ଦେବସ୍ନାନ ଯାତ୍ରା ହେଲା ଶେଷ ଯାତ୍ରା; ସଡ଼କ ଦୁର୍ଘଟଣାରେ ଚାଲିଗଲା ୮ ଜୀବନ, ପଢ଼ନ୍ତୁ କେଉଁଠି ଓ କେମିତି

[vc_row][vc_column][vc_video link=" "][vc_column_text]ଜଗତସିଂହପୁର: ଜଗତସିଂହପୁର-ମାଛଗାଁ ରାସ୍ତାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଚାନ୍ଦୋଳ ଛକ ନିକଟରେ ଏକ ଅଟୋ ଓ ହାଇୱା ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ୮ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ ପ୍ରଥମେ ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରୁ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା।

ଘଟଣାସ୍ଥଳରେ ୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ କଟକ ବଡ଼ ଡାକ୍ତରଖାନାରେ ପ୍ରାଣ ହରାଇଛନ୍ତି।

ମୃତାହତମାନେ ଦେବସ୍ନାନ ପୂର୍ଣ୍ଣିମା ଯାତ୍ରା ଦେଖିବାକୁ କଟକ ନେମାଳ ବଟ ଯାଇଥିଲେ। ଅଟୋ ଯୋଗେ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା।

ମୃତକମାନଙ୍କ ମଧ୍ୟରୁ ସାତ ଜଣ ହେଲେ ସିଙ୍ଗିଟାଳିଆ ଗାଁର ସୁର ଦାସ, ଘୋଳା ଜେନା, ଡାବର ଗାଁର ଧନେଶ୍ୱର ସାହୁ, ମଙ୍ଗପୁରର ଚନ୍ଦ୍ରମଣି ସାହୁ, ସାଲଗାଁର ଶରତ ପାଲ, ବାହାନପୁରର ସୁଧୀର ବେହେରା ଓ ଯାଜ୍ଞସେନୀ ବେହେରା।

[/vc_column_text][/vc_column][/vc_row]

Ordigital Desk
• Published: Saturday, 10 June 2017
• Updated: 10 June 2017, 07:39 AM IST

Sports

Latest News

[vc_row][vc_column][vc_video link=" "][vc_column_text]ଜଗତସିଂହପୁର: ଜଗତସିଂହପୁର-ମାଛଗାଁ ରାସ୍ତାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଚାନ୍ଦୋଳ ଛକ ନିକଟରେ ଏକ ଅଟୋ ଓ ହାଇୱା ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ୮ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ ପ୍ରଥମେ ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରୁ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା।

ଘଟଣାସ୍ଥଳରେ ୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ କଟକ ବଡ଼ ଡାକ୍ତରଖାନାରେ ପ୍ରାଣ ହରାଇଛନ୍ତି।

ମୃତାହତମାନେ ଦେବସ୍ନାନ ପୂର୍ଣ୍ଣିମା ଯାତ୍ରା ଦେଖିବାକୁ କଟକ ନେମାଳ ବଟ ଯାଇଥିଲେ। ଅଟୋ ଯୋଗେ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା।

ମୃତକମାନଙ୍କ ମଧ୍ୟରୁ ସାତ ଜଣ ହେଲେ ସିଙ୍ଗିଟାଳିଆ ଗାଁର ସୁର ଦାସ, ଘୋଳା ଜେନା, ଡାବର ଗାଁର ଧନେଶ୍ୱର ସାହୁ, ମଙ୍ଗପୁରର ଚନ୍ଦ୍ରମଣି ସାହୁ, ସାଲଗାଁର ଶରତ ପାଲ, ବାହାନପୁରର ସୁଧୀର ବେହେରା ଓ ଯାଜ୍ଞସେନୀ ବେହେରା।

[/vc_column_text][/vc_column][/vc_row]

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos