ନାରୀ ନୁହେଁ ତୁ ନାରାୟଣୀ :ସଂଯୁକ୍ତାଙ୍କ ଶତ୍ରୁ ସଂହାର, ୧୫ ମାସରେ ୧୬ ଆତଙ୍କବାଦୀ ନିପାତ

ନୂଆଦିଲ୍ଲୀ: ସ୍ୱାଧୀନତାର ସଂଗ୍ରାମ ହେଉ ଅବା ଶତ୍ରୁ ବିରୋଧରେ ଲଢେଇ ହେଉ କେବଳ ଯେ ଭାରତୀୟ ପୁରୁଷଙ୍କ ବୀରତ୍ୱର ପାରଦର୍ଷିତା ଦେଖାଇଛନ୍ତି ସେ କଥା ନୁହଁ ନାରୀମାନଙ୍କର ବି ସାହସିକତାର କାହାଣୀ କିଛି କମ୍‌ ନାହିଁ।   ନାରୀ କେବେ ବି ଅବଳା ନୁହେଁ ତାର ଭୁରି ଭୁରି ପ୍ରମାଣ ରହିଛି। ଯେଉଁମାନଙ୍କ ବଳିଦାନ ଓ ବୀରତ୍ୱର କାହାଣି  ଇତିହାସର ସ୍ୱର୍ଣ୍ଣିମ  ଅଧ୍ୟାୟରେ ସାଇତି ରହିଛି। ସେଦିନର ରାଣୀ ଲକ୍ଷ୍ମୀବାଈଙ୍କ ଠାରୁ ଆରମ୍ଭ କରି ଆଜିର କିରଣ […]

Rakesh Mallick
  • Published: Thursday, 21 September 2017
  • , Updated: 21 September 2017, 09:46 PM IST

ନୂଆଦିଲ୍ଲୀ: ସ୍ୱାଧୀନତାର ସଂଗ୍ରାମ ହେଉ ଅବା ଶତ୍ରୁ ବିରୋଧରେ ଲଢେଇ ହେଉ କେବଳ ଯେ ଭାରତୀୟ ପୁରୁଷଙ୍କ ବୀରତ୍ୱର ପାରଦର୍ଷିତା ଦେଖାଇଛନ୍ତି ସେ କଥା ନୁହଁ ନାରୀମାନଙ୍କର ବି ସାହସିକତାର କାହାଣୀ କିଛି କମ୍‌ ନାହିଁ।   ନାରୀ କେବେ ବି ଅବଳା ନୁହେଁ ତାର ଭୁରି ଭୁରି ପ୍ରମାଣ ରହିଛି। ଯେଉଁମାନଙ୍କ ବଳିଦାନ ଓ ବୀରତ୍ୱର କାହାଣି  ଇତିହାସର ସ୍ୱର୍ଣ୍ଣିମ  ଅଧ୍ୟାୟରେ ସାଇତି ରହିଛି। ସେଦିନର ରାଣୀ ଲକ୍ଷ୍ମୀବାଈଙ୍କ ଠାରୁ ଆରମ୍ଭ କରି ଆଜିର କିରଣ ବେଦୀଙ୍କ ପର୍ଯ୍ୟନ୍ତ। ରାଷ୍ଟ୍ରର ସୁରକ୍ଷାରେ ଏମାନେ ଅଗ୍ରଣୀ ଭୂମିକା ନେଇ ମହାନତା ପ୍ରଦର୍ଶନ କରିଛନ୍ତି।

ଆଉ ଏବେ ସେମିତି ଜଣେ ସାହସୀ ନାରୀ ହେଉଚନ୍ତି ଆଇପିଏସ ଅଫିସର ସଂଯୁକ୍ତା ପରାଶର ।   ଆସାମର ଆଇରନ ଲେଡି ଭାବରେ ପରିଚିତ ଏହି ମହିଳା ଜଣଙ୍କ ୧୫ମାସ ମଧ୍ୟରେ ୧୬ଆତଙ୍କବାଦୀକୁ ନିହତ କରିବା ସହ ୬୪ ଆତଙ୍କବାଦୀକୁ ଗିରଫ କରି ନିଜ ବାହାଦୁରୀର ଅନନ୍ୟ ପରିଚୟ ସୃଷ୍ଟି କରିଛନ୍ତି। ଦେଶର ସୁରକ୍ଷା ପାଇଁ ଯେମିତି ପୁରୁଷ ପୋଲିସ ଅଧିକାରୀ ନିଜ ଜୀବନକୁ ବାଜି ଲଗାଉଛନ୍ତି ଜଣେ ମହିଳା ହୋଇ ମଧ୍ୟ ସଂଜୁକ୍ତା ଏକ୍ଷେତ୍ରରେ ପଛଘୁଞ୍ଚା ଦେଇ ନାହାନ୍ତି।  ଶତ୍ରୁ ଦମନ ପାଇଁ ଶପଥ ନେଇ ନିଜ ଲକ୍ଷ୍ୟରେ ଅଗ୍ରସର ଅଛନ୍ତି।  ଏଥିସହ ଆସାମର ପ୍ରଥମ ଯୁବ ମହିଳା ଆଇପିଏସ ଅଫିସର ଭାବରେ ମଧ୍ୟ ସେ ଗୌରବ ଅର୍ଜନ କରିଛନ୍ତି ।

ଶିକ୍ଷା 

ପିଲାଦିନୁ ପରାଶରଙ୍କ ଖେଳ କୁଦ ପ୍ରତି ବହୁତ ଇଚ୍ଛା ଥିଲା। ଖେଳରେ ସେ ଅନେକ ପୁରସ୍କାର ମଧ୍ୟ ହାସିଲ କରିଛନ୍ତି। ପ୍ରାରମ୍ଭିକ ଶିକ୍ଷା ଆସାମରେ ସାରିବା ପରେ ସେ ଦିଲ୍ଲୀର ଇନ୍ଦ୍ରପ୍ରସ୍ତ ମହାବିଦ୍ୟାଳୟରେ ରାଜନୀତି ବିଜ୍ଞାନରେ ସ୍ନାତକୋତର କରିଛନ୍ତି । ଏହାପରେ ଦିଲ୍ଲୀର ପ୍ରସିଦ୍ଧ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ(ଜେଏନୟୁ) ରେ ପିଏଚଡି କରିଛନ୍ତି ।

ୟୁପିଏସସି ପରୀକ୍ଷାରେ ସାରା ବିଶ୍ୱରେ ୮୫ତମ  ସ୍ଥାନ କରିଥିଲେ ସଂଯୁକ୍ତା।

ସ୍କୁଲ ସମୟରେ ଆତଙ୍କବାଦୀ ଓ ଭ୍ରଷ୍ଟାଚାରକୁ ନେଇ ସଂଯୁକ୍ତାଙ୍କ ମନରେ ଆନ୍ଦୋଳନ ତେଜିଥିଲା। ଦେଶରୁ ଏହି ଦୁଃଶକ୍ତିକୁ ହଟାଇବା ତାଙ୍କର ଲକ୍ଷ ଥିଲା।  ସେଥିପାଇଁ ସେ ଭାରତୀୟ ପୋଲିସ ସେବାରେ ଯୋଗଦେବା ପାଇଁ ସ୍ୱପ୍ନ ଥିଲା। ଯେଉଁଠି ଆଜି ସେ ପହଞ୍ଚିପାରିଛନ୍ତି। ସଂଜୁକ୍ତାଙ୍କୁ ପ୍ରଥମ ପୋଷ୍ଟିଂ ମାସୁମରେ ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ ହିସାବରେ ମିଳିଥିଲା।  କିଛି ମାସ ପରେ ତାଙ୍କୁ ଉଦାଲଗିରିରେ ଅବସ୍ଥାପିତ କରାଯାଥିଲା। ଏଠାରେ ବୋଡୋ ଏବଂ ବଙ୍ଗଲାଦେଶ ମଧ୍ୟରେ ଲାଗିଥିବା ହିସାଂକୁ କାବୁ କରିବା ପାଇଁ ତାଙ୍କୁ ଦାୟିତ୍ୱ ଦିଆଯାଇଥିଲା। ଏଠି ସେ ଉଗ୍ରପନ୍ଥୀଙ୍କୁ ନିପାତ ଅଭିଯାନ ଜାରି ରଖିଛନ୍ତି। ଅଦ୍ୟାବଧି ସେ ୧୬ ଆତଙ୍କବାଦୀକୁ ନିପାତ କରିସାରିଥିବା ବେଳେ ୬୪ରୁ ଅଧିକ ଆତଙ୍କବାଦୀଙ୍କୁ ଗିରଫ କରିଛନ୍ତି।  

ବ୍ୟକ୍ତିଗତ ଜୀବନ

ସଂଜୁକ୍ତା ପରାଶର ବିବାହିତା। ତାଙ୍କର ଜଣେ ୪ବର୍ଷର ଝିଅ ଅଛି । ୨ମାସରେ ଥରେ ନିଜ ପରିବାର ସହ ସମୟ ବିତାଇବାକୁ ତାଙ୍କୁ ଛୁଟି ମିଳିଥାଏ । ତେବେ ସବୁ ବେଳେ ସମାଜର ହିତରେ ନିଜକୁ ହଜେଇ ଦେବାକୁ ଭଲ ପାଆନ୍ତି ବୋଲି କୁହନ୍ତି ସଂଜୁକ୍ତା ।

 

Related story