ଜେଲ୍‌ ଗଲେ ପୂର୍ବତନ ସାଂସଦ ପ୍ରଦୀପ ମାଝି

ଉମରକୋଟ: ଫରେଷ୍ଟ ରେଞ୍ଜର ଅଫିସ୍‌ରେ ପଶି ଭଙ୍ଗାରୁଜା ଅଭିଯୋଗରେ ପୂର୍ବତନ ସାଂସଦ ପ୍ରଦୀପ ମାଝିଙ୍କ ସମେତ ୧୭ କଂଗ୍ରେସ କର୍ମୀ ଜେଲ୍ ଗଲେ। ଗତକାଲି ଜାମିନ୍ ଆବେଦନ ନାମଞ୍ଜୁର  ହେବା ପରେ ସେମାନଙ୍କୁ ଜେଲ୍ ପଠାଇ ଦିଆଯାଇଛି। ଆଜିଠୁ ପ୍ରଦୀପ ମାଝି ଜଙ୍ଗଲ ଜମି ଓ ରାସନକାର୍ଡ ପ୍ରଦାନ ଦାବିରେ ଜେଲ୍‌ରେ ଆମରଣ ଅନଶନ କରୁଛନ୍ତି। ପୂର୍ବତନ ସାଂସନ ପ୍ରଦୀପ ମାଝୀଙ୍କ ଗିରଫଦାରୀ ପ୍ରତିବାଦରେ ଆସନ୍ତା ମଙ୍ଗଳବାର ଦିନ ନବରଙ୍ଗପୁର ଜିଲ୍ଲା ବନ୍ଦ ଡାକରା ଦେଇଛି କଂଗ୍ରେସ। […]

jali

Rakesh Mallick
  • Published: Sunday, 26 June 2016
  • , Updated: 26 June 2016, 10:41 PM IST

ଉମରକୋଟ: ଫରେଷ୍ଟ ରେଞ୍ଜର ଅଫିସ୍‌ରେ ପଶି ଭଙ୍ଗାରୁଜା ଅଭିଯୋଗରେ ପୂର୍ବତନ ସାଂସଦ ପ୍ରଦୀପ ମାଝିଙ୍କ ସମେତ ୧୭ କଂଗ୍ରେସ କର୍ମୀ ଜେଲ୍ ଗଲେ। ଗତକାଲି ଜାମିନ୍ ଆବେଦନ ନାମଞ୍ଜୁର  ହେବା ପରେ ସେମାନଙ୍କୁ ଜେଲ୍ ପଠାଇ ଦିଆଯାଇଛି। ଆଜିଠୁ ପ୍ରଦୀପ ମାଝି ଜଙ୍ଗଲ ଜମି ଓ ରାସନକାର୍ଡ ପ୍ରଦାନ ଦାବିରେ ଜେଲ୍‌ରେ ଆମରଣ ଅନଶନ କରୁଛନ୍ତି।

ପୂର୍ବତନ ସାଂସନ ପ୍ରଦୀପ ମାଝୀଙ୍କ ଗିରଫଦାରୀ ପ୍ରତିବାଦରେ ଆସନ୍ତା ମଙ୍ଗଳବାର ଦିନ ନବରଙ୍ଗପୁର ଜିଲ୍ଲା ବନ୍ଦ ଡାକରା ଦେଇଛି କଂଗ୍ରେସ।

ଗିରଫ କଂଗ୍ରେସ ନେତା ପ୍ରଦୀପ ମାଝି କହିଛନ୍ତି,“ରାତି ଅଧରେ ଆମକୁ ଗିରଫ କରି ଜେଲ୍‌ ପଠାଇ ଆମ ମୁହଁକୁ ସରକାର ବନ୍ଦ କରିପାରିବେ ନାହିଁ। ଆମର ଯେଉଁ ନାର୍ଯ୍ୟ ଦାବି ପୂରଣ କରାଯାଉ। ଯାହାକୁ ଜଙ୍ଗଲ ଜମି ପଟା ନ ଦିଆଯାଇଛି ତାକୁ ତୁରନ୍ତ ଦିଆଯାଉ। ଯାହାକୁ ଏହା ଦିଆଯାଇଛି ତାକୁ ତୁରନ୍ତ ଚିହ୍ନଟ କରାଯାଉ।”

ଡାବୁଗାଁ ବିଧାୟକ ଭୂଜବଳ ମାଝି କହିଛନ୍ତି,“ଅନ୍ୟାୟ ଭାବେ ପୂର୍ବତନ ସାଂସଦ ଓ କଂଗ୍ରେସ କର୍ମୀଙ୍କ ଉପରେ ପୋଲିସ ଦଫା ଲଗାଇ ଗିରଫ କରିଛି। ସେମାନଙ୍କୁ ତୁରନ୍ତ ଖଲାସ କରାଯାଉ। ଆସନ୍ତା ମଙ୍ଗଳବାର ଦିନ ଜିଲ୍ଲା ବନ୍ଦ କରାଯିବ। ଏହା ପରେ ସରକାର ଯଦି କୌଣସି ପଦକ୍ଷେପ ନ ନେଲେ ତେବେ ରାଜ୍ୟ ବନ୍ଦ କରିବାକୁ କଂଗ୍ରେସ ପ୍ରସ୍ତୁତ ହେବ।”

ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି,“ପ୍ରଦୀପ ମାଝି ଯେଉଁ ବିଷୟ ନେଇ ଆନ୍ଦୋଳନ କରିଥିଲେ ସେଥିରେ ତାଙ୍କର କୌଣସି ଭୁଲ ନ ଥିଲା ତାଙ୍କ ବିରୋଧରେ ଫୌଜଦାରୀ ମାମଲା କରାଯାଇ ତାଙ୍କୁ ଗିରଫ କରାଯିବା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ।”

ନବରଙ୍ଗପୁର ବିଜେଡି ସାଂସଦ ବଳଭଦ୍ର ମାଝି କହିଛନ୍ତି,“ନବରଙ୍ଗପୁରରେ ବହୁତ କମ୍‌ ଲୋକ ରହିଛନ୍ତି ଯାହାକୁ ଚିହ୍ନଟ କରିବା ବାକି ରହିଯାଇଛି। ଏତେ ବି ଅରାଜକତା ହୋଇ ନାହିଁ ଯେ ଅଫିସ୍‌ରେ ମାରପିଟ କରି ଦାବି ହାସଲ କରିବା ଯାଏ କାଥା ଯିବ।  ଯାହା କରିବା କଥା ପୋଲିସ କରିଛି ଏଥରେ ସରକାରଙ୍କର କୌଣସି ହାତ ନାହିଁ।”

ଶନିବାର ରାଇଘର ଆଦିବାସୀଙ୍କୁ ଜଙ୍ଗଲ ଜମି ପଟ୍ଟା ବଣ୍ଟନ, ବଣ୍ଟନ ଜମିକୁ ତୁରନ୍ତ ଚିହ୍ନଟ ଓ ରାସନକାର୍ଡ ପୁନର୍ବାର ସର୍ଭେ କରିବା ଦାବିରେ କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଫରେଷ୍ଟ ରେଞ୍ଜର ଅଫିସ୍‌ରେ ପଶି କଂଗ୍ରେସ କର୍ମୀମାନେ ଭଙ୍ଗାରୁଜା କରିଥିଲେ। ଉତ୍ତ୍ୟକ୍ତ କଂଗ୍ରେସ କର୍ମୀମାନେ  ରେଞ୍ଜରଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା।

Related story