ଡିସେମ୍ବରରେ ଲକ୍ଷେ ଚାଷୀ ବିଧାନସଭା ଘେରିବେ: ନବ ନିର୍ମାଣ କୃଷକ ସଙ୍ଗଠନ

ଯାଜପୁର: ୧୯୩୮ ଚାଷୀ ମେଳିକୁ ମନେ ପକାଇ ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ହୀରକ ଜୟନ୍ତୀ ଅବସରରେ ଆଜି ଯାଜପୁର ଜିଲ୍ଲା ଜେନାପୁର ବୃନ୍ଦାଦେଇପୁରରେ ଚାଷୀ ସଂକଳ୍ପ ସମାବେଶ ଅନୁଷ୍ଠିତ ହୋଇଯାଇଛି। ପ୍ରାଇସ୍‌, ପ୍ରେଷ୍ଟିଜ୍‌ ଓ ପେନ୍‌ସନ୍‌ ଭଳି ତିନୋଟି ଦାବି ନେଇ ଏହି ସମାବେଶରେ ବିଭିନ୍ନ ଅଞ୍ଚଳର ଚାଷୀ ଯୋଗ ଦେଇଥିଲେ। ୨ ମାସ ମଧ୍ୟରେ ସରକାର ଏହି ଦାବି ପୂରଣ ନ କଲେ ଆସନ୍ତା ଡିସେମ୍ବରରେ ୧ ଲକ୍ଷ ଚାଷୀ ବିଧାନସଭା ଘେରାଉ […]

jajpur

jajpur

Rakesh Mallick
  • Published: Thursday, 01 September 2016
  • Updated: 01 September 2016, 07:37 PM IST

Sports

Latest News

jajpurଯାଜପୁର: ୧୯୩୮ ଚାଷୀ ମେଳିକୁ ମନେ ପକାଇ ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ହୀରକ ଜୟନ୍ତୀ ଅବସରରେ ଆଜି ଯାଜପୁର ଜିଲ୍ଲା ଜେନାପୁର ବୃନ୍ଦାଦେଇପୁରରେ ଚାଷୀ ସଂକଳ୍ପ ସମାବେଶ ଅନୁଷ୍ଠିତ ହୋଇଯାଇଛି। ପ୍ରାଇସ୍‌, ପ୍ରେଷ୍ଟିଜ୍‌ ଓ ପେନ୍‌ସନ୍‌ ଭଳି ତିନୋଟି ଦାବି ନେଇ ଏହି ସମାବେଶରେ ବିଭିନ୍ନ ଅଞ୍ଚଳର ଚାଷୀ ଯୋଗ ଦେଇଥିଲେ। ୨ ମାସ ମଧ୍ୟରେ ସରକାର ଏହି ଦାବି ପୂରଣ ନ କଲେ ଆସନ୍ତା ଡିସେମ୍ବରରେ ୧ ଲକ୍ଷ ଚାଷୀ ବିଧାନସଭା ଘେରାଉ କରିବେ ବୋଲି ସଙ୍ଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି।

୨୦୧୦ ପରଠାରୁ ନବନିର୍ମାଣ କୃଷକ ସଙ୍ଗଠନ ଚାଷୀଙ୍କ ପକ୍ଷରୁ ଏହି ଲଢେଇ ଜାରି ରହିଛି। ପୁଣି ଥରେ ସରକାରଙ୍କୁ ମନେ ପକାଇବା ପାଇଁ  ଆଜି ଅନୁଷ୍ଠିତ ହୀରକ ଜୟନ୍ତୀରେ ଏହି ସଂକଳ୍ପ ସମାବେଶର ଡାକରା ଦିଆଯାଇଥିଲା।

ନବ ନିର୍ମାଣ କୃଷକ ସଙ୍ଗଠନର ଆବାହକ ଅକ୍ଷୟ କୁମାର କହିଛନ୍ତି,“ ଚାଷୀ ଯାହା ଅମଳ କରୁଛନ୍ତି ତାହାର ଉଚିତ୍‌ ମୂଲ୍ୟ ପାଉ ନାହିଁ। ଚାଷୀଙ୍କୁ ସମ୍ମାନ କି ସୁରକ୍ଷା ମିଳୁନାହିଁ। ଜଣେ ପିଅନ ସ୍କୁଲ୍‌ରେ ବସି ୬ ପାହାର ଘଣ୍ଟି ବଜାଇ ୧୮ ହଜାର ଟଙ୍କା ଦରମା ପାଉଥିବା ବେଳେ ଜଣେ ଚାଷୀଙ୍କୁ ୩୦୦ ଟଙ୍କା ଭତ୍ତା ମିଳୁଛି। ଚାଷୀ ସ୍ୱାଭିମାନ ସହ ବଞ୍ଚିବା ପାଇଁ ୧୯୩୮ ମସିହା ସେପ୍ଟେମ୍ୱର ୧ ତାରିଖରେ ନବ କୃଷ୍ଣ ଚୌଧୁରୀ, ମାଳତୀ ଚୌଧୁରୀ ଓ ପରମାନନ୍ଦ ମହାନ୍ତି ଯେଉଁ ଚାଷୀ ମେଳି କରିଥିଲେ  ଆଜି ସ୍ୱାଧୀନତାର ୭୦ ବର୍ଷ ବିତି ଯାଇଥିଲେ ମଧ୍ୟ ଚାଷୀ ତାହା ପ୍ରାପ୍ତ କରି ପାରିନାହିଁ। ଉକ୍ତ ଦିନକୁ ମନେ ପକାଇବା ପାଇଁ ହୀରକ ଜୟନ୍ତୀରେ ଆମେ ଚାଷୀମାନଙ୍କୁ ସଂଗଠିତ କରିଛୁ।”

ନବ ନିର୍ମାଣ କୃଷକ ସଂଗଠନ ଆବାହକ ଅକ୍ଷୟ କୁମାର କହିଛନ୍ତି, “୧୩୦୦ ଗାଁରୁ ପ୍ରତିନିଧିଙ୍କୁ ନେଇ ଆମେ ଏଠାରେ କୃଷକ ସମାବେଶ କରିଛୁ। ଆଗାମୀ ଦିନରେ ପ୍ରତି ଜିଲ୍ଲାରେ ଏହି ପ୍ରକ୍ରିୟା ଆରମ୍ଭ ହେବ। ୨ ମାସ ମଧ୍ୟରେ ସରକାର ଚାଷୀଙ୍କ ଦାବି ପୂରଣ ନ କଲେ ୨୦,୦୦୦ ଲୋକ ଜିଲ୍ଲାପାଳଙ୍କ ଅଫିସ୍‌ ଘେରିବେ। ଆଗାମୀ ଡିସେମ୍ବରରେ ପ୍ରାୟ ୧ ଲକ୍ଷ ଚାଷୀ ବିଧାନସଭା ଘେରାଉ କରିବେ।”

ନବ ନିର୍ମାଣ କୃଷକ ସଂଗଠନ ଉପଦେଷ୍ଟା ସୌମ୍ୟରଞ୍ଜନ ପଟ୍ଟନାୟକ କହିଛନ୍ତି, “ଚାଷୀ ଆଜି ତା’ର ସମ୍ମାନ, ବାର୍ଦ୍ଧକ୍ୟ କାଳୀନ ସୁରକ୍ଷା ଓ ଉତ୍ପାଦିତ ଫସଲର ଉଚିତ ମୂଲ୍ୟ ମାଗୁଛି। ସରକାର ଉପରେ ଦୋଷ ଦେଇ ନିରବ ହୋଇ ବସିଗଲେ କିଛି ହେବ ନାହିଁ। ଆଜି ଯାଜପୁରରେ ସମାବେଶ କରାଯାଇଛି। ଆଗାମୀ ଦିନରେ ବାକି ୨୯ଟି ଜିଲ୍ଲାରେ ହେବ। ପ୍ରତି ଗାଁରୁ ଚାଷୀ ପରିବାରର ଏଥିରେ ସାମିଲ ହେବେ।”

ବରିଷ୍ଠ ସାମ୍ବାଦିକ ରବି ଦାସ କହିଛନ୍ତି, “ସଂଘ ପକ୍ଷରୁ ହୋଇଥିବା ଦାବିକୁ ରାଜ୍ୟ ସରକାର ପରୋକ୍ଷରେ ସ୍ୱୀକାର କରିଛନ୍ତି। ନବୀନ ପଟ୍ଟନାୟକ କେନ୍ଦ୍ରକୁ ଚିଠି ଲେଖିଛନ୍ତି ଚାଷୀଙ୍କୁ ଧାନ କ୍ୱିଣ୍ଟାଲ ପ୍ରତି ୨୫୦୦ ଟଙ୍କା ସହାୟକ ମୂଲ୍ୟ ଦେବାକୁ। ସଂଘ ପକ୍ଷରୁ ୫୦୦୦ ଟଙ୍କା ଦେବାକୁ ଦାବି କରାଯାଇଛି। ଓଡ଼ିଶାରେ ଚାଷୀଙ୍କୁ କେବେ ବୋନସ ମିଳୁ ନ ଥିବା ବେଳେ ରାଜ୍ୟ ସରକାର ୨୫୦୦ ଦେବାକୁ କେନ୍ଦ୍ର ନିକଟରେ ଦାବି କରିଛନ୍ତି। ଆଗାମୀ ଦିନରେ ପ୍ରେଷ୍ଟିଜ ଓ ପେନ୍‌ସନକୁ ନେଇ କ’ଣ ପଦକ୍ଷେପ ନେଉଛନ୍ତି ଦେଖିବାକୁ ବାକି ରହିଲା। ରାଜ୍ୟରେ ପ୍ରାୟ ୨୦୦ ଚାଷୀ ଆତ୍ମହତ୍ୟା କରିଥିଲେ ମଧ୍ୟ ଏହି ସରକାର ସମାନ୍ୟତମ ଦୁଃଖ ପ୍ରକାଶ କରିନାହାନ୍ତି।”

ଚାଷୀଙ୍କ ବିକାଶ ପାଇଁ ରାଜ୍ୟ ସରକାର ଏକାଧିକ ପଦକ୍ଷେପ ନେଇଛନ୍ତି ବୋଲି ବିଜେଡି କହିଛି। ବିଜେଡି ବିଧାୟକ ଅମର ଶତପଥୀ କହିଛନ୍ତି, “ସଙ୍ଗଠନ ପକ୍ଷରୁ ବିଭିନ୍ନ ସମୟରେ ଚାଷୀଙ୍କ ସମସ୍ୟାକୁ ନେଇ ଆନ୍ଦୋଳନ କରାଯାଇଛି। ଚାଷୀଙ୍କ ମୌଳିକ ସମସ୍ୟା ନେଇ ସଙ୍ଗଠନ ପକ୍ଷରୁ ଯାହା ଦାବି କରାଯାଉଛି, ସରକାର ତା’ ଉପରେ ବିଚାର କରୁଛନ୍ତି। ସବୁ ଦାବି ଗୋଟିଏ ସମୟରେ ପୂରଣ କରାଯାଇ ପାରିବ ନାହିଁ। ନୀତିଗତ ଭାବେ ରାଜ୍ୟ ସରକାର ଚାଷୀଙ୍କ ବିକାଶ ପାଇଁ ଅନେକ କଥା ଗ୍ରହଣ କରିଛନ୍ତି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story