ଭାରତୀୟ ରେଲୱେର ୧୦ ରୋଚକ ତଥ୍ୟ: ଆପଣଙ୍କ କାମରେ ଆସିପାରେ

ନୂଆଦିଲ୍ଲୀ: ନିକଟରେ ଭାରତର ରେଳ ବ୍ୟବସ୍ଥାକୁ ନେଇ ଅନେକ ପ୍ରଶ୍ନ ଉଠିଥିଲା।  କାରଣ ଲଗାତର ହୋଇଥିବା ରେଳ ଦୁର୍ଘଟଣା ଭାରତୀୟ ରେଳବାଇକୁ ଏକ ପ୍ରକାର ବଦନାମ କରିଦେଇଥିଲା। ଏଥିପାଇଁ ରେଳ ମନ୍ତ୍ରୀ ସୁରେଶ ପ୍ରଭୁଙ୍କୁ ଇସ୍ତଫା ପତ୍ର ଦେବାକୁ ପଡ଼ିଥିଲା।  ଯଦିଓ ସରକାର ତାଙ୍କ ଇସ୍ତଫା ପତ୍ର ଗ୍ରହଣ କରି  ନଥିଲେ କିନ୍ତୁ ତାଙ୍କ ଦାୟିତ୍ୱ ବଦଳାଇ ଦେଇଥିଲେ। ତେବେ ଗମନାଗମନର ଭାରତୀୟଙ୍କ ଜୀବନରେଖା କୁହାଯାଉଥିବା ରେଳବାୟୀ ସମ୍ପରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ରହିଛି ଯାହା ସମସ୍ତଙ୍କୁ […]

Indian-Railway

Rakesh Mallick
  • Published: Monday, 30 October 2017
  • , Updated: 30 October 2017, 05:40 PM IST

ନୂଆଦିଲ୍ଲୀ: ନିକଟରେ ଭାରତର ରେଳ ବ୍ୟବସ୍ଥାକୁ ନେଇ ଅନେକ ପ୍ରଶ୍ନ ଉଠିଥିଲା।  କାରଣ ଲଗାତର ହୋଇଥିବା ରେଳ ଦୁର୍ଘଟଣା ଭାରତୀୟ ରେଳବାଇକୁ ଏକ ପ୍ରକାର ବଦନାମ କରିଦେଇଥିଲା। ଏଥିପାଇଁ ରେଳ ମନ୍ତ୍ରୀ ସୁରେଶ ପ୍ରଭୁଙ୍କୁ ଇସ୍ତଫା ପତ୍ର ଦେବାକୁ ପଡ଼ିଥିଲା।  ଯଦିଓ ସରକାର ତାଙ୍କ ଇସ୍ତଫା ପତ୍ର ଗ୍ରହଣ କରି  ନଥିଲେ କିନ୍ତୁ ତାଙ୍କ ଦାୟିତ୍ୱ ବଦଳାଇ ଦେଇଥିଲେ। ତେବେ ଗମନାଗମନର ଭାରତୀୟଙ୍କ ଜୀବନରେଖା କୁହାଯାଉଥିବା ରେଳବାୟୀ ସମ୍ପରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ରହିଛି ଯାହା ସମସ୍ତଙ୍କୁ ଜଣା ନଥିବ।  ଭାରତୀୟ ରେଳବାଇ ବିଶ୍ୱର ବୃହତମ ରେଳ ନେଟୱର୍କ ମଧ୍ୟରେ ଅନ୍ୟତମ।

ଖାଲି ସେତିକି ନୁହଁ, ଆହୁରି ଅନେକ ଏଭଳି ରୋଚକ ତଥ୍ୟ ରହିଛି ଯାହା ଆଜି ଆମେ ଆପଣଙ୍କୁ ଜଣାଇବୁ।

୧: ଭାରତରେ ପ୍ରଥମ ବୈଦ୍ୟୁତିକ ରେଳ ଇଞ୍ଜିନ ୧୯୨୫ ମସିହା ଫେବୃଆରି ୩ ତାରିଖରେ ମୁମ୍ବାଇ ଛତ୍ରପତି ଶିବାଜି ମହାରାଜ ଟର୍‌ମିନସ (ପୂର୍ବରୁ ଥିଲା ଭିକ୍ଟୋରିଆ ଟର୍ମିଲାନାଲ୍‌)ରୁ କୁର୍ଲା ମଧ୍ୟରେ ଚାଲିଥିଲା।

୨:୨୦୧୨-୧୩ ବର୍ଷର ତଥ୍ୟ ଅନୁସାରେ ଭାରତରେ ପ୍ରତିଦିନ ୧୨୬୧୭ଟି ଟ୍ରେନ ଚଳାଚଳ କରିଥାଏ।

୩: ଭାରତୀୟ ରେଳଗାଡ଼ି ଗୁଡ଼ିକ ଗୋଟିଏ ଦିନରେ ଯେତିକି ପଥ ଅତିକ୍ରମ କରନ୍ତି, ସେତିକି ପଥରେ ପୃଥୀବିରୁ ଚନ୍ଦ୍ର ପୃଷ୍ଠକୁ ଦୁଇଥର ଯାତ୍ରା କରିହେବ।

୪: ବିଶ୍ୱର ସୁବଠାରୁ ଲମ୍ବା ରେଳ ପ୍ଲାଟ୍‌ଫର୍ମ ଭାରତରେ ରହିଛି। ଉତ୍ତରପ୍ରଦେଶର ଗୋରଖପୁର ଠାରେ ଏହି ପ୍ଲାଟଫର୍ମ ରହିଛି, ଯାହାର ଲମ୍ବ ୪,୪୮୩ ଫୁଟ୍ ବା ୧.୩୪ କିଲୋମିଟର।

୫: ଭାରତର ସୁବୁଠାରୁ ଲମ୍ବା ରେଳ ଷ୍ଟେସନ ନାଁ ହେଉଛି ‘Venkatanarasimharajuvaripeta’ ରେଳ ଷ୍ଟେସନ। ଏହି ଷ୍ଟେସନ୍‌ଟି ଆନ୍ଧ୍ରପ୍ରେଦଶ ଓ ତାମିଲନାଡୁ ସୀମାରେ ରହିଛି।

୬: ଭାରତୀୟ ରେଳ ବିଭାଗର ସର୍ବମୋଟ ୮୫୦୦ ରେଳ ଷ୍ଟେସନ ରହିଛି।

୭: ନିକଟରେ ଭାରତରେ ବୁଲଟେ ଟ୍ରେନ ପ୍ରକଳ୍ପର ଶିଳାନ୍ୟାସ ହୋଇଥିଲେ ସୁଦ୍ଧା ବର୍ତ୍ତମାନ ଦିଲ୍ଲୀଠାରୁ ଆଗ୍ରା ଚାଲୁଥିବା ଗତୀମାନ ଏକ୍ସପ୍ରେସର ବେଗ ହେଉଛି ସର୍ବାଧିକ।

ଏହାର ଘଣ୍ଟା ପ୍ରତି ବେଗ ୧୬୦ କିମି ରହିଛି।

୮: ବିହାରର ସୋନ୍ ନଦୀ ଉପରେ ଦେଶର ସବୁଠାରୁ ବୃହତମ ରେଳ ସେତୁ ନିର୍ମାଣ ହୋଇଛି।  ଏହାର ନାମ ହେଉଛି ନେହେରୁ ସେତୁ।

୯: ଦେଶରେ ପ୍ରତିଦିନ ୨.୩ କୋଟି ଯାତ୍ରୀ ରେଳରେ ଯାତ୍ରା କରିଥାନ୍ତି। ୧.୩ ମିଲିୟନ ଟନ୍ ସାମଗ୍ରୀ ଗୋଟିଏ ସହରରୁ ଅନ୍ୟ ସହରକୁ ରେଳ ମାଧ୍ୟମରେ ଚାଲାଣ ହୋଇଥାଏ ।

୧୦: ଦିବ୍ରୁଗଡ଼ଠାରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ଚାଲୁଥିବା ବିବେକ ଏକ୍ସପ୍ରେସ୍ ଦେଶର ସବୁଠାରୁ             ଦୂରଗାମୀ ଟ୍ରେନ୍ । ଏହା ୪,୨୪୪ କିମି ପଥ ୮୩ ଘଣ୍ଟାରେ ଅତିକ୍ରମ କରିଥାଏ।

Related story