ବିଫଳତାରୁ ସଫଳତା: ପଞ୍ଚମରେ ୨ ଥର ଓ ଅଷ୍ଟମରେ ୩ ଥର ଫେଲ୍ ପିଲା ଏବେ ବିଶ୍ଵର ଅନ୍ୟତମ ଶ୍ରେଷ୍ଠ ଧନୀ

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର୍): ବାରମ୍ବାର ବିଫଳତା, ବ୍ୟକ୍ତିର ସଫଳତାରେ ପ୍ରତିବନ୍ଧକ ହୋଇ ପାରେନା ବରଂ ବେଳେବେଳେ ଏହା ବ୍ୟକ୍ତିକୁ ସଫଳତାର ଶିଖର ଛୁଇଁବାରେ ଶିଡ଼ି ଭଳି କାମ କରିପାରେ । ଏହା କ’ଣ ସମ୍ଭବ? ତା’ହେଲେ ଏହି ବ୍ୟକ୍ତିଙ୍କ ସଂଘର୍ଷମୟ କାହାଣୀ ପଢ଼ନ୍ତୁ। ସେ ପଞ୍ଚମ କ୍ଲାସ୍‌ରେ ଦୁଇ ଥର ଓ ଅଷ୍ଟମରେ ୩ ଥର ଫେଲ୍ ହୋଇଥିଲେ। ଚାକିରି ପାଇଁ ଇଣ୍ଟର୍‌ଭ୍ୟୁ ଦେଲା ବେଳେ ୩୦ଥର ରିଜେକ୍ଟ୍‌ ହୋଇଥିଲେ। ଥରେ ପରୀକ୍ଷାରେ ସମୁଦାୟ ୧୨୦ ନମ୍ବରରୁ […]

hh

Ordigital Desk
  • Published: Monday, 13 August 2018
  • , Updated: 13 August 2018, 06:54 AM IST

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର୍): ବାରମ୍ବାର ବିଫଳତା, ବ୍ୟକ୍ତିର ସଫଳତାରେ ପ୍ରତିବନ୍ଧକ ହୋଇ ପାରେନା ବରଂ ବେଳେବେଳେ ଏହା ବ୍ୟକ୍ତିକୁ ସଫଳତାର ଶିଖର ଛୁଇଁବାରେ ଶିଡ଼ି ଭଳି କାମ କରିପାରେ । ଏହା କ'ଣ ସମ୍ଭବ? ତା’ହେଲେ ଏହି ବ୍ୟକ୍ତିଙ୍କ ସଂଘର୍ଷମୟ କାହାଣୀ ପଢ଼ନ୍ତୁ।

ସେ ପଞ୍ଚମ କ୍ଲାସ୍‌ରେ ଦୁଇ ଥର ଓ ଅଷ୍ଟମରେ ୩ ଥର ଫେଲ୍ ହୋଇଥିଲେ। ଚାକିରି ପାଇଁ ଇଣ୍ଟର୍‌ଭ୍ୟୁ ଦେଲା ବେଳେ ୩୦ଥର ରିଜେକ୍ଟ୍‌ ହୋଇଥିଲେ। ଥରେ ପରୀକ୍ଷାରେ ସମୁଦାୟ ୧୨୦ ନମ୍ବରରୁ ସେ ରଖିଥିଲେ ମାତ୍ର ୧।

ଏପରି ଚରମ ବିଫଳତା ସତ୍ତ୍ୱେ ଯୁବକ ଜଣଙ୍କ ହାରି ନ ଯାଇ ସଂଘର୍ଷ ଜାରି ରଖିଥିଲେ। ଏବେ ସେ ସାରା ଏସିଆ ମହାଦେଶର ଧନୀକ ତାଲିକାର ଶୀର୍ଷରେ ଥିବା ଦୁଇ ଜଣଙ୍କ ମଧ୍ୟରୁ ଜଣେ।

ଆମେ କହୁଛୁ, ଅନ୍‌ଲାଇନ୍‌ କମ୍ପାନୀ ‘ଅଲିବାବା’ର ଫାଉଣ୍ଡର୍‌ ମା ୟୁନ୍‌ ଓରଫ ଜ୍ୟାକ୍‌ ମାଙ୍କ କଥା। ଜ୍ୟାକ୍‌ଙ୍କ ସଂଘର୍ଷର କଥା କୌଣସି ଫିଲ୍ମ୍‌ର କାହାଣୀଠାରୁ କିଛି କମ୍‌ ନୁହେଁ।

ଚୀନର୍‌ ଝାଙ୍ଗ୍‌ଝୁ ଅଞ୍ଚଳରେ ଜନ୍ମ ହୋଇଥିବା ଜ୍ୟାକ୍‌ଙ୍କ ପିଲାଦିନ ଦାରିଦ୍ର୍ୟ ଭିତରେ କଟିଥିଲା। ତାଙ୍କ ବାପା ଓ ମା’ ଚୀନ୍‌ର ଏକ ଥିଏଟର୍‌ରେ କାମ କରୁଥିଲେ। ସେଥିରୁ ହେଉଥିବା ସ୍ୱଳ୍ପ ରୋଜଗାରରେ ହିଁ ତାଙ୍କ ପରିବାର ଚଳୁଥିଲା। ଜ୍ୟାକ୍‌ଙ୍କର ଗୋଟିଏ ଭଉଣୀ ମଧ୍ୟ ଅଛନ୍ତି।

କେମିତି ଇଂରାଜୀ ଶିଖିଲେ ଜ୍ୟାକ୍‌ ମା

ପିଲାବେଳେ ଜ୍ୟାକ୍‌ଙ୍କର ପାଠ ଆଦୌ ହେଉ ନଥିଲା। ଏଥିପାଇଁ ପଞ୍ଚମ କ୍ଲାସ୍‌ରେ ସେ ୨ଥର ଏବଂ ଅଷ୍ଟମ କ୍ଲାସ୍‌ରେ ୩ ଥର ଫେଲ୍ ହୋଇଥିଲେ। ତେବେ ଅଷ୍ଟମ ଶ୍ରେଣୀରୁ ଉତ୍ତୀର୍ଣ୍ଣ ହେବା ବେଳକୁ ତାଙ୍କ ଭିତରେ ଲୁଚି ରହିଥିବା ପ୍ରତିଭା ଧୀରେ ଧୀରେ ବିକଶିତ ହେବାରେ ଲାଗିଥିଲା।
ବାରମ୍ବାର ଫେଲ୍ ହେବା ସତ୍ତ୍ୱେ ପଢ଼ା ଜାରି ରଖିଥିଲେ ଜ୍ୟାକ୍‌ । ୧୩ ବର୍ଷ ବୟସରେ ଇଂରାଜୀ ଶିଖିବାକୁ ତାଙ୍କର ପ୍ରବଳ ଇଚ୍ଛା ହେଲା। ସେ ଭାବିଲେ, ଯଦି ଦୁଇପଦ ଇଂରାଜୀ କହିବା ଶିଖିଯିବେ, ତେବେ ଜୀବନରେ ଆଗକୁ ବଢ଼ିବା ବେଶ୍ ସହଜ ହୋଇଯିବ।

ଏଥିପାଇଁ ସେ ମନରେ ଏକ ଯୋଜନା କରି ଚାଇନାର ପ୍ରସିଦ୍ଧ ‘ସାଙ୍ଗ୍‌ରୀ ଲା’ ହୋଟେଲ୍‌କୁ ଯାଇ ସେଠାରେ ସବୁଦିନ ବିଦେଶୀମାନଙ୍କ ସହିତ ମିଳାମିଶା କରୁଥିଲେ।  ପରେ ହୋଟେଲ୍‌ରେ ରହୁଥିବା ବିଦେଶୀଙ୍କ ପାଇଁ ସେ ଏକ ଟୁରିଷ୍ଟ୍‌ ଗାଇଡ୍‌ ଭଳି କାମ କଲେ। ସେମାନଙ୍କୁ ବିଭିନ୍ନ ପର୍ଯ୍ୟଟନସ୍ଥଳୀ ବୁଲାଇନେବା ସହ ସେମାନଙ୍କ ସହିତ ଇଂରାଜୀରେ କଥା ହେଉଥିଲେ। ଏଥିରେ ଦୁଇ ପଇସା ରୋଜଗାର ମଧ୍ୟ ହେଉଥିଲା।

ଦେଖୁ ଦେଖୁ ଜ୍ୟାକ୍ ଭଲ ଇଂରାଜୀ କହିବା ସହିତ ପାଶ୍ଚାତ୍ୟ ଦେଶଗୁଡ଼ିକର ଚାଲିଚଳଣ ସମ୍ପର୍କରେ ମଧ୍ୟ ପରିଚିତ ହେଲେ।

ଗୁରୁ ଇଣ୍ଟର୍‌ନେଟ୍‌ !

ଗରିବ ଘରେ ଜନ୍ମ ହୋଇଥିବାରୁ ସୀମିତ ସାଧନରେ ଚଳିବାର କଳା ସେ ପରିବାରରୁ ଶିଖିଥିଲେ। କ୍ଲାସ୍‌ରେ ବାରମ୍ବାର ଫେଲ୍‌ ହେବା ପରେ ବି ସେ ହାର୍‌ ନ ମାନି ପଢ଼ା ଜାରି ରଖିଥିଲେ।

୧୯୮୮ ମସିହାରେ ଗ୍ରାଜୁଏସନ୍‌ ପାସ୍‌ କରିବା ପରେ ୧୯୯୫ ମସିହାରେ ସେ ଇଣ୍ଟର୍‌ନେଟ୍‌ ସମ୍ପର୍କରେ ଜାଣିଲେ। ଯେଉଁ ବ୍ୟକ୍ତି ତାଙ୍କୁ ଇଂରାଜୀ ଶିଖିବାରେ ସାହାଯ୍ୟ କରିଥିଲେ, ସେ ହିଁ ପ୍ରଥମେ ତାଙ୍କୁ ଇଣ୍ଟର୍‌ନେଟ୍ ବିଷୟରେ ଜଣାଇଥିଲେ।

[caption id="attachment_263141" align="aligncenter" width="844"] କୌତୁହଳବଶତଃ ଜ୍ୟାକ୍‌ ଯେତେବେଳେ ଇଣ୍ଟର୍‌ନେଟ୍‌ରେ ବିୟର୍‌ (ଭାଲୁ ) ଲେଖି ସର୍ଚ୍ଚ କଲେ, ସେତେବେଳେ କେବଳ ଆମେରିକା ଓ ଜର୍ମାନ୍‌ ବିୟର୍‌ ସମ୍ପର୍କରେ ତାଙ୍କୁ ସୂଚନା ମିଳିଲା। କିନ୍ତୁ ଚାଇନା ବିୟର୍‌ ସମ୍ପର୍କରେ କୌଣସି ସୂଚନା ମିଳିଲା ନାହିଁ।  ବାସ୍‌ ଏହାପରଠାରୁ ଜ୍ୟାକ୍‌ଙ୍କୁ ଚାଇନାରେ ଏକ ‘ହୋମ୍‌ ପେଜ୍’ ତିଆରି କରିବାକୁ ଆଇଡିଆ ମିଳିଲା।[/caption]

ସେ ‘ଚାଇନା ପ୍ୟାଜେଜ୍‌’ ନାଁରେ ନିଜର ଏକ ସ୍ୱତନ୍ତ୍ର ଅନ୍‌ଲାଇନ୍‌ ଡାଇରେକ୍ଟରୀ ଆରମ୍ଭ କଲେ। ଏହାକୁ ସଫଳ କରିବା ପାଇଁ ଦିନରାତି ଅକ୍ଳାନ୍ତ ପରିଶ୍ରମ କଲେ। ଘରଠୁ ଘର ବୁଲି ଲୋକଙ୍କ ପାଖରେ ସାମଗ୍ରୀ ପହଞ୍ଚାଇଲେ।

ଧୀରେ ଧୀରେ ଏହା ସଫଳ ହେବାରୁ ସେହି ଅଞ୍ଚଳରେ ଜ୍ୟାକ୍‌ ‘ମିଷ୍ଟର୍‌ ଇଣ୍ଟର୍‌ନେଟ୍‌’ ନାଁରେ ପରିଚିତ ହେଲେ। କିନ୍ତୁ ଚୀନ୍‌ରେ ଇଣ୍ଟର୍‌ନେଟ୍‌ର ବହୁଳ ପ୍ରସାର ନ ଥିବାରୁ ବାଧ୍ୟ ହୋଇ ପରେ ସେ କମ୍ପାନୀକୁ ବନ୍ଦ କରିଦେଲେ। କେମିତି ଆରମ୍ଭ ହେଲା ଅଲିବାବା କମ୍ପାନୀ

‘ଚାଇନା ପ୍ୟାଜେଜ୍‌’ କମ୍ପାନୀ ବନ୍ଦ ହେବା ପରେ ଜ୍ୟାକ୍‌ ମନ ଦୁଃଖରେ ଗାଁକୁ ଫେରିଗଲେ। କିନ୍ତୁ ସେ ହାରିଯାଇ ନଥିଲେ। ଏମିତି  ଦିନେ ଘରେ ବସିଥିବା ବେଳେ ହଠାତ୍‌ କିଛି ସାଙ୍ଗଙ୍କୁ ଡାକି ବିଭିନ୍ନ କମ୍ପାନୀର ସାମଗ୍ରୀ ବିକ୍ରି ପାଇଁ ଏକ ଅନ୍‌ଲାଇନ୍‌ କମ୍ପାନୀ ଖୋଲିବାର ଯୋଜନା କଲେ। ସାଙ୍ଗମାନଙ୍କୁ ବି ଏହି ଆଇଡିଆ ବେଶ୍‌ ଭଲ ଲାଗିଲା।

ସେତେବେଳେ ଚୀନ୍‌ରେ ଏଭଳି କମ୍ପାନୀ ଖୁବ୍‌ କମ୍‌ ଥିବାରୁ ସାଙ୍ଗମାନେ ଏହି ବ୍ୟବସାୟରେ ପୁଞ୍ଜି ନିବେଶ କରିବାକୁ ରାଜି ହୋଇଗଲେ। ଏହାପରେ ସେହି ଘରୁ ହିଁ ୧୯୯୯ରେ ଆରମ୍ଭ ହେଲା ‘ଅଲିବାବା’ କମ୍ପାନୀ।

ୱେବ୍‌ ସାଇଟ୍‌ ଜରିଆରେ  ଗ୍ରାହକଙ୍କ ପାଖରେ ବିଭିନ୍ନ କମ୍ପାନୀର ସାମଗ୍ରୀ ପହଞ୍ଚିଲା ଆଉ ଧୀରେ ଧୀରେ ଜ୍ୟାକ୍‌ଙ୍କର ପରିଶ୍ରମ ସାକାର ହେବାରେ ଲାଗିଲା। କମ୍ପାନୀ ବଢ଼ିବାରୁ ଜ୍ୟାକ୍ ବ୍ୟାଙ୍କରୁ ଋଣ ଆଣି ବ୍ୟବସାୟକୁ ଆହୁରି ବଢ଼ାଇଲେ। ଆଉ ବ୍ୟବସାୟ ଏତେ ବଢ଼ିଗଲା ଯେ, ଦେଖୁ ଦେଖୁ ଜ୍ୟାକ୍ ଏସିଆର ଦ୍ୱିତୀୟ ଶ୍ରେଷ୍ଠ କୋଟିପତି ବ୍ୟବସାୟୀ ହୋଇଗଲେ।

ଜ୍ୟାକ୍‌ଙ୍କ ସଫଳତାର ମନ୍ତ୍ର:

ଏକ ସାକ୍ଷାତ୍‌କାରରେ ଯୁବକଙ୍କୁ ଉପଦେଶ ଦେଇ ଜ୍ୟାକ୍ କହିଥିଲେ, ‘ଛାତ୍ର ଥିବା ସମୟରେ ଜଣେ ଭଲ ଛାତ୍ର ହେବାକୁ ଚେଷ୍ଟା କର। ପ୍ରତି ମୁହୂର୍ତ୍ତକୁ ଉପଭୋଗ କର। ୨୫ ବର୍ଷ ଯାଏ ଯେଉଁ ଭୁଲ୍‌ କରୁଛ ସେଥିରେ ଡରି ନଯାଇ ଜୀବନକୁ ସୁଧାରିବାକୁ ଚେଷ୍ଟା କର। କାରଣ ମଣିଷର ଭୁଲ୍‌ ତା’ ଜୀବନକୁ ସୁଧାରି ଦିଏ।

କୌଣସି ବି କାମ ହେଉ, ପ୍ରଥମେ ଛୋଟରୁ ଆରମ୍ଭ କର। କାରଣ ଏଥିରେ ନିଜକୁ ନିଜର ଅସ୍ତିତ୍ୱ ଭଲଭାବେ ଜଣାପଡ଼େ। ନିଜକୁ ସୁଧାରିବାକୁ ସମୟ ମିଳେ। ପ୍ରଥମରୁ ବଡ଼ ସଂସ୍ଥାରେ କାମ କରିବାର ସ୍ନପ୍ନ ଦେଖିଲେ, ବେଳେ ବେଳେ କୂଳ କିନାରା ମିଳେ ନାହିଁ।

ବଡ଼ କମ୍ପାନୀରେ କାମ କରିବା ଜଣେ କର୍ମଜୀବୀ ପାଇଁ ବଡ଼ କଥା ନୁହେଁ। ବରଂ ଯେଉଁ ବସ୍‌ଙ୍କ ଅଧୀନରେ ଆପଣ କାମ କରୁଛନ୍ତି, ତାଙ୍କ ବ୍ୟକ୍ତିତ୍ୱ କେତେ ଭଲ, ତାହା ହିଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। କାରଣ ଏଥିରୁ ତୁମକୁ ଅଧିକ ଶିଖିବାକୁ ମିଳିଥାଏ”।

 

Related story