ଭାଇ-ଭଉଣୀ ସାଥ୍ ସାଥ୍; ନବୀନଙ୍କ ପରାମର୍ଶଦାତା ଭୂମିକାରେ ଗୀତା

ଭୁବନେଶ୍ୱର: ବିଜେଡିର ନୂଆ କ୍ରାଇସିସ୍‌ ମ୍ୟାନେଜର ଗୀତା ମେହେଟ୍ଟା। ପର୍ଦ୍ଦା ପଛରେ ରହି ଭାଇ ନବୀନ ପଟ୍ଟନାୟକଙ୍କ ସହ ମିଶି ରାଜନୀତିର ପଶାପାଲିରେ ଗୀତା ଗୋଟି ଚଳାଉଥିବା ଚର୍ଚ୍ଚା ହେଉଛି। ପଞ୍ଚାୟତ ନିର୍ବାଚନ ଫଳାଫଳର ସମୀକ୍ଷା ଓ ମନ୍ତ୍ରିମଣ୍ଡଳର ରୂପରେଖ ସମ୍ପର୍କରେ ଗୀତା-ନବୀନ ଅଙ୍କ କଷୁଥିବା ନେଇ ଆଲୋଚନା ହେଉଛି। ଗୀତାଙ୍କ ପରାମର୍ଶକୁ କାର୍ଯ୍ୟକାରୀ କରିବା ମୁଡ୍‌ରେ ଅଛନ୍ତି ନବୀନ। ଏହାକୁ ନେଇ ବିଜେଡି କ୍ୟାମ୍ପରେ କମ୍ପନ ସୃଷ୍ଟି ହୋଇଛି। ଦିଲ୍ଲୀ ବାସଭବନ ଓ ଭୁବନେଶ୍ୱରର ନବୀନ […]

naveengita

Rakesh Mallick
  • Published: Saturday, 01 April 2017
  • , Updated: 01 April 2017, 11:26 PM IST

ଭୁବନେଶ୍ୱର: ବିଜେଡିର ନୂଆ କ୍ରାଇସିସ୍‌ ମ୍ୟାନେଜର ଗୀତା ମେହେଟ୍ଟା। ପର୍ଦ୍ଦା ପଛରେ ରହି ଭାଇ ନବୀନ ପଟ୍ଟନାୟକଙ୍କ ସହ ମିଶି ରାଜନୀତିର ପଶାପାଲିରେ ଗୀତା ଗୋଟି ଚଳାଉଥିବା ଚର୍ଚ୍ଚା ହେଉଛି।

ପଞ୍ଚାୟତ ନିର୍ବାଚନ ଫଳାଫଳର ସମୀକ୍ଷା ଓ ମନ୍ତ୍ରିମଣ୍ଡଳର ରୂପରେଖ ସମ୍ପର୍କରେ ଗୀତା-ନବୀନ ଅଙ୍କ କଷୁଥିବା ନେଇ ଆଲୋଚନା ହେଉଛି। ଗୀତାଙ୍କ ପରାମର୍ଶକୁ କାର୍ଯ୍ୟକାରୀ କରିବା ମୁଡ୍‌ରେ ଅଛନ୍ତି ନବୀନ। ଏହାକୁ ନେଇ ବିଜେଡି କ୍ୟାମ୍ପରେ କମ୍ପନ ସୃଷ୍ଟି ହୋଇଛି। ଦିଲ୍ଲୀ ବାସଭବନ ଓ ଭୁବନେଶ୍ୱରର ନବୀନ ନିବାସରେ ଉଭୟଙ୍କ ଆଲୋଚନା ଚର୍ଚ୍ଚାର ଖୋରାକ ଯୋଗାଇଛି।

କିଛି ଦିନ ତଳେ ବିଜେଡିର ବରିଷ୍ଠ ନେତା ବିଷ୍ଣୁ ଦାସଙ୍କୁ ରାଜ୍ୟସଭାରୁ ହଟା ଯାଇଥିଲା। ନବୀନଙ୍କ ଏହି ମାଷ୍ଟରଷ୍ଟ୍ରୋକ ପଛରେ ଗୀତାଙ୍କ ହାତ ଥିବା କୁହାଯାଉଛି। ଦଳୀୟ କାର୍ଯ୍ୟାଳୟରେ ତୃଣମୂଳସ୍ତର ନେତାଙ୍କୁ ଭେଟିବାର ପ୍ରସ୍ତାବ ମଧ୍ୟ ଗୀତାଙ୍କର। ଏପରିକି ମନ୍ତ୍ରିମଣ୍ଡଳରେ କିଏ ରହିବେ ଓ କାହାକୁ ବାଦ ଦିଆଯିବ ସେହି ଗଣିତ ମଧ୍ୟ ଗୀତା କଷୁଥିବା ଚର୍ଚ୍ଚା ହେଉଛି। ଏହା ଭିତରେ ସାଂସଦ ପ୍ରସନ୍ନ ପାଟ୍ଟଶାଣୀଙ୍କ ବାଣ ଆଲୋଚନାକୁ ଖୋରାକ ଯୋଗାଇଛି।

ପାଟ୍ଟଶାଣୀ କହିଛନ୍ତି,“ଗୀତା ଜଣେ ସୁସାହିତ୍ୟିକା। ଉତ୍କୃଷ୍ଟ ରଚନା ପାଇଁ ସେ ସାରା ବିଶ୍ୱରେ ପ୍ରସିଦ୍ଧ ଲାଭ କରିଛନ୍ତି। ସେ ଆସିଲେ ଆମର ଗର୍ବ। ନବୀନ ବାବୁ ସର୍ବଦା ନିଜ ପ୍ରତିଭାର ବିନିଯୋଗ କରିବାକୁ ଭଲ ପାଆନ୍ତି।”

ନବୀନ ପଟ୍ଟନାୟକଙ୍କର ସବୁଠାରୁ ଘନିଷ୍ଠ ହେଉଛନ୍ତି ତାଙ୍କ ଭଉଣୀ ଗୀତା। ନବୀନ ସାମ୍ନା କରୁଥିବା ସବୁ ସମସ୍ୟା ଗୀତାଙ୍କ ସହ ଆଲୋଚନା କରନ୍ତି। ଏବେ ପଞ୍ଚାୟତନ ନିର୍ବାଚନ ଫଳାଫଳ ନେଇ ନବୀନଙ୍କୁ ଚିନ୍ତାରେ ପକାଇଛି। ପୁଣି ବିଜେପି ଚ୍ୟାଲେଞ୍ଜ। ଏଭଳି ସ୍ଥିତିରେ ଦଳ ପାଇଁ କ୍ରାଇସିସ୍‌ ମ୍ୟାନେଜର ଓ ନବୀନଙ୍କ ପରାମର୍ଶଦାତା ଭୂମିକାରେ ଗୀତା ଅଛନ୍ତି। ଏପଟେ କିନ୍ତୁ ଗୀତାଙ୍କୁ ନେଇ ହେଉଥିବା ସବୁ ଚର୍ଚ୍ଚାକୁ ଖଣ୍ଡନ କରୁଛନ୍ତି ଦଳୀୟ ମୁଖପାତ୍ର।

ବିଜେଡି ମୁଖପାତ୍ର ଅମର ପ୍ରସାଦ ଶତପଥୀ କହିଛନ୍ତି,“ଗୀତା ହେଉଛନ୍ତି ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ଝିଅ ଓ ନବୀନଙ୍କ ଭଉଣୀ। ସେ ମଧ୍ୟ ଓଡ଼ିଶାର ସଂସ୍କୃତି ସହିତ ଜଡ଼ିତ। ରାଜନୀତିରେ ଗୀତାଙ୍କ ଭୂମିକା ରହିବ କି ନାହିଁ ତାହା ଜଣାପଡ଼ିନି।”

ବିଜେଡି ମୁଖପାତ୍ର ପ୍ରତାପ ଦେବ କହିଛନ୍ତି,“ଗୀତା ବର୍ତ୍ତମାନ ସୁଦ୍ଧା ବିଜେଡିର କୌଣସି ଆଭ୍ୟନ୍ତରୀଣ କାର୍ଯ୍ୟକ୍ରମରେ ଯୋଗଦେଇ ନାହାନ୍ତି। ଏହାକୁ ନେଇ ରାଜନୈତିକ ବାତାବରଣ ସୃଷ୍ଟି କରିବା ଠିକ୍‌ ହେବ ନାହିଁ।”

Related story