ଜମି ଦୁର୍ନୀତି ଅଭିଯୋଗ: ଗଜଭିୟେଙ୍କୁ ଭିଜିଲାନ୍ସ ଜେରା

ଭୁବନେଶ୍ୱର: କେନ୍ଦ୍ରାପଡାର ପୂର୍ବତନ ଏସପି ସତୀଶ ଗଜଭିୟେଙ୍କୁ ଭିଜିଲାନ୍ସ ପକ୍ଷରୁ ଜେରା କରାଯାଉଛି । ପୁରୀ ଜିଲ୍ଲା ଗୋପ୍ ବ୍ଲକ ବଡ଼କିଆପାଳ ମୌଜାରେ ଗଜଭିୟେ ଜମି ଜବରଦଖଲ କରିଥିବା ଅଭିଯୋଗ ନେଇ ଆଜି ଅପରାହ୍ନରେ ତାଙ୍କୁ ଜେରା କରାଯାଇଛି। ଗଜଭିୟେ ଜଣେ ବରିଷ୍ଠ ଆଇପିଏସ୍ ହୋଇଥିବାରୁ ଆଇଜି ପ୍ୟାହାର ଜଣେ ଅଧିକାରୀ ତାଙ୍କୁ ପଚରାଉଚରା କରୁଥିବା ଜଣାପଡ଼ିଛି। ପ୍ରାଥମିକ ଅନୁସନ୍ଧାନ ଆଧାରରେ ତାଙ୍କୁ ଜେରା କରାଯାଉଥିବା ସୂଚନା ମିଳିଛି। ଗଜଭିୟେ ବଡ଼କିଆପାଳ ମୌଜାରେ ପତ୍ନୀଙ୍କ ନାଁରେ ୭ […]

gajviye

gajviye

Rakesh Mallick
  • Published: Monday, 17 August 2015
  • Updated: 17 August 2015, 02:21 PM IST

ଭୁବନେଶ୍ୱର: କେନ୍ଦ୍ରାପଡାର ପୂର୍ବତନ ଏସପି ସତୀଶ ଗଜଭିୟେଙ୍କୁ ଭିଜିଲାନ୍ସ ପକ୍ଷରୁ ଜେରା କରାଯାଉଛି । ପୁରୀ ଜିଲ୍ଲା ଗୋପ୍ ବ୍ଲକ ବଡ଼କିଆପାଳ ମୌଜାରେ ଗଜଭିୟେ ଜମି ଜବରଦଖଲ କରିଥିବା ଅଭିଯୋଗ ନେଇ ଆଜି ଅପରାହ୍ନରେ ତାଙ୍କୁ ଜେରା କରାଯାଇଛି। ଗଜଭିୟେ ଜଣେ ବରିଷ୍ଠ ଆଇପିଏସ୍ ହୋଇଥିବାରୁ ଆଇଜି ପ୍ୟାହାର ଜଣେ ଅଧିକାରୀ ତାଙ୍କୁ ପଚରାଉଚରା କରୁଥିବା ଜଣାପଡ଼ିଛି। ପ୍ରାଥମିକ ଅନୁସନ୍ଧାନ ଆଧାରରେ ତାଙ୍କୁ ଜେରା କରାଯାଉଥିବା ସୂଚନା ମିଳିଛି।

ଗଜଭିୟେ ବଡ଼କିଆପାଳ ମୌଜାରେ ପତ୍ନୀଙ୍କ ନାଁରେ ୭ ଏକର ୬୦ ଡିସିମିଲ ଜାଗା କିଣିଥିଲେ ବି ଯଥେଷ୍ଟ ଅଧିକ ଜମିରେ ପୋଖରୀ ଖୋଳି ମାଛଚାଷ କରୁଥିବା ଅଭିଯୋଗ ରହିଛି। ଏହି ଅଞ୍ଚଳରେ ମୋଟ ୨୨ ଏକର ୫୯ ଡିସିମିଲ ସରକାରୀ ଜମି ଜବରଦଖଲ ହୋଇଥିବା ଭିଜିଲାନ୍ସର ପ୍ରାଥମିକ ତଦନ୍ତରୁ ଜଣାପଡିଥିଲା। କିଏ ଜମି ଜବରଦଖଲ କରିଛି ତା’ର ତଦନ୍ତ ପାଇଁ ଗୋପ ତହସିଲଦାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ମାତ୍ର ସେ ସରକାରୀ ଜମି ଜବରଦଖଲ କରି ନ ଥିବା ଗଜଭିୟେ ପୂର୍ବରୁ କହିଥିଲେ । ବଡ଼କିଆପାଳ ମୌଜାର ପ୍ଲଟ୍ ନମ୍ୱର ୩ ଓ ପ୍ଲଟ ନମ୍ୱର ୧୦ରେ ୫୬୦ ଡିସିମିଲ, ପ୍ଲଟ ନମ୍ୱର ୧୦୦ର ୩୬୦ ଡିସିମିଲ, ପ୍ଲଟ୍ ନମ୍ୱର ୧୩୧ର ୧୯୦ ଡିସିମିଲ, ପ୍ଲଟ୍ ନମ୍ୱର ୧୪୧ ଓ ୧୩୩ର ୪୧୦ ଡିସିମିଲ୍। ଏଠାରେ ଏହିଭଳି ୨୨ ଏକର ୫୯ ଡିସିମିଲ ସରକାରୀ ଜମି ଜବର ଦଖଲ ହୋଇଛି। ଏହାସହ ମହାପ୍ରଭୁ ଜଗନ୍ନାଥଙ୍କର ୩ ଏକର ୨୫ ଡିସିମିଲ, ଶ୍ରୀବଳରାମଙ୍କର ୧ ଏକର ୫୬ ଡିସିମିଲ ଏବଂ ଖଣ୍ଡୁଆଳ ଠାକୁରାଣୀଙ୍କର ୫୪ ଡିସିମିଲ ଜମି ମଧ୍ୟ ଜବରଦଖଲ ହୋଇଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ ଯେ, ସାରଥି ବିବାଦ ଆସିବା ପରେ ସାରା ରାଜ୍ୟରେ ଅସନ୍ତୋଷ ଦେଖାଦେଇଥିଲା । ବିଭିନ୍ନ ସ୍ଥାନରେ ଉତ୍ତ୍ୟକ୍ତ ଲୋକେ ରାସ୍ତା ଅବରୋଧ କରି ସାରଥିଙ୍କୁ ଗିରଫ ଦାବି କରିଥିଲେ । ଏପରି କି କେନ୍ଦ୍ରାପଡାରେ ସାରଥିଙ୍କ ଗିରଫ ଦାବି ଜୋର ଧରିଥିଲା । ଉତ୍ତ୍ୟକ୍ତ ଲୋକେ ସାରଥିଙ୍କ ବାରିମୂଳ ସ୍ଥିତ ଆଶ୍ରମକୁ ଲୋକେ ପସିବାକୁ ଉଦ୍ୟମ କରିବା ବେଳେ ପୋଲିସ ଲାଠିଚାର୍ଜ କରିଥିଲା । ଏହି ଘଟଣା ପରଦିନ କେନ୍ଦ୍ରାପଡାର ତିନିମୁହାଣିଠାରେ ଉତ୍ତ୍ୟକ୍ତ ଲୋକେ ରାସ୍ତା ଅବରୋଧ କରିଥିବା ବେଳେ ତତ୍କାଳୀନ ଏସପି ଗଜଭିୟେଙ୍କ ନିର୍ଦ୍ଦେଶରେ ପୋଲିସ ସାଧାରଣ ଜନତା ମୁହାଁମୁହିଁ ହୋଇଥିଲେ । ଗଜଭିୟେ ସାଧାରଣ ଲୋକଙ୍କ ଉପରେ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ଅଭିଯୋଗ କରାଯାଇ ତାଙ୍କ ଗିରଫ ଦାବି କରାଯାଇଥିଲା । ଏହି ବିବାଦ ଥମି ନ ଥିବା ବେଳେ ଗୋପ ବ୍ଲକରେ ଗଜଭିୟେଙ୍କ ପତ୍ନୀଙ୍କ ନାମରେ କିଣାଯାଇଥିବା ଜମିଠାରୁ ଢେର ଅଧିକ ଜବରଦଖଲ କରାଯାଇ ମାଛଚାଷ କରାଯାଇଥିବା ଅଭିଯୋଗ ଆସିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story