୨୫ ବର୍ଷ ହେବ ଚା ପିଆଉଛନ୍ତି ଚନ୍ଦ୍ରସିଂ ବଡ଼ବାଲ

ଦେଶର ଶେଷ ଚା’ଦୋକାନ। ଶୁଣିବାକୁ  ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ।  ଉତ୍ତରାଖଣ୍ଡର ଚମେଲି ଜିଲ୍ଲାରେ ଚୀନ୍‌ ସୀମାକୁ ଲାଗି ରହିଥିବା ଏକ ଛୋଟ ଚା ଦୋକାନ ଭାରତର ଶେଷ ଚା’ ଦୋକାନ ନାମରେ ଲୋକପ୍ରିୟ। ଚୀନ୍‌ ସୀମାଠାରୁ ଅଳ୍ପ ଦୂରରେ ଥିବା ଏହି ଚା ଦୋକାନରେ ପର୍ଯ୍ୟଟକ ଚା ମଜା ନେଇ ଫଟୋ ଉଠାଇଥାନ୍ତି। ଶୀତ ଓ ଖରା ଦିନେ ଏଠାରେ ପର୍ଯ୍ୟଟକଙ୍କ ଭିଡ ବେଶୀ ମାତ୍ରାରେ ଜମେ। ଏହି ଦୋକାନର ପ୍ରକୃତ ନାମ ହେଉଛି ‘ଇଣ୍ଡିଆସ୍‌ […]

cha

Rakesh Mallick
  • Published: Thursday, 10 May 2018
  • , Updated: 10 May 2018, 10:41 AM IST

ଦେଶର ଶେଷ ଚା'ଦୋକାନ। ଶୁଣିବାକୁ  ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ।  ଉତ୍ତରାଖଣ୍ଡର ଚମେଲି ଜିଲ୍ଲାରେ ଚୀନ୍‌ ସୀମାକୁ ଲାଗି ରହିଥିବା ଏକ ଛୋଟ ଚା ଦୋକାନ ଭାରତର ଶେଷ ଚା' ଦୋକାନ ନାମରେ ଲୋକପ୍ରିୟ। ଚୀନ୍‌ ସୀମାଠାରୁ ଅଳ୍ପ ଦୂରରେ ଥିବା ଏହି ଚା ଦୋକାନରେ ପର୍ଯ୍ୟଟକ ଚା ମଜା ନେଇ ଫଟୋ ଉଠାଇଥାନ୍ତି।

ଶୀତ ଓ ଖରା ଦିନେ ଏଠାରେ ପର୍ଯ୍ୟଟକଙ୍କ ଭିଡ ବେଶୀ ମାତ୍ରାରେ ଜମେ। ଏହି ଦୋକାନର ପ୍ରକୃତ ନାମ ହେଉଛି ‘ଇଣ୍ଡିଆସ୍‌ ଲାଷ୍ଟ୍‌ ଟି ସପ୍‌’ । ଚନ୍ଦ୍ରସିଂ ବଡବାଲ ୨୫ ବର୍ଷ ପୂର୍ବେ ଏହି ଚା'ଦୋକାନର ଆରମ୍ଭ କରିଥିଲେ। ଏହି ପଥ ଦେଇ ତୀର୍ଥଯାତ୍ରୀ ବଦ୍ରିନାଥ ଦର୍ଶନ ଯାଇଥାନ୍ତି। ଏଣୁ ବଦ୍ରିନାଥ ଦ୍ୱାର ଖୋଲିବା ସମୟରେ ଏହି ଚା ଦୋକାନ ଖୋଲିଥାଏ। ବରଫପାତ ସମୟରେ ଏହି ଦୋକାନ ବନ୍ଦ ରହେ।

ଚନ୍ଦ୍ରସିଂ ସକାଳରୁ ସନ୍ଧ୍ୟା ପର୍ଯ୍ୟନ୍ତ ଚା  ପ୍ରସ୍ତୁତ କରିବା ନେଇ ବ୍ୟସ୍ତ ରୁହନ୍ତି। ତୁଳସୀ ପତ୍ର ସହ ତିବତ୍ତିୟ ଶୈଳୀର ଏଠାରେ ପ୍ରସ୍ତୁତ ଚାର ସ୍ୱାଦ ଏଠି ନିଆରା।

ଦୋକାନର ସାଇନ୍‌ ବୋର୍ଡ୍‌ରେ ଇଂରାଜୀ ଓ ହିନ୍ଦୀ ସହ ଅନ୍ୟ ଦଶଟି ଭାଷାରେ  ଲେଖାଥିବା ଭାରତର ଶେଷ ଚା'ଦୋକାନକୁ ଆପଣଙ୍କୁ ସ୍ୱାଗତ ' ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ। ଚନ୍ଦ୍ର ସିଂଙ୍କ କହିବା ଅନୁସାରେ  ସେ ପ୍ରଥମେ ୫୦ ପଇସାରେ ଚା ବିକ୍ରି ଆରମ୍ଭ କରିଥିଲେ। ଏବେ କପେ ଚାର ମୂଲ୍ୟ  ୩୦ ଟଙ୍କାରୁ ନେଇ ୨୦୦ ଟଙ୍କା ପର୍ଯ୍ୟନ୍ତ। ଦେଶୀ ବିଦେଶୀ ପର୍ଯ୍ୟଟକ ଉଭୟ ଚା ପିଇବାକୁ ଦୋକାନରେ ଭିଡ ଜମାଇଥାନ୍ତି।

Related story