାବେ ପରିଚିତ। ହେଲେ ଜୁକରବର୍ଗ ଏହାର ସଂସ୍ଥାପକ ହୋଇଗଲେ। ଯାହାକୁ ସେ ଚୋରି କରି ନେଇଥିଲେ। ତେବେ ଏହାର ମାଲିକାନା ପାଇଁ ଆଇନଗତ ଲଢେଇ ମଧ୍ୟ ହୋଇଛି। ନରେନ୍ଦ୍ର ପ୍ରଥମ ବ୍ୟକ୍ତି ଯିଏ ଜୁକରବର୍ଗଙ୍କ ବିରୋଧରେ ବିଶ୍ୱାସ ଘାତକତାର ମକଦ୍ଦମା ରୁଜୁ କରିଥିଲେ।

କ’ଣ ଥିଲା ଘଟଣାଚକ୍ର

ଭାରତରୁ ଆମେରିକା ଯାଇଥିବା ଡାକ୍ତର ଦମ୍ପତିଙ୍କ ବଡ଼ ପୁଅ ହେଉଛନ୍ତି ନରେନ୍ଦ୍ର। ସେ ହାୱାର୍ଡରେ ପଢ଼ିଛନ୍ତି। ଏବେ ସେ ନିଜ କମ୍ପାନୀ ‘ସମଜିରୋ’ ଚଲାଉଛନ୍ତି। ସେ ହାୱାର୍ଡ କନେକ୍ସନ (ପରେ ନାମ ବଦଳି କନେକ୍ଟ ୟୁ ହୋଇଛି)ର ସହ ସଂସ୍ଥାପକ ମଧ୍ୟ ଥିଲେ। ଏହାକୁ ସେ କୋମରୁନ ୱେଙ୍କଲେଭୋସ୍‌ ଏବଂ ଟେଲର ୱେଙ୍କଲେଭୋସଙ୍କ ସହ ମିଶି ବନାଇଥିଲେ।

ହାୱାର୍ଡ କନେକ୍ଟର ଫର୍ମୁଲାରେ ତିଆରି ହୋଇଛି ଫେସ୍‌ବୁକ୍‌

ନରେନ୍ଦ୍ର ହାୱାର୍ଡରେ ନିଜର ଦୁଇ ସାଥୀଙ୍କ ସହ ମିଶି ହାୱାର୍ଡକନେକ୍ଟ ସୋସିଆଲ ନେଟୱାର୍କିଂ ୱେବସାଇଟ୍‌ ୨୦୦୪ ମେ’ ୨୧ରେ ଲଞ୍ଚ କରିଥିଲେ। ପରେ ଏହାର ନାଁ ବଦଳାଇ ‘କନେକ୍ଟ ୟୁ’ କରି ଦିଆଯାଇଥିଲା। ଏହି ପ୍ରୋଜେକ୍ଟ ୨୦୦୨ ଡିସେମ୍ବରରେ ଆରମ୍ଭ ହୋଇଥିଲା। ଏହାର ପୂରା ଫର୍ମାଟ ଓ ଅବଧାରଣା ସେଠାରେ ଅଛି। ଯାହା ଉପରେ ଫେସ୍‌ବୁକ୍‌ ଅରମ୍ଭ ହୋଇଛି।

ସଞ୍ଜୟ ମାଭିଂକୁରଭା ଥିଲେ ଏହାର ପ୍ରଥମ ପ୍ରୋଗ୍ରାମର। ଯାହାଙ୍କୁ ହାୱାର୍ଡ କନେକ୍ସନ ବନାଇବାକୁ କୁହାଯାଇଥିଲା। ସଞ୍ଜୟ ଏହା ଉପରେ କାମ କରିବା ଆରମ୍ଭ କରିଦେଲେ। ହେଲେ ୨୦୦୨ରେ ସେ ଏହି ପ୍ରଜେକ୍ଟକୁ ଛାଡିଦେଇ ଗୁଗୁଲକୁ ଚାଲିଗଲେ। ସଞ୍ଜୟଙ୍କ ଯିବା ପରେ ୱେଙ୍କଲେଭୋସ ଓ ନରେନ୍ଦ୍ର ହାୱାର୍ଡର ଛାତ୍ର ଓ ପ୍ରୋଗ୍ରାମର ୱେକ୍ଟର ଗାଓଙ୍କ ସହ ମିଶି କାମ କରିବାକୁ ପ୍ରସ୍ତାବ ଦେଥିଲେ। ଗାଓ ପ୍ରୋଜେକ୍ଟର ପାର୍ଟନର ହେବା ବଦଳରେ ଟଙ୍କା ନେଇ କାମ କରିବେ ବୋଲି କହିଥିଲେ। ଏହି କାମ ବଦଳରେ ତାଙ୍କୁ ୪୦୦ ଡଲାର ଦିଆଯାଇଥିଲା। ସେ କୋଣ୍ଡିଗ ୱେବସାଇଟ୍‌ ଉପରେ କାମ କଲେ। ପରେ ବ୍ୟକ୍ତିଗତ କାରଣ ଦର୍ଶାଇ ଅଲଗା ହୋଇଗଲେ।

ନରେନ୍ଦ୍ର, ମାର୍କ ଜୁକରବର୍ଗଙ୍କୁ କଲେ ଆପ୍ରୋଜ

୨୦୦୩ ନଭେମ୍ବରରେ ୱେଙ୍କଲେଭୋସ ଓ ନରେନ୍ଦ୍ର ଜୁକରବର୍ଗଙ୍କୁ ନିଜ ଟିମ୍‌ରେ ସାମିଲ ହେବାକୁ ଆପ୍ରୋଜ କରିଥିଲେ। ଏହା ପୂର୍ବରୁ ନରେନ୍ଦ୍ର ଓ ତାଙ୍କ ଟିମ୍‌ ଏହା ଉପରେ ବହୁତ କିଛି ଡେଭଲପ୍‌ କରି ସାରିଥିଲେ। ଜୁକରବର୍ଗ ଯେତେବେଳେ ହାୱାର୍ଡ କନେକ୍ସନ ଟିମ୍‌ ସହ କଥା ହେଲେ ସେ ବହୁତ ଉତ୍ସାହିତ ଲାଥିଲେ। ତାଙ୍କୁ ୱେବସାଇଟ୍‌ ବିଷୟରେ କୁହାଯାଇଥିଲା। ଏହି ୱେବସାଇଟ୍‌କୁ କେମିତି ଗୋଟିଏ କ୍ୟାମ୍ପସରୁ ଅନ୍ୟ କ୍ୟାମ୍ପସ ଓ ସ୍କୁଲକୁ ବିସ୍ତାର କରାଯିବ ଏହା ଏକ ଗୋପନୀୟ ବ୍ୟାପାର ହୋଇଥିଲେ ବି ମିଟିଂରେ କୁହାଯାଇଥିଲା। ଏହାପରେ ଜୁକରବର୍ଗ ଅଣ ଲିଖିତ ଭାବେ ହାୱାର୍ଡ କନେକ୍ସନର ପାର୍ଟନର ବନି ଗଲେ। ବଳକା କାମ ଏବଂ କୋର୍ଡିଂ ଶେଷ କରିବାକୁ ତାଙ୍କୁ ପ୍ରାଇଭେଟ୍‌ ସର୍ବର ଲୋକେସନ ଓ ପାସୱାର୍ଡ ବିଷୟରେ କୁହାଯାଇଥିଲା।

କିଛିଦିନ ପରେ ଜୁକରବର୍ଗ ୱେଙ୍କଲେଭୋସଙ୍କୁ ଇମେଲ ପଠାଇଥିଲେ। ଏଥିରେ ସେ ଲେଖିଥିଲେ, “ମୋତେ ଲାଗୁନାହିଁ ପ୍ରୋଜେକ୍ଟ ପୂରା କରିବାକୁ କିଛି କଷ୍ଟ ହେବ। ମୁଁ ସବୁ ପଢ଼ି ସାରିଛି।” ପରଦିନ ଜୁକରବର୍ଗ ଆଉ ଏକ ମେଲ୍‌ ପଠାଇଥିଲେ। ଏଥିରେ ଲେଖାଥିଲା, “ମୁଁ ସବୁ କରି ସାରିଛି। ଶୀଘ୍ର ୱେବାଇଟ୍‌ ଲଞ୍ଚ ହେବ।” ହେଲେ ଏହାପରେ ଜୁକରବର୍ଗ ବିଶ୍ୱାସ ଘାତକତା କରିଥିଲେ।

ସେ ହାୱାର୍ଡ କନେକ୍ଟ ଟିମ୍‌ର ଫୋନ ଉଠାଇବା ବନ୍ଦ କରିଦେଇଥିଲେ। ଏହାସହ ମେଲର ରିପ୍ଲେ ମଧ୍ୟ ଦେଲେ ନାହିଁ। ୨୦୦୩ ଡିସେମ୍ବର ୪ରେ କଲ୍‌ କରି କହିଥିଲେ, “ସରି, ମୁଁ ଆପଣଙ୍କ କଲ୍‌ର ଉତ୍ତର ଦେଇ ପାରିଲିନି। ମୁଁ ବହୁତ ବ୍ୟସ୍ତ ଅଛି।” ପରେ ଏନେଇ ମେଲ୍‌ ମଧ୍ୟ ଦେଇଥିଲେ।

ଜୁକରବର୍ଗ ଲଞ୍ଚ କରିଦେଲେ ଫେସ୍‌ବୁକ

ପରେ ଜୁକରବର୍ଗ ଜାଣିଶୁଣି ହାୱାର୍ଡ କନେକ୍ଟ ଟିମ୍‌ ସହ ମତଭେଦ ସୃଷ୍ଟି କରି ଅଲଗା ହୋଇଗଲେ। ଏହା ଭିତରେ ୨୦୦୪ ଫେବ୍ରୁଆରୀରେ ‘ଦି ଫେସ୍‌ବୁକ୍‌ ଡାଟ୍‌ କମ୍‌’ ନାଁରେ ନୂଆ ସାଇଟ୍‌ ଲଞ୍ଚ କରିଦେଲେ। ହାୱାର୍ଡ କନେକ୍ଟ ପାଇଁ ଡେଭଲପ୍‌ ହୋଇଥିବା ସବୁ ଡାଟା ଏଥିରେ ଥିଲା। ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି ସାଇଟ୍‌ ମଧ୍ୟ ହାୱାର୍ଡ ଛାତ୍ରଙ୍କ ପାଇଁ ଥିଲା। ଏହି ଖବରର ସୂଚନା ନରେନ୍ଦ୍ର ଓ ତାଙ୍କ ଟିମ୍‌ ବହୁତ ଡେରି ପାଇଥିଲେ। ଏହାକୁ ନେଇ ଉଭୟ ପକ୍ଷ ମଧ୍ୟରେ ବିବାଦ ବଢ଼ିଥିଲା। ୟୁନିଭର୍ସିଟି ମ୍ୟାନେଜମେଣ୍ଟ ଏଥିରେ ହସ୍ତକ୍ଷେପ କରିଥିଲେ ଓ ନରେନ୍ଦ୍ରଙ୍କୁ କୋର୍ଟ ଯିବାକୁ ପରାମର୍ଶ ଦେଇଥିଲେ।

କୋର୍ଟ ମାନିଲେ ଫେସ୍‌ବୁକ୍‌ ନରେନ୍ଦ୍ରଙ୍କ ଆଇଡିଆ

ନରେନ୍ଦ୍ର ଓ ତାଙ୍କ ସାଥୀ କୋର୍ଟର ଦ୍ୱାରସ୍ଥ ହୋଇଥିଲେ। ୨୦୦୮ରେ ଜୁକରବର୍ଗ ସେମାନଙ୍କ ସହ ବୁଝାମଣା କରିଥିଲେ। ଏହି ବୁଝାମଣାରେ ଜୁକରବର୍ଗ ନରେନ୍ଦ୍ର ଓ ତାଙ୍କ ସାଥୀଙ୍କୁ ୬୫୦ ଲକ୍ଷ ଡରାର ଦେଇଥିବା କୁହାଯାଏ। ହେଲେ ଏତିକିରେ ନରେନ୍ଦ୍ର ସନ୍ତୁଷ୍ଟ ନଥିଲେ। କାରଣ ସେ ଭାବୁଥିଲେ ସେତେବେଳେ ଫେସ୍‌ବୁକ୍‌ର ସେୟାରର ବଜାର ମୂଲ୍ୟ ଅନୁସାରେ ସେମାନଙ୍କୁ ଅର୍ଥ ଦିଆଯାଇ ନଥିଲା। ହେଲେ ଆମେରିକା କୋର୍ଟଙ୍କ ନିଷ୍ପତ୍ତିରୁ ଏହା ନିଶ୍ଚିତ ହୋଇଯାଇଥିଲା ଦୁନିଆର ସବୁଠାରୁ ବଡ଼ ନେଟୱାର୍କିଂ ସାଇଟ୍‌ ଫେସ୍‌ବୁକର ଆଇଡିଆ ଜଣେ ଭାରତୀୟ ଦିବ୍ୟ ରଞ୍ଜନଙ୍କର ଥିଲା।

Related story