ଜଗମୋହନ ଫଟୋ ଭାଇରାଲ: ଡିସେମ୍ୱର ୬ ସୁଦ୍ଧା ରିପୋର୍ଟ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ପୁରୀ(ଓଡ଼ିଶା ରିପୋର୍ଟର): ସୋସିଆଲ୍ ମିଡିଆରେ ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣାରେ ହାଇକୋର୍ଟ କ୍ଷୁବ୍ଧ। ଏନେଇ ଶ୍ରୀମନ୍ଦିର ପ୍ରଶାସନକୁ ରିପୋର୍ଟ ତଲବ କରିବା ସହ ତଦନ୍ତ କରି ଡିସେମ୍ବର ୬ ସୁଦ୍ଧା ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଗର୍ଭଗୃହ ମରାମତି ନେଇ ଶୁଣାଣି ଚାଲିଥିବା ବେଳେ ମୁଖ୍ୟ ବିଚାରପତି ଜଷ୍ଟିସ୍ ବୀନିତ ଶରଣ ଓ ଜଷ୍ଟିସ୍ ବି.ଆର. ଷଡ଼ଙ୍ଗୀଙ୍କ ଖଣ୍ଡପୀଠ ନିଜ ଆଡୁ ପ୍ରସଙ୍ଗ ଉଠାଇ ରିପୋର୍ଟ ମାଗିଛନ୍ତି। ସେପଟେ ଫଟୋ ଭାଇରାଲ୍ ଘଟଣାରେ ଶ୍ରୀମନ୍ଦିର ପ୍ରଶାସନ, […]

jagamohan-photo-viral-in-puri

Rakesh Mallick
  • Published: Wednesday, 22 November 2017
  • , Updated: 22 November 2017, 08:51 PM IST

ପୁରୀ(ଓଡ଼ିଶା ରିପୋର୍ଟର): ସୋସିଆଲ୍ ମିଡିଆରେ ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣାରେ ହାଇକୋର୍ଟ କ୍ଷୁବ୍ଧ। ଏନେଇ ଶ୍ରୀମନ୍ଦିର ପ୍ରଶାସନକୁ ରିପୋର୍ଟ ତଲବ କରିବା ସହ ତଦନ୍ତ କରି ଡିସେମ୍ବର ୬ ସୁଦ୍ଧା ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଗର୍ଭଗୃହ ମରାମତି ନେଇ ଶୁଣାଣି ଚାଲିଥିବା ବେଳେ ମୁଖ୍ୟ ବିଚାରପତି ଜଷ୍ଟିସ୍ ବୀନିତ ଶରଣ ଓ ଜଷ୍ଟିସ୍ ବି.ଆର. ଷଡ଼ଙ୍ଗୀଙ୍କ ଖଣ୍ଡପୀଠ ନିଜ ଆଡୁ ପ୍ରସଙ୍ଗ ଉଠାଇ ରିପୋର୍ଟ ମାଗିଛନ୍ତି। ସେପଟେ ଫଟୋ ଭାଇରାଲ୍ ଘଟଣାରେ ଶ୍ରୀମନ୍ଦିର ପ୍ରଶାସନ, ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା-ASIକୁ କାରଣ ଦର୍ଶାଅ ନୋଟିସ ଜାରି କରିଥିବା ମୁଖ୍ୟ ପ୍ରଶାସକ ପ୍ରଦୀପ ଜେନା ସୂଚନା ଦେଇଛନ୍ତି। କିଭଳି, କାହିଁକି ଓ କେଉଁ ପରିସ୍ଥିତିରେ ଗର୍ଭଗୃହ ଫଟୋ ଭାଇରାଲ ହେଲା, ସେନେଇ ତିନି ଦିନ ଭିତରେ ଜବାବ ରଖିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

Related story