ଜଳସେଚନ ନାଁରେ ଶିଳ୍ପକୁ ମହାନଦୀ ପାଣି ଦେଉଛି ଛତିଶଗଡ଼: ବିଜେଡି

ରାୟଗଡ଼: ଜଳସେଚନ ନାଁରେ ଛତିଶଗଡ଼ ସରକାର ମହାନଦୀର ପାଣି ଶିଳ୍ପକୁ ଦେଉଛନ୍ତି। ମହାନଦୀ ଉପରମୁଣ୍ଡରେ ନିର୍ମାଣାଧୀନ ପ୍ରକଳ୍ପର ସରଜମିନ୍‌ ଅନୁଧ୍ୟାନ କରିବା ପରେ ବିଜେଡି ପ୍ରତିନିଧି ଦଳ ଏପରି ଅଭିଯୋଗ କରିଛି। ଏହାସହ ଆଜି କେଲୋ ପ୍ରକଳ୍ପ ଓ ସିଓରି ନାରାୟଣ ବ୍ୟାରେଜ ପରିଦର୍ଶନ କରିବା ଏହି ପ୍ରତିନିଧିଦଳ ଛତିଶଗଡ଼ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ବିଜେଡି ପ୍ରତିନିଧି ଦଳ ରାୟଗଡ଼ରେ ପହଞ୍ଚିବା ପରେ ସେଠିକାର ଜିଲ୍ଲାପାଳ ଓ ଛତିଶଗଡ଼ ଜଳ ସମ୍ପଦ ବିଭାଗର ଅଧିକାରୀଙ୍କ ସହ […]

bjd tim

Rakesh Mallick
  • Published: Tuesday, 09 August 2016
  • , Updated: 09 August 2016, 10:47 PM IST

ରାୟଗଡ଼: ଜଳସେଚନ ନାଁରେ ଛତିଶଗଡ଼ ସରକାର ମହାନଦୀର ପାଣି ଶିଳ୍ପକୁ ଦେଉଛନ୍ତି। ମହାନଦୀ ଉପରମୁଣ୍ଡରେ ନିର୍ମାଣାଧୀନ ପ୍ରକଳ୍ପର ସରଜମିନ୍‌ ଅନୁଧ୍ୟାନ କରିବା ପରେ ବିଜେଡି ପ୍ରତିନିଧି ଦଳ ଏପରି ଅଭିଯୋଗ କରିଛି। ଏହାସହ ଆଜି କେଲୋ ପ୍ରକଳ୍ପ ଓ ସିଓରି ନାରାୟଣ ବ୍ୟାରେଜ ପରିଦର୍ଶନ କରିବା ଏହି ପ୍ରତିନିଧିଦଳ ଛତିଶଗଡ଼ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି।

ବିଜେଡି ପ୍ରତିନିଧି ଦଳ ରାୟଗଡ଼ରେ ପହଞ୍ଚିବା ପରେ ସେଠିକାର ଜିଲ୍ଲାପାଳ ଓ ଛତିଶଗଡ଼ ଜଳ ସମ୍ପଦ ବିଭାଗର ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ଏହା ପରେ ଦଳ କେଲୋ ପ୍ରକଳ୍ପ ଅଞ୍ଚଳରେ ପହଞ୍ଚି ଥିଲା। ସେଠାରେ ପ୍ରତିନିଧିଦଳ ପ୍ରକଳ୍ପ ଅନୁଧ୍ୟାନ କରିବା ସହ ସ୍ଥାନୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ।

ପ୍ରତିନିଧି ଦଳ ଅଭିଯୋଗ କରିଛି, “୨୨,୮୦୦ ହେକ୍ଟର ଜମିକୁ ଜଳସେଚନ କରିବା ପାଇଁ ମଞ୍ଜୁରୀ ମିଳିଛି। କିନ୍ତୁ ଏଠାରେ ଏତେ ଅଞ୍ଚଳରେ ଜଳସେଚନ ହେଉନାହିଁ। ପାଇପ୍‌ ବସାଯାଇ ଶିଳ୍ପକୁ ପାଣି ଦିଆଯାଉଛି।”

ବିଜେଡି ଉପସଭାପତି ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, “ଜଳସେଚନ ପାଇଁ ଯେତେ ପରିମାଣରେ କେନାଲ ଖୋଳାଯିବା କଥା ହୋଇନାହିଁ। ପାନୀୟଜଳ ଯୋଗାଣ ପାଇଁ ମଧ୍ୟ କାମ ଆରମ୍ଭ ହୋଇନାହିଁ। ହେଲେ ବଡ଼ ବଡ଼ ପାଇପ୍‌ ବିଭିନ୍ନ ଯାଗାକୁ ଦିଆଯାଉଛି। ଏହି ପାଇପ୍‌ ଶିଳ୍ପକୁ ପାଣି ଦେବାକୁ ବସାଯାଉଛି। ଦୁଇ ରାଜ୍ୟ ମଧ୍ୟରେ ନଦୀ ଜଳକୁ ନେଇ ବିବାଦ ଦେଖା ଦେଲେ ସିଡବ୍ଲ୍ୟୁସି ମଧ୍ୟସ୍ଥିର କାମ କରିଥାଏ। ମାତ୍ର ଏଠାରେ ସିଡବ୍ଲ୍ୟୁସି ତା’ର କାମ ଠିକରେ କରିନାହିଁ।”

ମହାନଦୀ ପ୍ରକଳ୍ପ ଅଞ୍ଚଳ ପରିଦର୍ଶନ ପାଇଁ ଆସିଥିବା ବିଜେଡି ପ୍ରତିନିଧିଦଳକୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଜିତ ଯୋଗୀଙ୍କ ଛତିଶଗଡ଼ ଜନତା କଂଗ୍ରେସ ବିରୋଧ କରିଛି। ରାୟପୁରରେ ଅଜିତଙ୍କ ପୁଅ ଅମିତ ଯୋଗୀଙ୍କ ନେତୃତ୍ୱରେ ଦଳର କର୍ମୀମାନେ କଳାପତାକା ପ୍ରଦର୍ଶନ କରିଥିଲେ। ସେହିପରି ରାୟଗଡ଼ ଓ ପାମଗଡ଼ରେ ମଧ୍ୟ ଦଳୀୟ କର୍ମୀ ବିଜେଡି ପ୍ରତିନିଧିଦଳକୁ ବିରୋଧ କରିଥିଲେ।

ଏହା ପୂର୍ବରୁ  ଆଜି ସକାଳେ ଝାରସୁଗୁଡ଼ାରୁ ଏହି ଟିମ୍‌ ଯାତ୍ରା ଆରମ୍ଭ କରିଥିଲେ। ପ୍ରଥମେ ଏହି ପ୍ରତିନିଧି ଦଳ କନକତୋରାରେ ପହଞ୍ଚି କେଲୋ ପ୍ରକଳ୍ପ ଦ୍ୱାରା କ୍ଷତିଗ୍ରସ୍ତ ହେବାକୁ ଥିବା ଲୋକଙ୍କ ସହ ଆଲୋଚନା କରିଥିଲା। ଏହି ଦୁଇଦିନିଆ ଗସ୍ତ ସମୟରେ ମହାନଦୀ ଉପରମୁଣ୍ଡରେ କେତେ ପ୍ରକଳ୍ପ ଛତିଶଗଡ଼ କରିଛି,ଏସବୁ ପ୍ରକଳ୍ପର ଓଡ଼ିଶା ଉପରେ କ’ଣ ପ୍ରଭାବ ପଡ଼ିବ ଓ ହୀରାକୁଦ ବନ୍ଧକୁ ପାଣି ପ୍ରବାହ କେତେ ପ୍ରଭାବିତ ହେବ ସେ ସଂପର୍କରେ ଦଳ ଟିକିନିଖି ଅନୁଧ୍ୟାନ କରିବ।

ଅନ୍ୟପକ୍ଷରେ ମହାନଦୀ ପ୍ରକଳ୍ପ ଅନୁଧ୍ୟାନ ପାଇଁ ଛତିଶଗଡ଼ ଯାଉଥିବା ବିଜେଡ଼ିର ସ୍ୱତନ୍ତ୍ର ଟିମ୍‌କୁ କଳାପତାକା ପ୍ରଦର୍ଶନ ଉଦ୍ୟମବେଳେ ବେଲପାହାଡ଼ ପୋଲିସ୍ ୧୦ ଜଣ ବିଜେପି କର୍ମୀଙ୍କୁ ଅଟକ ରଖିଛି। ବେଲପାହାଡ଼ରେ ଏହି ବିଜେପି କର୍ମୀମାନେ ବିରୋଧ ପ୍ରଦର୍ଶନ ପାଇଁ ପ୍ରସ୍ତୁତି ହେଉଥିବା ଖବର ପାଇ ସ୍ଥାନୀୟ ପୋଲିସ୍‌ ସେମାନଙ୍କୁ ଅଟକ ରଖିଛି।

Related story