ସ୍ମରଣଶକ୍ତି ବଢ଼ାଇବାକୁ ଚାହୁଁଛନ୍ତି, ଖାଆନ୍ତୁ ଏସବୁ ଜଡ଼ିବୁଟି

ସବୁ ମଣିଷ ସମାନ ନୁହଁନ୍ତି। କିଏ ବୁଦ୍ଧିରେ ଆଗୁଆ ତ ଆଉ କିଏ ଅନ୍ୟ କ୍ଷେତ୍ରରେ। କେହି କେହି ବହୁତ ଚଞ୍ଚଳ ହୋଇଥିବା ବେଳେ ଆଉ କେହି ମାନ୍ଦା ହୋଇଥାନ୍ତି। କିଛି ପିଲା ସ୍କୁଲ, କଲେଜରେ ଅନ୍ୟ ସାଙ୍ଗମାନଙ୍କଠାରୁ ପାଠରେ ବହୁ ଆଗରେ ରହିଥାନ୍ତି। ଏହା କେବଳ ସେମାନଙ୍କ ମସ୍ତିଷ୍କର କାର୍ଯ୍ୟଦକ୍ଷତା ଯୋଗୁଁ ସମ୍ଭବ ହୋଇଥାଏ। ଆଜିକାଲି ଲୋକେ ପିଲାମାନଙ୍କ ସ୍ମରଣଶକ୍ତି ବୃଦ୍ଧି ପାଇଁ ବିଭିନ୍ନ ପ୍ରକାରର ଔଷଧ କିଣୁଛନ୍ତି। ହେଲେ ଆମ ଆଖପାଖରେ ଏପରି କିଛି […]

mustard

Rakesh Mallick
  • Published: Monday, 18 December 2017
  • , Updated: 18 December 2017, 01:14 PM IST

ସବୁ ମଣିଷ ସମାନ ନୁହଁନ୍ତି। କିଏ ବୁଦ୍ଧିରେ ଆଗୁଆ ତ ଆଉ କିଏ ଅନ୍ୟ କ୍ଷେତ୍ରରେ। କେହି କେହି ବହୁତ ଚଞ୍ଚଳ ହୋଇଥିବା ବେଳେ ଆଉ କେହି ମାନ୍ଦା ହୋଇଥାନ୍ତି। କିଛି ପିଲା ସ୍କୁଲ, କଲେଜରେ ଅନ୍ୟ ସାଙ୍ଗମାନଙ୍କଠାରୁ ପାଠରେ ବହୁ ଆଗରେ ରହିଥାନ୍ତି। ଏହା କେବଳ ସେମାନଙ୍କ ମସ୍ତିଷ୍କର କାର୍ଯ୍ୟଦକ୍ଷତା ଯୋଗୁଁ ସମ୍ଭବ ହୋଇଥାଏ। ଆଜିକାଲି ଲୋକେ ପିଲାମାନଙ୍କ ସ୍ମରଣଶକ୍ତି ବୃଦ୍ଧି ପାଇଁ ବିଭିନ୍ନ ପ୍ରକାରର ଔଷଧ କିଣୁଛନ୍ତି। ହେଲେ ଆମ ଆଖପାଖରେ ଏପରି କିଛି ଜଡ଼ିବୁଟି ରହିଛି ଯାହା ସ୍ମରଣଶକ୍ତି ବଢ଼ାଇବାରେ ସହାୟକ ହୋଇଥାଏ। କାହିଁ କେଉଁ କାଳରୁ ଆମ ଦେଶରେ ଏହି ଜଡ଼ିବୁଟିକୁ ବ୍ୟବହାର କରାଯାଉଛି। ଆସନ୍ତୁ ଜାଣିବା ଏମିତି କିଛି ଜଡ଼ିବୁଟି ସମ୍ପର୍କରେ।

ଜଟାମାଂସୀ: ଔଷଧୀୟ ଗୁଣରେ ଭରପୂର ଏହି ଜଡ଼ିବୁଟି ସ୍ମରଣଶକ୍ତି ବଢାଇବାରେ ସାହାଯ୍ୟ କରିଥାଏ। ଏହାକୁ ବାଟି କ୍ଷୀର ସହ ମିଶାଇ ପିଇବା ଦ୍ୱାରା ସ୍ମରଣଶକ୍ତି ବୃଦ୍ଧି ପାଇଥାଏ।

ବ୍ରାହ୍ମୀ: ବ୍ରାହ୍ମୀ ମସ୍ତିଷ୍କ ଲାଗି ଖାସ୍‌ ଟନିକ ହୋଇଥାଏ। ଏହା ମସ୍ତିଷ୍କକୁ ଶାନ୍ତ ରଖିଥାଏ। ଅଧା ଚାମଚ ବ୍ରାହ୍ମୀ ପାଉଡର ଓ ମହୁକୁ ଗରମ ପାଣି ସହ ମିଶାଇ ପିଇବା ଦ୍ୱାରା ସ୍ମରଣଶକ୍ତି ବୃଦ୍ଧି ପାଇଥାଏ।

ଶଙ୍ଖପୁଷ୍ପି: ଏହି ଜଡ଼ିବୁଟି ସ୍ମରଣଶକ୍ତି ବଢାଇବା ସହ ମସ୍ତିଷ୍କରେ ରକ୍ତ ସଞ୍ଚାଳନକୁ ସହଜ କରିଥାଏ। ପ୍ରତିଦିନ ଅଧଚାମଚ ଶଙ୍ଖପୁଷ୍ପିକୁ ଏକ କପ୍‌ ଗରମ ପାଣିରେ ମିଶାଇ ପିଅନ୍ତୁ।

ଡାଲଚିନି: ଡାଲଚିନି କେବଳ ମସଲା ନୁହେଁ, ମସ୍ତିଷ୍କକୁ ତୀଖ୍‌ଣ କରିବାରେ ମଧ୍ୟ ସାହାଯ୍ୟ କରିଥାଏ। ଶୋଇବା ପୂର୍ବରୁ ଡାଲଚିନି ପାଉଡର ସହ ମହୁ ମିଶାଇ ଖାଇବା ଦ୍ୱାରା ସ୍ମରଣଶକ୍ତି ବୃଦ୍ଧି ପାଇଥାଏ ଓ ମସ୍ତିଷ୍କର କାର୍ଯ୍ୟ ଦକ୍ଷତା ବଢ଼ିଥାଏ।

ହଳଦୀ: ନିକଟରେ ହୋଇଥିବା ସର୍ଭେରୁ ଜଣାପଡିଛି ହଳଦୀରେ କୁରକୁମୀନ ନାମକ ପୋଷକ ତତ୍ତ୍ୱ ରହିଛି। ଯାହା ମସ୍ତିଷ୍କର କ୍ଷତିଗ୍ରସ୍ତ କୋଷିକାକୁ ମରାମତି କରିବାରେ ସାହାଯ୍ୟ କରିଥାଏ। ଉଷୁମ୍‌ କ୍ଷୀର ସହ ହଳଦୀ ମିଶାଇ ପିଇବା ଦ୍ୱାରା ସ୍ମରଣଶକ୍ତି ବୃଦ୍ଧି ପାଇଥାଏ।

Related story