ଓଡ଼ିଶାରେ ମୃତ୍ୟୁର ପୂର୍ବାଭାଷକୁ କ’ଣ ବାରିପାରିଥିଲେ ଇନ୍ଦିରା ?

ନୂଆଦିଲ୍ଲୀ: ପୁଅ ସଞ୍ଜୟ ଗାନ୍ଧିଙ୍କ ମୃତ୍ୟୁ ପରେ ଇନ୍ଧିରା ଗାନ୍ଧିଙ୍କୁ ଶକ୍ତ ଧକ୍କା ଲାଗିଥିଲା। ପୁଅକୁ ହରାଇ ନିଜ ଅନ୍ତରରେ ଖୁବ୍‌ ଭାଙ୍ଗିପଡ଼ିଥିଲେ ସେ। ଏହି ସମୟରେ ସେ ଅଧିକ ଧର୍ମ ମନସ୍କ ହୋଇପଡ଼ିଥିଲେ। ତାଙ୍କ ଏକାନ୍ତରେ ଥିଲା କୋଳାହଳ, ଆଉ କୋଳାହଳରେ ଥିଲା ଏକାନ୍ତ। ତଥାପି କଠିନ ନିଷ୍ପତ୍ତି ନେବାରେ ସେ ବିଚଳିତ ହୋଇନଥିଲେ। ଖାସ୍‌ ଏହି କାରଣ ପାଇଁ ଅପରେଶନ ବ୍ଲୁ ଷ୍ଟାର ଭଳି ଜଟିଳ ନିଷ୍ପତ୍ତି ନେଇ ସମଗ୍ର ବିଶ୍ୱରେ ଚର୍ଚ୍ଚିତ ହୋଇଥିଲେ। […]

Indira_Gandhi_assassination

Rakesh Mallick
  • Published: Sunday, 19 November 2017
  • , Updated: 19 November 2017, 10:48 PM IST

ନୂଆଦିଲ୍ଲୀ: ପୁଅ ସଞ୍ଜୟ ଗାନ୍ଧିଙ୍କ ମୃତ୍ୟୁ ପରେ ଇନ୍ଧିରା ଗାନ୍ଧିଙ୍କୁ ଶକ୍ତ ଧକ୍କା ଲାଗିଥିଲା। ପୁଅକୁ ହରାଇ ନିଜ ଅନ୍ତରରେ ଖୁବ୍‌ ଭାଙ୍ଗିପଡ଼ିଥିଲେ ସେ। ଏହି ସମୟରେ ସେ ଅଧିକ ଧର୍ମ ମନସ୍କ ହୋଇପଡ଼ିଥିଲେ। ତାଙ୍କ ଏକାନ୍ତରେ ଥିଲା କୋଳାହଳ, ଆଉ କୋଳାହଳରେ ଥିଲା ଏକାନ୍ତ। ତଥାପି କଠିନ ନିଷ୍ପତ୍ତି ନେବାରେ ସେ ବିଚଳିତ ହୋଇନଥିଲେ। ଖାସ୍‌ ଏହି କାରଣ ପାଇଁ ଅପରେଶନ ବ୍ଲୁ ଷ୍ଟାର ଭଳି ଜଟିଳ ନିଷ୍ପତ୍ତି ନେଇ ସମଗ୍ର ବିଶ୍ୱରେ ଚର୍ଚ୍ଚିତ ହୋଇଥିଲେ। ଏଭଳି ନିର୍ଣ୍ଣୟର ପରିଣିତି ଯେ, ଭୟଙ୍କର ହେବ ତାହା ଇନ୍ଦିରା ଆଗୁଆ ଆକଳନ କରିପାରିଥିଲେ। ତଥାପି ନିଜ ନିଜ ନିଷ୍ପତିକୁ ସେ କାୟମ ରଖିଥିଲେ।

ଅବଶ୍ୟ ଏହି ଅପରେଶନ ପାଇଁ ପରବର୍ତ୍ତୀ ସମୟରେ ତାଙ୍କୁ ଜୀବନର ବହୁମୂଲ୍ୟ ଦେବାକୁ ପଡ଼ିଥିଲା। ତେବେ ଜୀବନ ଦେଇ ସେ ଏହି ମୂଲ୍ୟର ଭରଣ କରିଥିଲେ। ଆଜକୁ ଠିକ୍‌ ୧୦୦ ବର୍ଷ ପୂର୍ବେ ଇନ୍ଦିରା ୧୯ ନଭେମ୍ବର ୧୯୧୭ ମସିହାରେ ଆହ୍ଲାବାଦରେ ଜନ୍ମଗ୍ରହଣ କରିଥିଲେ ଇନ୍ଦିରା। ତେବେ ୩୦ ଅକ୍ଟୋବର ୧୯୮୪ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ସହ ଦେଶବାସୀଙ୍କ ମଧ୍ୟରେ ଥିଲା ଶେଷ ଭେଟଘାଟ। ଭୁବନେଶ୍ୱରରେ ଏକ ରାଲିରେ ଇନ୍ଧିରା ଯୋଗଦେଇ କହିଥିଲେ ଯେ, ଯେତେବେଳେ ତାଙ୍କ ଜୀବନ ଚାଲିଯିବ ତାଙ୍କର ପ୍ରତିଟି ରକ୍ତବିନ୍ଦୁ ଭାରତକୁ ଜୀବିତ ରଖିବ। ବୋଧ ହୁଏ ମୃତ୍ୟୁ ପୂର୍ବରୁ ଇନ୍ଦିରା ମୃତ୍ୟୁର ଆଭାସକୁ ବାରିପାରି ଥିଲେ।

୩୦ ଅକ୍ଟୋବର ସନ୍ଧ୍ୟାରେ ଇନ୍ଦିରା ଭୁବନେଶ୍ୱରରୁ ଦିଲ୍ଲୀ ଫେରି ଆସିଥିଲେ। ଦିନ ତମାମ ଯାତ୍ରା କରି ଥକି ଯାଇଥିବାରୁ ବିଳମ୍ବିତ ରାତିରେ ସେ ଶୟନ କକ୍ଷକୁ ଯାଇଥିଲେ। ବେଡ୍‌ ରୁମକୁ ଯିବା ପୂର୍ବରୁ ଶେଷ ଥର ପାଇଁ ତାଙ୍କ ସ୍ୱତନ୍ତ୍ର ଆସିଷ୍ଟାଣ୍ଟକୁ ଡାକି ପର ଦିନ ସକାଳେ ଥିବା ସମସ୍ତ ଆପଏଣ୍ଟମେଣ୍ଟକୁ ରଦ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। କେବଳ ଏକ ଟିଭି(ବିବିସି) ଇଣ୍ଟର୍ଭ୍ୟୁକୁ ବାଦ ଦେଇ ସମସ୍ତ କାର୍ଯ୍ୟକ୍ରମକୁ ବାତିଲ ପାଇଁ ସେ ନିର୍ଦ୍ଦେଶ ଦେଇଥିଲେ।

୩୧ ଅକ୍ଟୋବର ୧୯୮୪। ୧-ସଫଦରଜଙ୍ଗ ରୋଡ଼। ସକାଳେ ପ୍ରାୟ ୯ଟା ହେବ। ଇନ୍ଦିରା ଗାନ୍ଧି ପ୍ରସ୍ତୁତ ହୋଇ ବିବିସିର ଏକ ଇଣ୍ଟର୍ଭ୍ୟୁ ପାଇଁ ନିଜ ବଙ୍ଗଳାରୁ ଯାତ୍ରା ଆରମ୍ଭ କଲେ। ତେବେ ନିଜ ଗେଟ ଛୁଇଁବା ଆଗରୁ ନିଜ ଅଙ୍ଗ ରକ୍ଷକ ସତବନ୍ତ ସିଂହ ଓ ବେଅନ୍ତ ସିଂହ ଇନ୍ଦିରାଙ୍କ ଉପରେ ଗୁଳିବର୍ଷଣ କରିଥିଲେ। ପ୍ରାୟ ୨୫ ମିନିଟ୍  ଭିତରେ ଇନ୍ଦିରାଙ୍କ ଛାତିରେ ୩୦ଟି ଗୁଳି ଭରିଗଲା। ପରେ ବେଅନ୍ତ ସିଂହ ରିଭଲଭର ଫିଙ୍ଗି ହାତ ଟେକିଦେଲେ। ଆଉ ଘଟଣାସ୍ଥଳରେ ସତବନ୍ତ ସିଂହଙ୍କୁ ଇନ୍ଦିରାଙ୍କ ଗାଇଡ୍‌ ଗୁଳି କରିମାରି ଦେଇଥିଲେ। ଘଟଣାସ୍ଥଳରେ ରକ୍ତ ଜୁଡ଼ୁବୁଡ଼ୁ ହୋଇ ଇନ୍ଦିରା ପଡ଼ି ରହିଥିଲେ। ନିଜ ଘର ପରିସରରେ ସୁରକ୍ଷା କର୍ମୀଙ୍କ ଗୁଳିରେ ଶିକାର ହେଲେ ଇନ୍ଦିରା। ସଙ୍ଗେ ସଙ୍ଗେ ତାଙ୍କୁ ଏମ୍‌ସ ମେଡିକାଲ ନିଆଯାଇଥିଲେ ମଧ୍ୟ  ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଜଙ୍ଗଲରେ ନିଆଁ ବ୍ୟାପିଲା ଭଳି ଇନ୍ଦିରାଙ୍କ ମୃତ୍ୟୁ ସାରା ଦେଶରେ ଆଖିପିଛୁଳାକେ  ଖେଳି ଯାଇଥିଲା। ଏମ୍ସ ବାହାରେ ଲୋକାରଣ୍ୟ ହୋଗଲା।  ରାଜୀବ ଗାନ୍ଧି ପଶ୍ଚିମବଙ୍ଗ ଯାତ୍ରା କାର୍ଯ୍ୟକ୍ରମକୁ ବାତିଲ କରି ଦିଲ୍ଲୀ ଫେରି ଆସିଥିଲେ।

ସାରା ଦେଶ ହୋଇ ଯାଇଥିଲା ସ୍ତବ୍ଧ। ସୃଷ୍ଟି ହୋଇଥିଲା ହାହାକାର ପରିସ୍ଥିତି। ସଭିଙ୍କ ଆଖିରେ ଅଶ୍ରୁର ସୁଅ। । ସୋନିଆ ଏବଂ ରାଜୀବ ନିଜକୁ ନିୟନ୍ତ୍ରଣ ପାଇଁ ପ୍ରୟାସ କରୁଥିବା ବେଳେ ସେତେବେଳେ ଛୋଟ ଥିବା ରାହୁଲ ତାଙ୍କ ଜେଜେ ଆଉ ଦୁନିଆରେ ନ ଥିବା ବୁଝି ଯାଇଥିଲେ। ୩ ନଭେମ୍ବର ୧୯୮୪ରେ ଇନ୍ଦିରାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇ ଥିଲା। ତାଙ୍କ ଅନ୍ତିମ ସଂସ୍କାରରେ ୯୪ ଦେଶର ପ୍ରତିନିଧି ସାମିଲ ହୋଇଥିଲେ। ରାଜୀବ ଗାନ୍ଧି ଇନ୍ଦିରାଙ୍କ ଚିତାରେ ଅଗ୍ନି ସଂଯୋଗ କରିଥିଲେ। ସେଦିନରୁ ଇନ୍ଦିରା ଇହଧାମରୁ ଚାଲିଗଲେଣି ଯେ, କୋଟି କୋଟି ପ୍ରଶଂସକଙ୍କ ହୃଦୟରେ ବସାବାନ୍ଧି ରହିଗଲେ।

Related story