ଯାଜପୁର: ଭିଜିଲାନ୍ସ ଜାଲରେ କୋଟିପତି ବ୍ୟାଙ୍କ କର୍ମଚାରୀ

ଯାଜପୁର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଭିଜିଲାନ୍ସ ବିଭାଗ ହାତରେ ଧରାପଡିଛନ୍ତି ଯାଜପୁର ଜିଲ୍ଲାର ଜଣେ କୋଟିପତି ବ୍ୟାଙ୍କ କର୍ମଚାରୀ। ଅଭିଯୁକ୍ତ ଜଣଙ୍କ ହେଲେ ଅର୍ବାନ କୋଅପରେଟିଭ୍ ବ୍ୟାଙ୍କର କର୍ମଚାରୀ ନଗେନ୍ଦ୍ର ସାହୁ। ଚଢାଉ ବେଳେ ତାଙ୍କ ଘରୁ ନଗଦ ୩୯ ଲକ୍ଷ ଟଙ୍କା ଜବତ କରାଯାଇଛି। ନଗେନ୍ଦ୍ରଙ୍କଠାରେ ୧ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ସ୍ଥାବର ଅସ୍ଥାବର ସମ୍ପତ୍ତି ଠାବ କରାଯାଇଛି। ନଗଦ ୩୯ ଲକ୍ଷ ଟଙ୍କା ସମେତ ନଗେନ୍ଦ୍ରଙ୍କର ଏକ ପେଟ୍ରୋଲ ପମ୍ପ, […]

jajpur-vigilance

Rakesh Mallick
  • Published: Tuesday, 31 May 2016
  • , Updated: 31 May 2016, 01:24 PM IST

ଯାଜପୁର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଭିଜିଲାନ୍ସ ବିଭାଗ ହାତରେ ଧରାପଡିଛନ୍ତି ଯାଜପୁର ଜିଲ୍ଲାର ଜଣେ କୋଟିପତି ବ୍ୟାଙ୍କ କର୍ମଚାରୀ। ଅଭିଯୁକ୍ତ ଜଣଙ୍କ ହେଲେ ଅର୍ବାନ କୋଅପରେଟିଭ୍ ବ୍ୟାଙ୍କର କର୍ମଚାରୀ ନଗେନ୍ଦ୍ର ସାହୁ। ଚଢାଉ ବେଳେ ତାଙ୍କ ଘରୁ ନଗଦ ୩୯ ଲକ୍ଷ ଟଙ୍କା ଜବତ କରାଯାଇଛି।

ନଗେନ୍ଦ୍ରଙ୍କଠାରେ ୧ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ସ୍ଥାବର ଅସ୍ଥାବର ସମ୍ପତ୍ତି ଠାବ କରାଯାଇଛି। ନଗଦ ୩୯ ଲକ୍ଷ ଟଙ୍କା ସମେତ ନଗେନ୍ଦ୍ରଙ୍କର ଏକ ପେଟ୍ରୋଲ ପମ୍ପ, ୧୪ ଲକ୍ଷ ଟଙ୍କାର ଏକ ଟ୍ୟାଙ୍କର, ୧୦ ଲକ୍ଷ ଟଙ୍କାର ଫିକ୍ସଡ୍ ଡିପୋଜିଟ ଓ ୯ ଲକ୍ଷ ଟଙ୍କାର ବଣ୍ଡ ଥିବା ଜଣାପଡିଛି।

ନଗେନ୍ଦ୍ର ବ୍ୟାଙ୍କର ଏକ ଦ୍ୱିତୀୟ ଶ୍ରେଣୀ କର୍ମଚାରୀ ହୋଇଥିବା ବେଳେ ଏତେ ଟଙ୍କାର ମାଲିକ କିପରି ହେଲେ ତାହାର ଯାଞ୍ଚ ଭିଜିଲାନ୍ସ ଚଳାଇଛି। ଜବତ ନଗଦ ଟଙ୍କା ପେଟ୍ରୋଲ ପମ୍ପରୁ ହୋଇଥିବା ଆୟ ବୋଲି ନଗେନ୍ଦ୍ର କହିଥିଲେ ମଧ୍ୟ ଏହା ଭିଜିଲାନ୍ସ ଅଧିକାରୀଙ୍କୁ ସନ୍ତୁଷ୍ଟ କରିପାରି ନାହିଁ। ନଗେନ୍ଦ୍ର ବ୍ୟାଙ୍କରେ କିଛି ଘୋଟାଲା କରି ଏହି ଅର୍ଥ ଠୁଳ କରିଥିବା ଭିଜିଲାନ୍ସ ପକ୍ଷରୁ ଅନୁମାନ କରାଯାଉଛି।

Related story