ଭୁବନେଶ୍ୱରରେ ଘର ପାଖରୁ ଶିଳ୍ପପତିକୁ ଉଠାଇନେଲେ; କାହାକୁ, କେମିତି? ପଢ଼ନ୍ତୁ  

ଭୁବନେଶ୍ୱର: ଜଣେ ଶିଳ୍ପପତିଙ୍କୁ ବନ୍ଧୁକ ଦେଖାଇ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି।  ଭୁବନେଶ୍ୱର ମାଗ୍ନେଟିକ୍ ଛକ ସ୍ଥିତ ଏକ ଆପାର୍ଟମେଣ୍ଟରେ ରହୁଥିବା ଶିଳ୍ପପତି ଦୀପକ ସ୍ୱାମୀଙ୍କୁ କେହି ଅପହରଣ କରିଥିବା ନେଇଥିବା ଗତକାଲି ତାଙ୍କ ପତ୍ନୀ ଇନଫୋସିଟି ଥାନାରେ ଅଭିଯୋଗ କରିଛନ୍ତି। ଗତକାଲି ରାତିରେ ବ୍ୟବସାୟୀ ଜଣକ ଘରକୁ ଫେରୁଥିବା ସମୟରେ ୨ଟି କାରରେ କିଛି ଦୁର୍ବୃତ୍ତ ବ୍ୟବସାୟୀଙ୍କୁ ପିଛା କରିଥିଲେ।  ବ୍ୟବସାୟୀ ଜଣକ ଆପାର୍ଟମେଣ୍ଟ ପାର୍କିଂରେ କାର ରଖି ଘରକୁ ଚାଲି ଚାଲି ଯାଉଥିବା ବେଳେ […]

bbsr

Rakesh Mallick
  • Published: Wednesday, 24 May 2017
  • , Updated: 24 May 2017, 07:47 AM IST

ଭୁବନେଶ୍ୱର: ଜଣେ ଶିଳ୍ପପତିଙ୍କୁ ବନ୍ଧୁକ ଦେଖାଇ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି।  ଭୁବନେଶ୍ୱର ମାଗ୍ନେଟିକ୍ ଛକ ସ୍ଥିତ ଏକ ଆପାର୍ଟମେଣ୍ଟରେ ରହୁଥିବା ଶିଳ୍ପପତି ଦୀପକ ସ୍ୱାମୀଙ୍କୁ କେହି ଅପହରଣ କରିଥିବା ନେଇଥିବା ଗତକାଲି ତାଙ୍କ ପତ୍ନୀ ଇନଫୋସିଟି ଥାନାରେ ଅଭିଯୋଗ କରିଛନ୍ତି।

ଗତକାଲି ରାତିରେ ବ୍ୟବସାୟୀ ଜଣକ ଘରକୁ ଫେରୁଥିବା ସମୟରେ ୨ଟି କାରରେ କିଛି ଦୁର୍ବୃତ୍ତ ବ୍ୟବସାୟୀଙ୍କୁ ପିଛା କରିଥିଲେ।  ବ୍ୟବସାୟୀ ଜଣକ ଆପାର୍ଟମେଣ୍ଟ ପାର୍କିଂରେ କାର ରଖି ଘରକୁ ଚାଲି ଚାଲି ଯାଉଥିବା ବେଳେ ତାଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି।  ବ୍ୟବସାୟୀଙ୍କୁ ଦୁର୍ବୃତ୍ତ ଅଶ୍ଳୀଳ ଭାଷାରେ ଗାଳିଗୁଳଜ କରିବା ସହ ଏକ ଖଣ୍ଡ ଇଟାରେ ମୁଣ୍ଡକୁ ଆଘାତ କରିଥିଲେ।  ସେ ବେହୋସ ହୋଇଯିବାରୁ ତାଙ୍କୁ ଉଠାଇ ନେଇଥିଲେ ଦୁର୍ବୁତ୍ତ। ଆପାର୍ଟମେଣ୍ଟ ସିକ୍ୟୁରିଟି ବିରୋଧ କରିବାରୁ ତାଙ୍କୁ ବି ବନ୍ଧୁକ ଦେଖାଇ ଧମକ୍ ଦିଆଯାଇଥିଲା।

ସୂଚନା ଅନୁଯାୟୀ ପୂର୍ବରୁ କଟକ ଚୌଦ୍ୱାର ଅଞ୍ଛଳରେ ଦୀପକଙ୍କର ଏକ ଫ୍ୟା୍ରି ଥିଲା।  ସେହି ଫ୍ୟା୍ରି ଅଚଳ ହେବା ପରେ କିଛି ସେୟାର ହୋଲଡର ଦୀପକଙ୍କୁ ଟଙ୍କା ଦେବା ନେଇ ଧମକ ଚମକ ପୂର୍ବରୁ ଦେଉଥିବା ନେଇ ମଧ୍ୟ ଅଭିଯୋଗ ହୋଇଛି।  ତେଣୁ ବ୍ୟବସାୟିକ ଶତ୍ରୁତାରୁ ଅପହରଣ ହୋଇଥାଇପାରେ ବୋଲି ସନ୍ଦେହ କରାଯାଉଛି।  ପୋଲିସ ଏନେଇ ଖୋଳତାଡ ଜାରି ରଖିଛି।

Related story